ଜୟପୁର ଠାରେ ଚାଲିଥିବା ୪୦ ଘଣ୍ଟା / ୫ ଦିନିଆ ମଧ୍ୟସ୍ଥତା ତାଲିମ କର୍ମଶାଳାର ଉଦଯାପନୀ ଉତ୍ସବ ଅନୁଷ୍ଠିତ !!!
ଜୟପୁର:-----
(ତର୍ଜମା ବ୍ୟୁରୋ ନ୍ୟୁଜ )
କୋରାପୁଟ ଜିଲ୍ଲାର ଜୟପୁର ଠାରେ ଚାଲିଥିବା ୪୦ ଘଣ୍ଟିଆ ମଧ୍ୟସ୍ଥତା କର୍ମଶାଳା ଉଦଯାପନୀ ସୋମାରୋହ ଆଜି, ୦୨-୦୭-୨୦୨୩ ତାରିଖ ଓଡିଶା ଉଚ୍ଚ ନ୍ୟାୟଳୟ ନ୍ୟାୟ ମୂର୍ତ୍ତି ତଥା ସଦସ୍ୟ ମଧ୍ୟସ୍ଥତା ମନିଟରିଂ କମିଟି, ଓଡିଶା ଉଚ୍ଚ ନ୍ୟାୟଳୟ ମାନ୍ୟବର ଶ୍ରୀ ଜସ୍ଟିଷ ବିଶ୍ଵନାଥ ରଥ ଏବଂ ମାନ୍ୟବର ଶ୍ରୀ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଓଡ଼ିଶା ହାଇକୋର୍ଟର ନ୍ୟାୟ ମୂର୍ତ୍ତି ତଥା ସଦସ୍ୟ ମଧ୍ୟସ୍ଥତା ମନିଟରିଂ କମିଟି, ଓଡିଶା ଉଚ୍ଚ ନ୍ୟାୟଳୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇ ଅଛି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜଜ୍-ତଥା-ଅଧକ୍ଷ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ଶ୍ରୀ ସତ୍ୟ ନାରାୟଣ ମିଶ୍ର, ବିଚାରପତି ତଥା ପ୍ରଶିକ୍ଷକ ମଧ୍ୟସ୍ଥତା ଏବଂ ସମନ୍ୱୟ ପ୍ରକଳ୍ପ କମିଟି, ମଧ୍ୟପ୍ରଦେଶ ଶ୍ରୀମତୀ ଗିରିବାଲା ସିଂ, ବିଚାରପତି ତଥା ମଧ୍ୟସ୍ଥତା ଏବଂ ସମନ୍ୱୟ ପ୍ରକଳ୍ପ କମିଟି,ମହାରାଷ୍ଟ୍ର ଶ୍ରୀ ଏମ.କେ. ଜାଦବ , ଓଡ଼ିଶା ଆଇନ ସେବା ପ୍ରାଧିକରଣ,ଉପ ସଚିବ ଶ୍ରୀ ସ୍ମୃତି ରଞ୍ଜନ ମହାପାତ୍ର, ଜୟପୁର ବିଚାର ବିଭାଗୀୟ ସମସ୍ତ ନ୍ୟାୟିକ ଅଧିକାରୀ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଶ୍ରୀ ସୁମନ ଜେନା, ତଥା ଜୟପୁର ଏବଂ କୋରାପୁଟ ଜିଲ୍ଲାର ବିଭିନ୍ନ ଓକିଲ ସଂଘର ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲା ଜଜ୍-ତଥା-ଅଧକ୍ଷ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର କୋରାପୁଟ-ଜୟପୁର ଶ୍ରୀ ସତ୍ୟ ନାରାୟଣ ମିଶ୍ରଙ୍କ ୫ ଦିନ ଧରି ଚାଲିଥିବା ମଧ୍ୟସ୍ଥତା ତାଲିମ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ଦେଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।
ମାନ୍ୟବର ମାନ୍ୟବର ଶ୍ରୀ ଜସ୍ଟିଷ ବିଶ୍ଵନାଥ ରଥ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ ଯେ ମଧ୍ୟସ୍ଥତା ପ୍ରଣାଳୀ ଦ୍ଵାରା ବିଭିନ୍ନ ବିବାଦ ମାନଙ୍କର ସମାଧାନ ଅତି ସରଳ ଓ ସୁବିଧାରେ ହୋଇଥାଏ । ତାଲିମ ପ୍ରାପ୍ତ ମଧ୍ୟସ୍ଥିତା ତାଙ୍କ ଅଭିଙ୍ଗ୍ୟତାକୁ ବିବାଦ ପ୍ରେରଣ କରୁଥିବା ବିଚାରପତିଙ୍କ ସହ ବିସ୍ତ୍ରୁତ ଆଲୋଚନା କରି ସଠିକ ବିବାଦ ମାନଙ୍କୁ ମଧ୍ୟସ୍ଥିତା ପାଇଁ ବିଚାରକୁ ନେବା ଉଚିତ ବୋଲି ଗୁରୁତ୍ଵରୋପ କରିଥିଲେ।
ମାନ୍ୟବର ଶ୍ରୀ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ନିଜ ଉଦବୋଧୋନ ରେ କହିଥିଲେ, ଜଣେ ତାଲିମ ପ୍ରାପ୍ତ ମଧ୍ୟସ୍ଥିତା ବିବାଦର ଅକୁହା କଥାକୁ ମଧ୍ୟ ଶୁଣିପାରେ ଏବଂ ନିଜ ଅଭିଜ୍ଞତାକୁ ବିବାଦର ସମାଧାନ ସକାଶେ ସଠିକ ଉପୋଯୋଗ କରିପାରିବେ। ବିଚାରପତି ମାନଙ୍କ ସକାଶେ ମଧ୍ୟ ଏପରି କାର୍ମଶାଳା ଆୟୋଜନ କରି ମଧ୍ୟସ୍ଥିତା ପ୍ରଣାଳୀକୁ ବହୁ ମାତ୍ରାରେ ଉପୋଯୋଗରେ ଅଣାଯାଇପାରିବ ବୋଲି ଗୁରୁତ୍ଵାରୋପ କରିଥିଲେ।
ବିଚାରପତି ତଥା ପ୍ରଶିକ୍ଷକ ମଧ୍ୟସ୍ଥତା ଏବଂ ସମନ୍ୱୟ ପ୍ରକଳ୍ପ କମିଟି, ମଧ୍ୟପ୍ରଦେଶ ଶ୍ରୀମତୀ ଗିରିବାଲା ସିଂ ନିଜ ଉଦବୋଧନ ରେ କହିଥିଲେ ଯେ ମଧ୍ୟସ୍ଥିତା ଏକ ସ୍ଵୟଂବୋଧ ଯାତ୍ରା ଏବଂ ସଠିକ ବିବାଦ ଗୁଡିକ ମଧ୍ୟସ୍ଥିତା ପାଇଁ ପ୍ରେରଣ ହେବା ଉଚିତ।
ବିଚାରପତି ତଥା ପ୍ରଶିକ୍ଷକ ମଧ୍ୟସ୍ଥତା ଏବଂ ସମନ୍ୱୟ ପ୍ରକଳ୍ପ କମିଟି, ମହାରାଷ୍ଟ୍ର ଶ୍ରୀ ଏମ.କେ. ଜାଦବ ନିଜ ଉଦବୋଧନ ରେ ଏହି ୫ ଦିନିଆ ତାଲିମ କାର୍ମଶାଳାର ନିଜର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। ଓ ସମସ୍ତ ତାଲିମ ପ୍ରାପ୍ତ ଆଇନଜୀବୀଙ୍କୁ ଏହି ୪୦ ଘଣ୍ଟିଆ ତାଲିମର ସଠିକ ଉପୋଯୋଗ କରିବା ପାଇଁ ଉତ୍ସହିତ କରିଥିଲେ।
ତାଲିମ ପ୍ରାପ୍ତ ଓକିଲବୃନ୍ଦଙ୍କ ମଧ୍ୟରୁ ଆଇନଜୀବି ଶ୍ରୀ ଅଶୋକ କୁମାର ଷଡଙ୍ଗୀ ଓ ଶ୍ରୀମତୀ ଶୁଭ୍ରା ପଣ୍ଡା ପ୍ରମୁଖ ଏହି ୪୦ ଘଣ୍ଟିଆ ତାଲିମ କାର୍ଯ୍ୟକ୍ରମ ଉପରେ ନିଜ ନିଜର ଅଭିଙ୍ଗ୍ୟତା ସମ୍ପର୍କରେ ସୂଚନା ଦେଇଥିଲେ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ,କୋରାପୁଟ-ଜଯପୁର ସଚିବ ଶ୍ରୀ ସୁମନ ଜେନା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଜଯପୁର ର ଅନ୍ୟାନ୍ୟ ସହକର୍ମୀଙ୍କ ସହୋଯୋଗରେ ଏହି ୫ ଦିନିଆ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ ରୂପେ ସୁପରିଚାଳନା କରିଥିବାବେଳେ ଡକ୍ଟର ପବିତ୍ର ମୋହନ ସାମଲ, ଜଜ୍, ପରିବାର ଅଦାଲତ ଜୟପୁର ଧନ୍ୟବାଦ ଅର୍ପଣ କରିଥିଲେ।



Post a Comment