//BREAKING//
Loading...

ବିଦାୟ ଭୂମିପୁତ୍ର ଡ଼ାକ୍ତର ମଳୟ ବେହେରା

 



"ବିଦାୟ ଭୂମିପୁତ୍ର ଡ଼ାକ୍ତର ମଳୟ ବେହେରା " "ଶ୍ରୁତି ରେ କିଛି ଶବ୍ଦ" ପରଲୋକରେ କଳାହାଣ୍ଡି ର ଅନ୍ୟତମ ଭୂମିପୁତ୍ର ଡାକ୍ତର ମଳୟ କୁମାର ବେହେରା। କଳାହାଣ୍ଡି ପାଇଁ ଅପୂରଣୀୟ କ୍ଷତି



କଳାହାଣ୍ଡି ଜିଲାର ସୁନାମ ଧନ୍ୟ ଅନ୍ୟତମ ଭୂମିପୁତ୍ର ଡ଼ାକ୍ତର ମଳୟ ବେହେରାଙ୍କ ବୁଧବାର ପ୍ରତ୍ୟୁଷରେ ଭବାନୀପାଟଣାସ୍ଥିତ ମହାବୀରପଡା ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ମସ୍ତିଷ୍କଜନିତ ରୋଗ କାରଣରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ସ୍ବର୍ଗତ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ହୋଇଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ କମିଶନର ହୋଇଥିବା ବିନୟ ବେହେରାଙ୍କ ବଡ଼ ଭାଇ ଅଟନ୍ତି। ଡାକ୍ତର ବେହେରା କଳାହାଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାର (ସିଡ଼ିଏମଓ) ରହିବା ସହ ପଦୋନ୍ନତି ହୋଇ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ମଧ୍ୟ ରହିଥିଲେ। ତାଙ୍କ ପରଲୋକ ଖବର ଶୁଣି କଳାହାଣ୍ଡି ଜିଲାରେ ଶୋକର ଛାୟା ଖେଳି ଯାଇଛି। ନିଜ ପୈତୃକ ଗ୍ରାମ ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡାଠାରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି।                    

     ୮୦ ଦଶକ ରେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଥିଆମୂଲ୍ ରାମପୁର ବ୍ଲକ ରେ ଶିଶୁ ମାନଙ୍କ ଅଜଣା ରୋଗ ରେ ମୃତ୍ୟୁବରଣ ଘଟଣା ସମଗ୍ର ଦେଶ କାହିଁକି ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା । କେନ୍ଦ୍ର ସରକାର ଏକ ବିଶେଷଜ୍ଞ ଗବେଷକ ପ୍ରତିନିଧି ଦଳ ଏହିରୋଗ ର ଚିହ୍ନଟ ଓ ନିରାକରଣ ପାଇଁ କଳାହାଣ୍ଡି ଗସ୍ତ କରିଥିଲେ । ଯୁବ ମେଡିସିନ ବିଶେଷଜ୍ଞ ଡାକ୍ତର ମଳୟ କୁମାର ବେହେରା ମଧ୍ୟ ଏହି ବିଶେଷଜ୍ଞ ଦଳ ସହ ଦୁର୍ଗମ ଥିଆମୁଲ ରାମପୁର ଅଞ୍ଚଳ ଗସ୍ତ କରିଥିଲେ । ଅଜଣା ରୋଗ ରେ ଆତଙ୍କିତ ଅଞ୍ଚଳ ବାସି ଦୈନନ୍ଦିନ ଜୀବନ ଶୈଳୀ ସହ ଖାଦ୍ୟ, ପାନୀୟ ଜଳ ସମ୍ପର୍କରେ ଜାଣିବା ପରେ ହିଁ ପ୍ରତିନିଧି ଦଳ ରେ ସାମିଲ ଥିବା ଯୁବ ଡ଼ାକ୍ତର ମଳୟ ବେହେରାଏହା ମେନିନଯାଇଟିସ ରୋଗ ଭାବେ ଚିହ୍ନଟ କରିଥିଲେ । ଘଟଣା ଚକ୍ରରେ ମୋ ଦ୍ଵିତୀୟ ଝିଅ ପାଞ୍ଚ ମାସ ର ଥାଏ । ତା ଅବସ୍ଥା ଗୁରୁତର ହେବାରୁ ଡ଼ାକ୍ତରଖାନା ର ଶିଶୁ ୱାର୍ଡ ରେ ଭର୍ତ୍ତି କଲି । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାୟଗୁରୁ ଚିକିତ୍ସା କରୁ ଥାନ୍ତି । ଦ୍ଵିତୀୟ ଦିନ ସକାଳେ ଡ଼ାକ୍ତର ବେହେରା ଙ୍କ ସହ ସାକ୍ଷାତ ହୁଏ । କାକା ନମସ୍କାର କହିଲି, ପ୍ରତ୍ୟୁତ୍ତର ଦେଇ ପଚାରିଲେ ହସ୍ପିଟାଲ ରେ କେନ୍ତା , କହିଲି ଝିଅକୁ କାଲି ଠାରୁ ଭର୍ତ୍ତି କରିଛି । ତୁରନ୍ତ ମୋ ସହ ଗଲେ , ଡ଼ାକ୍ତର ରାୟଗୁରୁ ଙ୍କୁ ଡାକିଲେ ଓ ଚେକ୍ କରିବା ପରେ କିଛି ପରୀକ୍ଷା ପାଇଁ କହିଲେ, ତୁରନ୍ତ କିଛି ଇଞ୍ଜେକସନ ଲେଖିଦେଇ ଦେବାକୁ କହିଲେ ଓ ସଂଧ୍ୟା ରେ ଆସିବି ବୋଲି ଚାଲିଗଲେ । ତିନି ମାସ ଧରି ଝିଅ ଡ଼ାକ୍ତର ଖାନା ରେ ଚିକିତ୍ସିତ ହେଲା ।ଏପରିକି ଔଷଧ , ଇଞ୍ଜେକସନ ବାହାରୁ ମଧ୍ୟ ମଗା ଗଲା କିନ୍ତୁ ସେଇ ମେନିନଜାଇଟିସ ରେ ଆଠ ମାସ ର ଝିଅ ଚାଲିଗଲା ଆର ପାରିକୁ। ତୁରନ୍ତ ଆଉଟ୍ ଡୋର ରେ ବସିଥିବା ମଳୟ କାକା ଙ୍କ ପାଖକୁ ଦୌଡ଼ି ଯାଇ ଡାକିଲି ସେ ଆସି ପରୀକ୍ଷା କଲେ କିଛି କହିଲେ ନାହିଁ ମୋ କାନ୍ଧ ରେ ହାତ ଦେଇ କାନ ପାଖ ରେ କହିଲେ "ସରି" ତାଙ୍କ ମୁହଁ କୁ ଚାହିଁଲି ତାଙ୍କ ଆଖି ଛଲ ଛଲ୍, ସେତେ ବେଳେ ମୁଁ ବୁଝିଲି ଝିଅ ନାହଁ ଚାଲି ଯାଇଛି ଆର ପାରିକୁ ।କଳାହାଣ୍ଡି ର ଯେ, କୌଣସି ବ୍ୟକ୍ତି, ପରିବାର ତାଙ୍କ ପାଖରେ ଆସିଲେ ନିଷ୍ଠାପର ଭାବରେ ଚିକିତ୍ସା କରିବା, ଗରିବ, ଅସହାୟ ମାନଙ୍କୁ ମାଗଣା ରେ ଔଷଧ ଦେବା ଏପରିକି ନିଜ ପକେଟ ରୁ ଟଙ୍କା କାଢି ଦେଇ " ଇ ଔଷଧ ନାଇଁ ନା ବଜାରୁ କିଣି ନେବୁ ବୋଲି ହସି ହସି ବିଦାୟ କରୁଥିଲେ । କଳାହାଣ୍ଡି ମାଟି ର ସୁପୁତ୍ର ଡ଼ାକ୍ତର ମଳୟ କୁମାର ବେହେରା ସାଧାରଣ ସ୍କୁଟର ରେ ସଦାସର୍ବଦା ହସ ହସ ଚେହେରା, ପାଟିରେ ଖଣ୍ଡିଏ ପାନ, ମିଷ୍ଟ ଭାଷୀ ଓ ସମସ୍ତ ରୋଗୀ ଙ୍କ ପରିବାର ବର୍ଗଙ୍କୁ ଧର୍ଯ୍ୟ ସାହସ ଦେଉ ଥିଲେ । ଅବସର ପରେ ପ୍ରାୟ ସନ୍ଧ୍ୟା ସମୟରେ ନିୟମିତ ଘରୁ ମନ୍ଦିର କୁ ଯାଉଥିଲେ ।ନମସ୍କାର ହଉ ଥିଲି ହସି ହସି ଉତ୍ତର ଦେଉଥିଲେ ଓ  ପଚାରୁ ଥିଲେ । ତେବେ ଅନେକ ଦିନ ହେବ ଅସୁସ୍ଥତା ଯୋଗୁଁ ଆଉ ଘରୁ ବାହାରୁ ନ ଥିଲେ ।ଆଜି ତାଙ୍କର ସ୍ୱର୍ଗବାସ ଖବର ପାଈ ଗଭୀର ମର୍ମାହତ । ଦୃଶ୍ୟ ପଟଳ ରେ ତାଙ୍କ୍ କର୍ମ୍ ମୟ ଜୀଵନ ର ଅନେକ ଘଟଣା ଓ ନିଜ ମାଟି ରମଣିଷ ପ୍ରତ୍ୟେକ କଳାହାଣ୍ଡିଆ ଯିଏ ତାଙ୍କ୍ ସମ୍ପର୍କ ରେ ଆସିଛି ଆଜି ତାଙ୍କୁ ଝୁରୁଥିବ । କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଭୂମିପୁତ୍ର ଡ଼ାକ୍ତର ମଳୟ କୁମାର ବେହେରା ଙ୍କ ପରଲୋକ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।

 ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ, ଭବାନୀ ପାଟଣା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe