//BREAKING//
Loading...

ଭବାନୀପାଟଣା ଠାରେ ବିଶ୍ଵ ଦକ୍ଷତା ବିକାଶ ଦିବସ ପାଳିତ


ଭବାନୀପାଟଣା (ତର୍ଜମା ନ୍ୟୁଜ) ତା ୧୫.୭.୨୦୨୨: ଆଜି ସ୍ଥାନୀୟ ଭବାନୀପାଟଣା ସ୍ଥିତ ଦକ୍ଷତା ବିକାଶ ବିସ୍ତାର  କେନ୍ଦ୍ର ଠାରେ ଜିଲ୍ଲା ନିୟୋଜନ ସଂସ୍ଥା  ଓ ଓରମାସ ଦ୍ଵାରା  ଆୟୋଜିତ ବିଶ୍ୱ ଦକ୍ଷତା ଦିବସ ପାଳନ ଅବସରରେ ସକାଳ ୯.୩୦ ମି ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି  ଅନ୍ୱେଷା  ରେଡ୍ଡୀ  ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତଥା ସି ଡି ଓ - ଇ ଓ,ଜିଲ୍ଲାପରିଷଦ ଶ୍ରୀ ସୁଶାନ୍ତ କୁମାର ପଟେଲ ଙ୍କ ସମେତ ମଞ୍ଚାସିନ ଅତିଥି ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଅଜିତ କୁମାର ଉତ୍ତରାୟ ,ଡେପୁଟି ସି  ଇ ଓ, ଓର୍ମାସ ଶ୍ରୀ ଜର୍ଜ୍  କେରକେଟା ,ଡି ଆଇ ପି  ଆର ଓ ଶ୍ରୀ ମନୋଜ ବେହେରା,ଡିପିଏମ ,ଓ ଏଲ୍ ଏମ  ଶ୍ରୀ ସୁଶାନ୍ତ ମିଶ୍ର, ଡି ପି ସି , ମିସନ ଶକ୍ତି ଶ୍ରୀ ଅମ୍ରୀତ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।ଦେଶର ବିକାଶ କ୍ଷେତ୍ରରେ ଯୁବାବର୍ଗଙ୍କ ଭୂମିକା , ରୋଜଗାର ଓ  ସେଥିପାଇଁ ଦକ୍ଷତା ଉପଲବ୍ଧ କରାଇବା  ସମ୍ପର୍କରେ ସଚେତନତା ସୃଷ୍ଟି  ଉଦ୍ଧେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ଏହି ଅବସରରେ  ମୁଖ୍ୟ ଅତିଥି ଜିଲ୍ଲାପାଳ ପି  ଅନ୍ୱେଷା  ରେଡ୍ଡୀ   ଉପସ୍ଥିତ  ସମସ୍ତ ଶିକ୍ଷାର୍ଥୀ ଓ ତାଲିମ ଗ୍ରହୀତାମାନଙ୍କୁ ସମ୍ବୋଧିତ  କରି ରୋଜଗାର ତଥା ଆତ୍ମାନିର୍ଭରଶିଲ ହେବା ପାଇଁ  ବୈଶୟିକ ଏଵଂ ଧନ୍ଦାମୁଳକ ଶିକ୍ଷା ଆଜିର ଯୁଗରେ ନିହାତି ଜରୁରୀ ଏବଂ ସେଥିପାଇଁ ନିଜକୁ ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ ହୋଇ ଦକ୍ଷତା ବିକାଶରେ ସକ୍ଷମ  ହୁଅନ୍ତୁ ,ନିଜେ ଆତ୍ମ ନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଦିଅନ୍ତୁ ବୋଲି କହିଥିଲେ ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଯୁବବର୍ଗ ଦେଶର ସମ୍ପତି ଏବଂ ଦକ୍ଷତା ଅର୍ଜନ କରି ଏକ ସଶକ୍ତ  ଦେଶ ଗଠନ ରେ ସହାୟକ ହୁଅନ୍ତୁ ବୋଲି କହିଥିଲେ। 

ଏହି ଅବସରରେ ବିଭିନ୍ନ ଦକ୍ଷତା ପ୍ରତିଯୋଗିତା ରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପରିସରରେ ଅତିଥି ଗଣ ବୃକ୍ଷରୋପଣ କରିଥିଲେ ଏବଂ ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା ।ଏହି ସଭାରେ ସାହି ଏକ୍ସପୋର୍ଟ,କ୍ୱେସ କର୍ପୋରେସନ,ଜନ ଶକ୍ତି  ସଂସ୍ଥାନ, ଦିନ ଦୟାଲ ଉପାଧ୍ୟାୟ ସ୍କିମ ରେ ତାଲିମ ନେଇଥିବା ପୂର୍ବ ତାଲିମ ଗ୍ରହୀତା  ଓ  ତାଙ୍କ ପିତା ମାତା ଙ୍କ ସହ ଦକ୍ଷତା ବିକାଶ କେନ୍ଦ୍ରର କର୍ମଚାରୀ,ସୁରକ୍ଷା ଅଧିକାରୀ( ଆନୁଷ୍ଠାନିକ ଯତ୍ନ ) ଶ୍ରୀ ଅଂଶୁମାନବାବୁ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe