//BREAKING//
Loading...

ଜାତୀୟ ରାଜପଥ ନିକଟରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ

 


କୋରପୁଟ: କୋରାପୁଟ ସଦର ଥାନା ଅନ୍ତର୍ଗତ କୋରାପୁଟ-ଜୟପୁର ଜାତୀୟ ରାଜପଥରେ ଥିବା ଡବଲ ବ୍ରିଜ୍ ନିକଟରେ ମାଛରା ଯିବା ରାସ୍ତା ଛକରେ ଜଣେ  ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ପଡ଼ି ରହିଛି। ମୃତ ଯୁବକଙ୍କର ବୟସ ଆନୁମାନିକ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ମୃତଦେହ ନିକଟରେ ଏକ ରକ୍ତରଞ୍ଜିତ ପଥର ମିଳିଥିବା ଯୋଗୁଁ ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ସଂଦେହ କରାଯାଉଛି। ହତ୍ୟା ପରେ ଏହି ଯୁବକଙ୍କ ମୃତଦେହକୁ ଏପରି ଫୋପାଡ଼ିଦେଇ ଥିବା ସନ୍ଦେହ କରାଯାଉଥିଲେ ବି ପୁଲିସ ଏ ବିଷୟରେ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହିଁ ଏହି ଘଟଣାର ବାସ୍ତବ ତଥ୍ୟ ଜଣାପଡ଼ିବ ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଯୁବକ ଙ୍କ ପରିଚୟ ମିଳିପାରିନାହିଁ। ତେବେ ଗତ କିଛି ମାସ ମଧ୍ୟରେ କୋରାପୁଟ ଜିଲ୍ଲାରେ ହତ୍ୟା ଘଟଣା ବୃଦ୍ଧି ପାଇବା ସର୍ବସାଧାରଣ ମଧ୍ୟରେ ଚିନ୍ତା ବୃଦ୍ଧି କରିଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe