କଳାହାଣ୍ଡି ସାମ୍ବାଦିକ ସଙ୍ଘର କାର୍ଯକାରିଣୀ ବୈଠକ !!!
ଜୁନାଗଡ଼:-----
( ତର୍ଜମା ବ୍ୟୁରୋ ନ୍ୟୁଜ )
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରାଜ୍ୟରେ ଦୁର୍ଦ୍ଦିନରେ ଗତି କରୁଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ମାନଙ୍କର ଏପରି ଅବସ୍ଥା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଆଜି କଳାହାଣ୍ଡି ସାମ୍ବାଦିକ ସଂଘ ଏସୟୁଯେ ଶାଖା ଦ୍ୱାରା ଜୁନାଗଡ଼ ଆର ଏମ ସି ଶଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲିଙ୍କ ନେତୃତ୍ୱରେ ରାଜ୍ୟ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ସାମ୍ବାଦିକ ମାନଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ଉପ ସଭାପତି ରାମ କୁମାର ସେନାପତି,ତୁଳାମଣି ନାଗ,ବରିଷ୍ଠ ସଦସ୍ୟ ରଘୁମଣି ପୁଝାରି,ଅମଜାଦ ଖାନ,ମହିପାଳ ମହାନନ୍ଦ,ରଜନୀକାନ୍ତ ଛତ୍ରୀଆ,ହରିହର ଛତ୍ରୀଆ,ଈଶ୍ୱର ପଟେଲ,ଦୁର୍ଯ୍ୟୋଧନ ମାଝୀ,ଖୀରସିନ୍ଧୁ ପଟେଲ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ ଖସଡ଼ା ଘୋଷଣା କରିଥିଲେ ।



Post a Comment