//BREAKING//
Loading...

କଲମପୁର ଡାକ୍ତରଖାନାରେ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ !!!

 କଲମପୁର ଡାକ୍ତରଖାନାରେ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ !!!


କଲମପୁର :--- 

(ତର୍ଜମା ନ୍ୟୁଜ)


 କଳାହାଣ୍ଡି ଜିଲ୍ଲା କଲମପୁର ସରକାରୀ ଡାକ୍ତରଖାନା କୁ କେବଳ  କଲମପୁରଵାସୀ ନୁହଁନ୍ତି ଆଖପାଖ ବ୍ଳକ ସମେତ ଦୂରଦୂରାନ୍ତରୁ ରୋଗୀଆସି ସଫଳ ଚିକିତ୍ସା ପାଇବାରେ ଲାଗିଛନ୍ତି  । ଏହି ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମାନ୍ୟତା ପାଇବା ପରେ ଦଶ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ଦୈନିକ ଶହ ଶହ ରୋଗୀ ନିର୍ଭର କରି ଆସୁଛନ୍ତି, ମାଗଣା ନମୁନା ପରୀକ୍ଷାଗାର,ଦନ୍ତ ଚିକିତ୍ସକ,ଆଖି ଟେକ୍ନିସିଏନ ସମେତ ୫ଜଣ ଡାକ୍ତର ନିୟୋଜିତ ଅଛନ୍ତି, ଡାକ୍ତର ଶିବାଶିଷ ସ୍ୱାଇଁ ଚିକିତ୍ସା ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିବା ବେଳେ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଜନ ଶୁଣାଣୀରେ ନିବେଦନ କରାଯାଇଛି । ଏହାକୁ ଦଶ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ଅନୁସାରେ ଔଷଧ ପତ୍ର ଯୋଗାଣ ହେଉଥିବା ବେଳେ ଆବଶ୍ୟକତାରୁ ଅଧିକ ସଂଖ୍ୟକ ରୋଗୀ ଆସୁଥିବାରୁ ଔଷଧ ବିତରଣରେ  ଅସୁବିଧା ସୃଷ୍ଟି ହେଉଛି,ଥ୍ରୀଫେଜ ବିଦ୍ୟୁତ ନ ଥିବାରୁ ଅନେକ ଯନ୍ତ୍ରପାତି ଅଚଳ ହୋଇ ପଡିରହିଛି ।ଏକ୍ସରାଏ ମେସିନ ଆସି ଥ୍ରୀଫେଜ ବିଦ୍ୟୁତ ନ ଥିବାରୁ ଗଚ୍ଛିତ ରହିଯାଇଛି,ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ନ ଥିବାରୁ ଲୋକେ ଦୁରାନ୍ତକୁ ଯାଇ ଖର୍ଚ୍ଚାନ୍ତ ସହିତ ହଇରାଣ ହରକତ ହେଉଛନ୍ତି ।ଥାନା ହେବା ପରେ ଶବ ବ୍ୟବଚ୍ଛେଦ ଗୃହ ପାଇଁ ଦାବି ହେଉଛି, ହେଲେ ଏପର୍ଯ୍ୟନ୍ତ ତାହା ହୋଇପାରୁନାହିଁ । ଫଳରେ ଲୋକେ ଅନ୍ୟ ବ୍ଳକ ଉପରେ ନିର୍ଭର କରି ଆସୁଛନ୍ତି । ଏଥିସହିତ ରାତ୍ର ସମୟରେ ଔଷଧ ଦୋକାନ ଗୁଡିକ ବନ୍ଦ ରହୁଥିବାରୁ ରୋଗୀ ସେବାରେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ଏହାର ସମାଧାନ ପାଇଁ ଦିବାରାତ୍ର ଔଷଧ ଦୋକାନ ବ୍ୟବସ୍ଥା କରିବାକୁ ଦାବି ହେଉଛି, ଯଦିଓ ଏହିଠାରେ ୧୦୮ ସମେତ ଶବ ବାହକ, ଜନନୀ ଏକ୍ସପ୍ରେସ ଯାନ ରହିଛି, ଫୋନ ମାଧ୍ୟମରେ ଯୋଗୋଯୋଗ କରି ଅତ୍ୟନ୍ତ ଗୁରୁତ୍ତରକୁ ଚିକିତ୍ସାଳୟ ଆଣିବାରେ ବିଳମ୍ବ ହେଉଛି । ଏଥିପାଇଁ ଏହି ଡାକ୍ତରଖାନା ଅଧିନରେ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା ହେଲେ ତୁରନ୍ତ ଚିକିତ୍ସା ସେବା ମିଲି ପାରନ୍ତା,ଜିଲ୍ଲାପାଳ ଓ ଜିଲ୍ଲା ଚିକିତ୍ସାଧିକାରୀ ଏନେଇ ଅବଗତ ଥିବା ବେଳେ ଏସମସ୍ୟାର ସମାଧାନ ଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।

  କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe