//BREAKING//
Loading...

ପ୍ରସ୍ତାବିତ ରିଙ୍ଗ ରୋଡ଼ ଓ


 ଗତ କିଛିଦିନ ତଳେ ମୋ ଗୋଟିଏ ଶୃତି ଲେଖା "ଭବାନୀପାଟଣା ପାଇଁ ଆବଶ୍ୟକ ରିଙ୍ଗ ରୋଡ଼" ଶୀର୍ଷକ ଲେଖା ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ବେଶ ପ୍ରଭାବ ପକାଇଛି ।ଏହି ଲେଖାଟି ପଢି ମୋ ଅନ୍ତରଙ୍ଗ ବନ୍ଧୁ ରାଜ୍ୟ ଅଲମ୍ପିକ ସଙ୍ଘ ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ ଅତୀତ ର କିଛି ଦସ୍ତାବେଜ ପଠେଇଛନ୍ତି ତେଣୁ ତାଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।ଭବାନୀପାଟଣା ରିଙ୍ଗ ରୋଡ଼ ର ଆଵଶ୍ୟକତା କୁ ନେଇ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ଶିବ ଶଙ୍କର ପଟ୍ଟନାୟକ ଙ୍କ ନେତୃତ୍ୱରେ ତା--୧୨-୧୨ ୨୦୦୬ ମସିହା ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ୧୦ ଘଣ୍ଟା ଠାରୁ ୧.୦୦ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ଅବସରରେ ବନ୍ଧୁ ଶ୍ରୀ ଜଗମୋହନ ପଟ୍ଟନାୟକ, ଚନ୍ଦ୍ର ନାଏକ, ସନ୍ତୋଷ ଆଚାର୍ଯ୍ୟ, ରମେଶ ସାହୁ, ଦେବୀ ସିନ୍ଦୁର, କୁମୁଦ ପଟ୍ଟନାୟକ ଓ ତରୁଣ ମାଝୀ ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ ।ବିଗତ୨୧ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠ ହାସଲ କରି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ସରକାର ଚାଲିଛି ।ଜିଲ୍ଲା ବାସୀ ଙ୍କ କଲ୍ୟାଣ ଓ ହିତ ସାଧନ ପାଇଁ  ଜନସାଧାରଣ ଙ୍କ ଦ୍ଵାରା ପ୍ରସ୍ତାବିତ ଦାବି ଗୁଡିକ ସହୃଦୟତା ର ସହ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରିବା ସରକାରଙ୍କ ଧର୍ମ ।କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଧର୍ମକୁ ଆଖି ଠାର ନୀତି ଅବଲମ୍ବନ କରି ଜନ ପ୍ରତିନିଧି ମାନେ ସ୍ୱର ଉତ୍ତୋଳନ କରିବା ପରିବର୍ତେ ନିରବ ରହିବା ଜିଲ୍ଲା ବାସୀ ଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଅଟେ ।ରିଙ୍ଗ ରୋଡ଼ ଦାବି ଉଠିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋ ଗାଁ ବାଦଳି - ମାଡିଙ୍ଗ ରାସ୍ତା, ବାନ୍ଦୁପଳା ରାସ୍ତା ଓ କିଛି ଅନ୍ୟ ରାସ୍ତା ବ୍ୟବସ୍ଥା ପାଇଁ ଜିଲ୍ଲାପାଳ- ଏସପି, ଥାନା ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ବୁଲିଲେ ।ନିଜ ତରଫରୁ ସରକାର ଙ୍କୁ ସୁହାଇବା ଭଳି ଗଣ ମାଧ୍ୟମ ସମ୍ମୁଖରେ ସେତେ ବେଳେ ବକ୍ତବ୍ୟ ରଖିଥିଲେ।କିନ୍ତୁ ନିର୍ବାଚିତ ପ୍ରତିନିଧି ମାନେ ମୌନ ବ୍ରତ ପାଳନ କରିଦେଲେ ।ପ୍ରଶାସନ କିମ୍ବା ସରକାରଙ୍କ ନିକଟରେ କୌଣସି ଦୃଢ଼ ଦାବି କରି ପାରିଲେ ନାହିଁ ।ଫଳରେ ସେହି ରିଙ୍ଗ ରୋଡ଼ ପ୍ରସ୍ତାବ ଟି ପ୍ରସ୍ତାବରେ ରହିଗଲା ।ଶିବ ଦାଦା ଥିଲେ ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ଯାହାଙ୍କ ମସ୍ତିକରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଭୌଗଳିକ ସ୍ଥିତି କମ୍ପ୍ୟୁଟର ଭଳି ରହିଥିଲା ।ଆମେ ପ୍ରସ୍ତାବ ର ଚିଠା ପ୍ରସ୍ତୁତ କରିବା ସମୟରେ ସ୍ଥାନୀୟ ରାଜସ୍ୱ ଅଫିସରୁ ଭବାନୀପାଟଣା ସହରର ଓ ଆଖପାଖ ଅଞ୍ଚଳର ନକ୍ସା ସଂଗ୍ରହ କରି ଏକ ଡିଭାଇଡର ରେ ଭବାନୀପାଟଣା ର ମଧ୍ୟସ୍ଥଳୀ ରୁ ପ୍ରାୟ ଆନୁମାନିକ ୫ କି, ମି , ଦୂର ମେଦିନିପୁର- ଅଟାଙ୍ଗଗୁଡା--ବାନ୍ଦୁପଳା- କାମଠଣା--ପରମାନନ୍ଦ ପୁର--ମେଦିନିପୁର କୁ ଏକ ଗୋଲାକାର ଚିନ୍ହ ଦେଇ ଜେରେକ୍ସ କରି ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ୨୦୦୩-୦୪ ମସିହାରେ ଆରଡ଼ି ବିଭାଗ ଜରିଆରେ ପ୍ରଦାନ କରିଥିଲୁ ।କିନ୍ତୁ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପ୍ରଶାସନ- ସରକାର ଓ ନିର୍ବାଚିତ ପ୍ରତିନିଧି ମାନେ ଏଡେଇଦେବା କିମ୍ବା ଗୁରୁତ୍ୱ ପ୍ରଦାନ ନ କରିବା ବାସ୍ତବିକ କ୍ଷୋଭ ର ବିଷୟ ଅଟେ  ।ଧନ୍ୟବାଦ ଦେବି କଳାହାଣ୍ଡିର ସଂଗ୍ରାମୀ ନେତା ଶ୍ରୀ ଭକ୍ତ ଚରଣ ଦାସ ଙ୍କୁ ଯେ ନିଜ ସାଂସଦ ଥିବା ସମୟରେ ୪ ବି ପ୍ରୋଜେକ୍ଟ ଜାତୀୟ ରାଜପଥ ବରଗଡ଼- ବୋରିଗୁମା ଭାୟା ଭବାନୀପାଟଣା ବଲାଙ୍ଗୀର ରାସ୍ତା ସମ୍ପ୍ରସାରଣ , ନାବାର୍ଡ ର ସହାୟତାରେ ଜୁନାଗଡ଼ - ଥୁଅମୂଳ- ରାମପୁର ଭାୟା କଲମପୁର ରାସ୍ତା ନିର୍ମାଣ ସହ ଶିବ ଦାଦା ଙ୍କ ପ୍ରସ୍ତାବିତ ୧୭୬ ଟି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପ୍ରଦାନ ଓ କାର୍ଯ୍ୟ କାରୀତା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।ସେହିପରି ଆଉ ଏକ ରାସ୍ତା ରାୟପୁର- ବିଶାଖାପାଟଣା ଜାତୀୟ ରାଜପଥ ମଞ୍ଜୁରୀ ଓ କାର୍ଯ୍ୟ ଆରମ୍ଭ କରି ପାରି ଥିଲେ ।ଶିବ ଦାଦା ଙ୍କ ସମୟରେ ଜିଲ୍ଲା ପରିଷଦ ପକ୍ଷରୁ ଅନେକ ବଡ଼ ବଡ଼ ପୋଲ ନିର୍ମାଣ ହେବାସହ ସେଂପୁର ଟିଟିଲାଗଡ଼ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବଲାଙ୍ଗୀର ଜିଲ୍ଲା ଅଧୀନରେ ଥିବା ରାସ୍ତା ମଞ୍ଜୁରୀ ପାଇଁ ତତ୍କାଳୀନ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ବାଳକୃଷ୍ଟ ରଥ ଙ୍କୁ ଅନୁରୋଧ କରିଥିଲେ ।ଫଳରେ ବାଳକୃଷ୍ଟ ଦାଦା ବଲାଙ୍ଗୀର ଜିଲ୍ଲାପରିଷଦ ମିଟିଂ ରେ ସମ୍ପୃକ୍ତ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ କରାଇ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଏହି ରାସ୍ତା ନିର୍ମାଣ ରେ ବଲାଙ୍ଗୀର ଜିଲ୍ଲାର ଜୈନିକ ଠିକାଦାର ଙ୍କ ବିଳମ୍ବ ଯୋଗୁଁ ଏହା ସମ୍ପୂର୍ଣ ହେବାରେ ଅନେକ ବର୍ଷ ଲାଗିଲା ।ସଦର ମୁଖ୍ୟାଳୟ ରୁ ଧର୍ମଗଡ଼ ବ୍ଲକ କୁ ସଂଯୋଗ କରିବା ପାଇଁ ବନ୍ଧା ଗାଁ ବ୍ରିଜ ହେଉ କି ଅର୍ତ୍ତଳ- ପଲନା- ଡୁମରିଆ ଯିବା ପାଇଁ ତେଲ ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ହଉ ସବୁ ଭିତରେ ଶିବ ଦାଦା ଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ପ୍ରସ୍ତାବ ରହିଥିଲା ।ଜଣେ ବିଚକ୍ଷଣ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ଶିବ ଦାଦା ।ପ୍ରଶାସନ ର ଯେତେ ବଡ଼ ଅଧିକାରୀ ହୁଅନ୍ତୁ କି ରାଜନେତା ବିଧାୟକ କିମ୍ବା ସାଂସଦ କଳାହାଣ୍ଡିର ଆଵଶ୍ୟକତା କୁ ଗୁରତ୍ୱ ଦେଇ ନିଜ ଦୃଢ଼ ଯୁକ୍ତି ବଳରେ  ପ୍ରସ୍ତାବିତ ପ୍ରକଳ୍ପ ହାସଲ କରି ପାରୁଥିଲେ ।ଏପରିକି ୨୦୦୨ ମସିହାରେ ମହାବାତ୍ୟା ସମୟରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ହେମନ୍ତ ଶର୍ମା ଙ୍କ ସହ ଦିଲ୍ଲୀ ଗସ୍ତ କରି କଳାହାଣ୍ଡି ର କ୍ଷତିଗ୍ରସ୍ତ ଗରିବ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ୨୫୦୦ ଟି ଆବାସ ଗୃହ ମଞ୍ଜୁରୀ କରେଇ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରି ପାରିଥିଲେ ।କଳାହାଣ୍ଡି ଜିଲ୍ଲାବାସୀ ଙ୍କ ପାଇଁ ବିକାଶର ସ୍ବପ ଦେଖିଥିବା ଭକ୍ତ ଚରଣ ଦାସ ଙ୍କ ସାରଥୀ ଓ ପରାମର୍ଶ ଦାତା, ତଥା ଭକ୍ତ ଦାସ ଙ୍କ ଅନୁପସ୍ଥିତି ରେ ସମଗ୍ର ଜିଲ୍ଲାର ରାଜନୈତିକ କର୍ମୀ, ସାଧାରଣ ଲୋକ ଙ୍କ ସୁଖଦୁଃଖ ର ସାଥି ହୋଇ ସରଳ ଜୀବନ  ବିତେଇ ଥିବା ଏହିପରି ଏକ ଯୋଗଜନ୍ମା ଏକ ବିରଳ ଉଦାହରଣ ।ଏହି ଲେଖା ଟି ବର୍ତ୍ତମାନ ର ଜିଲ୍ଲା ରେ ନେତୃତ୍ୱ ନେଉଥିବା ତ୍ରିସ୍ତରୀୟ ପଂଚାୟତ ରାଜ ବ୍ୟବସ୍ଥା ର ନିର୍ବାଚିତ ପ୍ରତିନିଧି, ବିଧାୟକ ଓ ସାଂସଦ ଙ୍କ ପାଇଁ ଏକ ଦିଗଦର୍ଶନ ହେବା ସହ ତାଙ୍କ ସ୍ୱପ୍ନର ରିଙ୍ଗ ରୋଡ଼ ମଞ୍ଜୁରୀ ଓ କାର୍ଯ୍ୟକାରୀ ପାଇଁ ସଫଳ ଉଦ୍ୟମ କଲେ ଯାଇ  ଏହି ମହାନ କଳାହାଣ୍ଡିର ବରପୁତ୍ର ଙ୍କ ପାଇଁ ପ୍ରକୃତ ସମ୍ମାନ ହେବ ।ଆଶା ଦଳୀୟ ରାଜନୀତି ରୁ ଉର୍ଧ୍ୱରେ ଜିଲ୍ଲାର ବର୍ତ୍ତମାନ ର ସାଂସଦ ଓ ବିଧାୟକ ବୃନ୍ଦ ଜିଲ୍ଲାର ବୃହତ୍ତର ସ୍ୱାର୍ଥ କୁ ଆଖି ଆଗରେ ରଖି ମିଳିତ ଭାବେ ଉଦ୍ୟମ କଲେ ନିଶ୍ଚୟ ସଫଳ ହେବେ ।

                   ଧନ୍ୟବାଦ।   

    ମହମ୍ମଦ ଅଲ୍ଲୀ 

      ବରିଷ୍ଠ ସାମ୍ବାଦିକ  ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe