//BREAKING//
Loading...

କେସିଙ୍ଗା ଓ ଜୁନାଗଡ଼ ସହର ପାଇଁ ବାଇପାସ ରାସ୍ତା ଓ NAC କୁ ମ୍ୟୁନିସିପାଲଟି ରେ ପରିଣତ କରିବା ଅତ୍ୟନ୍ତ ଜରୁରୀ ।

ଜୁନାଗଡ଼ ଓ କେସିଙ୍ଗା ପାଇଁ ବାଇପାସ ରାସ୍ତା ଓ NAC କୁ ପୌରସଂସ୍ଥା କରିବା ନିତାନ୍ତ ଆବଶ୍ୟକ ।
      କଳାହାଣ୍ଡି ଜିଲ୍ଲାର କ୍ଷେତ୍ରଫଳ ସ୍ୱାଧୀନତା ପୂର୍ବରୁ ୧୮୯୨ମସିହା ର ତଥ୍ୟ ଅନୁଯାୟୀ ୯,୭୦୦ ବର୍ଗ କିମି ବା ୩,୭୦୦ ବର୍ଗ ମାଇଲ ଥିଲା ।ସ୍ୱାଧୀନତା ପରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବା ପରେ କାଶୀପୁର ବ୍ଲକ ଓ ନୂଆପଡା ଜିଲ୍ଲା ଅଲଗା ହୋଇ ବର୍ତ୍ତମାନ କ୍ଷେତ୍ରଫଳ ୭,୯୨୦ବର୍ଗ କିମି ବା ୩,୦୬୦ ବର୍ଗ ମାଇଲ ।୧୮୯୨ ର ତଥ୍ୟ ଅନୁସାରେ  କଳାହାଣ୍ଡି ରାଜ୍ୟର ଜନସଂଖ୍ୟା ୨,୨୪,୫୪୮ ଥିଲା ।ବର୍ତ୍ତମାନ ୨୦୧୧ ଜନ ଗଣନା ଅନୁଯାୟୀ୧,୫୭୬,୮୬୯ ସରକାରୀ ତଥ୍ୟ ଅନୁଯାୟୀ ରହିଛି । କଳାହାଣ୍ଡି ଜିଲ୍ଲାର ସର୍ଵ ପୁରାତନ ରାଜଧାନୀ ଓ ସହର ଜୁନାଗଡ଼ ଏବଂ କେସିଙ୍ଗା ସହର ର ଏକ ସ୍ୱତନ୍ତ୍ରତା ରହିଛି ।ଭବାନୀପାଟଣା ସହରର ପଶ୍ଚିମ ଦିଗକୁ ୨୬କିମି ଦୂର ରେ ଜୁନାଗଡ଼ ଓ ଭବାନୀପାଟଣା ସହରର ଉତ୍ତର- ପୂର୍ବ କୋଣ ରେ କଳାହାଣ୍ଡି ର ପ୍ରବେଶ ଦ୍ୱାର ଓ ବ୍ୟବସାୟିକ ପେଣ୍ଠସ୍ଥଳୀ  ଭାବରେ କେସିଙ୍ଗା ସହର ଅବସ୍ଥିତ ।କେସିଙ୍ଗା ସହର ର  ଜନସଂଖ୍ୟା ୨୦୧୧ ଜନ ଗଣନା ଅନୁଯାୟୀ ୧୯,୨୩୯ଅଟେ ।ସେଥି ମଧ୍ୟରୁ ପୁରୁଷ ୯୮୪୪ ଓ ମହିଳା ଙ୍କ ସଂଖ୍ୟା ୯୩୯୫ ଅଟେ ।କେସିଙ୍ଗା ସହର ର ୪୨୭୧ ଟି ଗୃହ କୁ ନେଇ ୧୨ ଟି ୱାର୍ଡ ପାଇଁ NAC ଗଠିତ । କେସିଙ୍ଗା ସହରର ସାକ୍ଷରତା ହାର ରାଜ୍ୟ ସାକ୍ଷରତା ହାର ଠାରୁ ଅଧିକ ରାଜ୍ୟ ସାକ୍ଷରତା ହାର ୭୨.୮୭% ଥିବା ବେଳେ କେସିଙ୍ଗା ସହରର ସାକ୍ଷରତା ହାର ୭୭.୧୨% । ସେଥିମଧ୍ୟରୁ ପୁରୁଷ ସାକ୍ଷରତା ହାର ୮୫.୦୧% ଓ ମହିଳା ସାକ୍ଷରତା ହାର ୬୮.୮୯% ଅଟେ ।ସେହିପରି ଜୁନାଗଡ଼ ସହରର ଜନସଂଖ୍ୟା ୨୦୧୧ ଜନ ଗଣନା ଅନୁଯାୟୀ ୧୯,୬୫୬ ଅଟେ ।ସେଠି ମଧ୍ୟରୁ ପୁରୁଷ୯୮୩୫ ଓ ମହିଳା ୯୮୨୧ ରହିଛି ।ସାକ୍ଷରତା ହାର ରାଜ୍ୟ ସାକ୍ଷରତା ହାର ଠାରୁ ଢେର ଅଧିକ ।ରାଜ୍ୟ ସାକ୍ଷରତା ହାର ୭୨.୨୭%ଥିବାବେଳେ ଜୁନାଗଡ଼ ସହରର ସାକ୍ଷରତା ହାର ୭୨.୨୭% ରହିଛି ।ସେଥି ମଧ୍ୟରୁ ପୁରୁଷ ସାକ୍ଷରତା ୮୨.୨୫% ଓ ମହିଳା ସାକ୍ଷରତା ହାର ୬୬.୧୨%ରହିଛି ।୧୨ ଟି ୱାର୍ଡ ରେ ୪୫୧୧ଟି ଗୃହ କୁ ନେଇ ଜୁନାଗଡ଼ NAC ଗଠିତ ହୋଇଛି ।୨୦୧୧ ମସିହା ର ତଥ୍ୟ ଆଜି କୁ ଦଶ ବର୍ଷ ପରେ ଅନେକ ପରିବର୍ତନ ଘଟିଛି ।ଏହି ଦୁଇଟି ସହରର ସୀମା ଓ ଜନସଂଖ୍ୟା ରେ ଅହେତୁକ ବୃଦ୍ଧି ପାଇଛି ।ଆଜି ଏହି ଦୁଇଟି ସହର ର ଜନସଂଖ୍ୟା ୪୦ ହଜାର ଅତିକ୍ରମ କରି ସାରିଛି କିନ୍ତୁ ବିକାଶ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଘଟି ନାହିଁ ।କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲାର ପ୍ରବେଶ ଦ୍ୱାର ଓ ବ୍ୟବସାୟିକ ପେଣ୍ଠସ୍ଥଳ ଥିବା ବେଳେ ଜୁନାଗଡ଼ ହଜାରେ ବର୍ଷ ପୁରୁଣା ସହର ଓ ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ ।ଭୌଗୋଳିକ ଦୃଷ୍ଟି କୋଣ ରୁ ବଲାଙ୍ଗୀର ସୀମା ପରେ କେବଳ କେସିଙ୍ଗା -ଭବାନୀପାଟଣା- ଜୁନାଗଡ଼ ଜାତୀୟ ରାଜପଥ ୨୬  କୁ ଛାଡିଦେଲେ ଅନ୍ୟ କୌଣସି ରାସ୍ତା ନାହିଁ ।କେସିଙ୍ଗା ସହର ମଧ୍ୟ ଦେଇ ଓ ଜୁନାଗଡ଼ ସହର ମଧ୍ୟ ଦେଇ ଜାତୀୟ ରାଜପଥ ଉପରେ ଦୈନିକ ଶହ ଶହ ଭାରି ଯାନ ଚଳାଚଳ ଯୋଗୁଁ ନିୟମିତ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ଓ ପରିବାର ଙ୍କ କ୍ଷତି ଘଟୁଛି ।କିନ୍ତୁ ସ୍ଥାନୀୟ ବିଧାୟକ, କିମ୍ବା ପ୍ରଶାସନ କିମ୍ବା ରାଜ୍ୟ ସରକାର ଏହି ଦୁଇଟି ସହର ବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ କୌଣସି  ବାଇପାସ ରାସ୍ତା ନିର୍ମାଣ ପାଇଁ ଆଜି ଯାଏଁ ଚିନ୍ତା କରି ନାହାନ୍ତି ।ପରିବର୍ତ୍ତନ ଶୀଳ ସମାଜ ଓ ଗ୍ରାମ ଛାଡି ସହରମୁଖା ଓ ଆଧୁନିକତା ର ବାସ୍ନା ପାଇଁ ସହର ର ସରକାରୀ ଜମି ଗୁଡିକ ଜବରଦଖଲ କରି ଏହି ଦୁଇଟି ସହର ଆଜି ଅନେକ ମାତ୍ରା ରେ ଭୌଗୋଳିକ ବିସ୍ତାର କରିଛି। ସମଗ୍ର କଳାହାଣ୍ଡି ଜିଲ୍ଲାର ଖୁଚୁରା ବ୍ୟବସାୟୀ ଓ ସାଧାରଣ ଖାଉଟି ପ୍ରାୟତଃ ଜୁନାଗଡ଼ ଓ କେସିଙ୍ଗା ବଜାର ଉପରେ ନିର୍ଭରଶୀଳ ଅଟନ୍ତି ଫଳରେ ଏହି ଦୁଇଟି ସହର ମଧ୍ୟ ଦେଇ ଯାଇଥିବା ଏକମାତ୍ର ଅଣ ଓସାରିଆ ରାସ୍ତା ରେ ପ୍ରାୟତଃ ଅତ୍ୟଧିକ ଭିଡ଼ ପରିଲକ୍ଷିତ ହୁଏ ।ଅନ୍ୟପଟେ ଆନ୍ତଃ ଜିଲ୍ଲା ଓ ରାଜ୍ୟ ଅତିକ୍ରମ କରିବା ପାଇଁ ନିୟମିତ କିଛି ମିନିଟ ବ୍ୟବଧାନରେ ଭରିଯାନ ଚଳାଚଳ  ଯୋଗୁଁ  ଦୁର୍ଘଟଣା ଘଟିବା ଓ ଦୁର୍ଘଟଣାରେ ପ୍ରାଣ ହରାଇ ପରିବାର ଧ୍ବଂସ ହେବା ଏକ ନିୟମିତ ଘଟଣା ଅଟେ । ଏଣୁ ଏହି ଦୁଇଟି ସହର କେସିଙ୍ଗା ଓ ଜୁନାଗଡ଼ବାସୀ ଙ୍କୁ ସୁରକ୍ଷିତ ରଖିବା ପାଇଁ ଅତିଶୀଘ୍ର ବାଇପାସ ନିର୍ମାଣ ଅପରିହାର୍ଯ୍ୟ ହୋଇ ପଡିଛି ।ଏଥିସହ ଏହି ଦୁଇଟି ସହରର ସାମଗ୍ରିକ ବିକାଶ ପାଇଁ NAC କୁ ମ୍ୟୁନିସିପାଲଟି କୁ ଅପଗ୍ରେଡ କଲେ ଯାଇ ଏହି ଦୁଇଟି ସହରର ବିକାଶ ଜାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ । ସୌଭାଗ୍ୟ କୁ କେସିଙ୍ଗା ସହର ସଦର ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଥିବା ବେଳେ ଏହି ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ପ୍ରଦୀପ୍ତ କୁମାର ନାଏକ ରାଜ୍ୟ ବିରୋଧୀ ଦଳର ନେତା ଓ ଜୁନାଗଡ଼ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର ଜିଲ୍ଲାର ପ୍ରଥମ ବିଧ୍ୟାୟକ ଯିଏକି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ଗୃହ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବରେ ଅବସ୍ଥାପିତ ଏହା ପ୍ରତ୍ୟେକ କଳାହାଣ୍ଡି ବାସୀ ଙ୍କ ପାଇଁ ଗର୍ବ ର ବିଷୟ ।ତେବେ ଜିଲ୍ଲାର ସମୂହ ସ୍ୱାର୍ଥ ଓ ସାଧାରଣ ଜନତା ଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଜନ ପ୍ରତିନିଧି ମାନଙ୍କ ଭୂମିକା ଯେତେ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସମସ୍ୟାକୁ ସାଧାରଣ ଜନତା ଙ୍କ ଜରିଆରେ ସରକାର, ନିର୍ବାଚିତ ପ୍ରତିନିଧି ମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।ନିଜ ମାଆ ମାଟିର ସେବା ଓ ଉନ୍ନତି କରିବା ପାଇଁ ବାରମ୍ବାର ସୁଯୋଗ ମିଳେ ନାହିଁ ବର୍ତ୍ତମାନ ସମୟ  ଆସିଛି କେସିଙ୍ଗା ଓ ଜୁନାଗଡ଼ ବାସୀ ଙ୍କ ନ୍ୟାର୍ଯ୍ୟ ହକ ଓ ସହରର ବିକାଶ ପାଇଁ ଆବଶ୍ୟକ ବାଇପାସ ରାସ୍ତା ଓ NAC  କୁ ଅପଗ୍ରେଡ କରି ମ୍ୟୁନିସିପାଲଟି ରେ ପରିଣତ କରିବାରେ ଜିଲ୍ଲାର ନେତୃ ମଣ୍ଡଳୀ, ପ୍ରଶାସନ ଓ ରାଜ୍ୟ ସରକାର ନିଶ୍ଚୟ ସହାୟକ ହେବେ ଓ ଏହି ଦୁଇଟି ସହର ରେ ବସବାସ କରୁଥିବା ସାଧାରଣ ଲୋକ ଙ୍କ ଜୀବନ ସୁରକ୍ଷିତ ରଖିବା ରେ ସହାୟକ ହେବେ ।
ଧନ୍ୟବାଦ। 
 ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe