//BREAKING//
Loading...

ଚାଲିଗଲା ଅଶୋକ- ଛାଡ଼ିଗଲା ଶୃତି : ଅଶ୍ରୁ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ !!

 


ଭବାନୀ ପାଟଣା:--( ତର୍ଜମା ନ୍ୟୁଜ,)

ଏକ ବିରଳ ବ୍ୟକ୍ତିତ୍ଵ, ବହୁମୁଖି ପ୍ରତିଭାର ଅଧିକାରୀ, ଏକାଧାର ରେ ଅଧ୍ୟାପକ, ଆଇନଜୀବୀ,ସାମାଜିକ କର୍ମୀ, ଶ୍ରେଷ୍ଠ ଚାଷୀ, ପ୍ରକୃତି ବନ୍ଧୁ ଅଶୋକ ପଟ୍ଟନାୟକ । ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ସ୍ଵର୍ଗତ ଶିବ ଶଙ୍କର ପଟ୍ଟନାୟକ ଙ୍କ ତୃତୀୟ ଭାଈ ଅଶୋକ । ପିଲାଟି ଦିନରୁ ବାପ ଛେଉଣ୍ଡ ହେଲେ ବି ଶିବ ଦାଦା ଏକା ଧାର ରେ ବଡ଼ ଭାଈ, ବାପା, ଆଦର୍ଶ, ଗାଇଡ ଭାବେ ଲାଳନ ପାଳନ ର ଦାୟୀତ୍ବ ନେଇ ସମସ୍ତ ଭାଈ ମାନଙ୍କୁ ସମାଜ ପାଈଁ ପ୍ରେରଣା ଭାବେ ଗଠନ କରି ଥିଲେ । ଶିବ ଦାଦା ଙ୍କ ପରଲୋକ ପରେ ଘଣ୍ଟ ବାହାଲି ଗ୍ରାମ ର ସମସ୍ତ ଚାଷ ଦାୟୀତ୍ବ ଅଶୋକ ର । ଜମି ରେ ଜଣେ ଉତ୍ତମ ଚାଷୀ ଭାବରେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ପ୍ରାୟ ସମସ୍ତ ପ୍ରକାର ଫଳ, ଫୁଲ, ମାଛ ଚାଷ, ଧାନ, ଗହମ ରୁ ଆରମ୍ଭ କରି ତୈଳ ଜାତୀୟ ଓ ଶସ୍ୟ ଅମଳ ରେ ଜଣେ ଆଗ ଧାଡ଼ି ର ଚାଷୀ ଭାବେ ପରିଚିତ ।


 ଏଥି ସହ ଦିନ ହିନ ଦରିଦ୍ର, ମାନଙ୍କ ସେବା, ଚିକିତ୍ସା ବ୍ୟବସ୍ଥା ସମେତ ପ୍ରତ୍ୟେକ କ୍ଷେତ୍ର ରେ ଜଣେ ପ୍ରତିଭାବାନ ଯୁବକ । ଆମ ପରିବାର ସହ ଅତ୍ୟନ୍ତ ଘନିଷ୍ଠ ସଂପର୍କ । ମୁଁ ଘରେ ଥାଏ କିମ୍ଵା ନ ଥାଏ ଘର କୁ ଯିବା ଆସିବା ନିୟମିତ ଥାଏ ।ସଦାବେଳେ ହସ ହସ ଚେହେରା । ପ୍ରତ୍ୟେକ ଦିନ ନିଶ୍ଚୟ ସାକ୍ଷାତ ହୁଏ ।ଜିଲ୍ଲା ର ପ୍ରତ୍ୟେକ ଘଟଣା ର ତାଜା ତଥ୍ୟ ତା ପାଖ ରେ ରହି ଥାଏ । ଲୋକଙ୍କୁ ସାହାଯ୍ୟ କରିବା ହଉ କିମ୍ଵା ଯେତେ ବେଳେ ବି ଅଶୋକ ର ଆବଶ୍ୟକ ପଡ଼ିଲେ ଫୋନ୍ କଲେ ରାତି ଅଧ ରେ ବି ଚାଲି ଆସେ ପାଖକୁ। ଜଣେ ନିର୍ମଳ ହୃଦୟ ର ଅଧିକାରୀ ଅଶୋକ ଆଜି ଚାଲି ଗଲା ଆମ ସମସ୍ତ ଙ୍କୁ ଶୋକ ସାଗର ରେ ଭସାଇ ଭଗବାନ ଙ୍କ ପାଖକୁ । ସଦ୍ୟ ପଡ଼ିଥିବା ନୂତନ ଗୃହ ର ଏଇ ପରଦିନ ସ୍ଲାପ ପଡ଼ିଛି । ଆଜି ସକାଳୁ ଗାଁକୁ ଯାଇ ସ୍ଲାପ ଉପରେ ପାଣି ଦେଲା । ତଳକୁ ଓହ୍ଲାଇ ଅନ୍ୟାନ୍ୟ କାମ ସାରି ପୁଣି ଥରେ ଉପରକୁ ଚଢ଼ି ପାଣି ଭର୍ତ୍ତି ସ୍ଲାପ ଉପରେ ଛିଡା ହୋଇ କାହା ସହିତ ଫୋନ୍ ରେ କଥା ହେଉ ଥାଏ , ପାଖରେ 11 କେଭି ର ବିଦ୍ୟୁତ ତାର ଲାଇନ୍ । ହଟାତ ବିଦ୍ୟୁତ ତାର ର କରେଣ୍ଟ ଟାଣି ନିଏ ଓ ତଳ କୁ ପଡ଼ିଯାଏ ଅଶୋକ । କେହି ଜାଣିବା ଆଗରୁ ତଳେ ପ୍ଲି ନ୍ଥ ରେ ଲାଗିଥିବା ଲୁହା ଛଡ ପଶି ଯାଏ ମୁଣ୍ଡ ପଛ ପଟେ । ଘଟଣା ସ୍ଥଳ ରେ ପ୍ରାଣ ବାୟୁ ଉଡିଯାଏ । ବିଦ୍ୟୁତ ବେଗ ରେ ସମଗ୍ର ଜିଲ୍ଲା ରେ ଖବର ବ୍ୟାପୀ ଯାଏ । ଭବାନୀ ପାଟଣା ମୁଖ୍ୟ ଡ଼ାକ୍ତର ଖାନା ର ପୋଷ୍ଟ ମର୍ଟମଗୃହ ଆଡ଼କୁ ଅଶୋକ କୁ ଭଲ ପାଉଥିବା ବନ୍ଧୁ, ଶୁଭେଚ୍ଛୁ, ପରିବାର ବର୍ଗ, ସାମାଜିକ କର୍ମ କର୍ତ୍ତା, ରାଜନେତା ସମାଜ ସେବୀ । ସମସ୍ତେ ନୀରବ, ନିସ୍ତବ୍ଧ, ସମସ୍ତ ଙ୍କ ଆଖିରେ ଅଶ୍ରୁ । ଏହି ଅଚାନକ ଘଟି ଯାଇ ଥିବା ଦୁର୍ଘଟଣା କୁ କେହି ବି ବିଶ୍ୱାସ କରି ପାରୁ ନାହାନ୍ତି ।ସମସ୍ତ ଙ୍କ ପାଟି ରୁ ବାହାରୁ ଥାଏ ଅଶୋକ ସହ ବିତେଇ ଥିବା କିଛି ଘଂଟା ତଳ ର ଶ୍ରୁତି ହଉ ଗତ କାଲି ଚା ଖଟିରେ ତାର ହସ ହସ ନିଷ୍ପାପ୍ ଚେହେରା । ବିଧିର ବିଧାନ, ସୃଷ୍ଠି ର ନିୟମ, ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ କିନ୍ତୁ ଏପରି ଏକ ଅଚାନକ ଅଳ୍ପ ବୟସ ରେ ନିଜର ଏକ ସ୍ବତନ୍ତ୍ର ପରିଚୟ , ଛାଡ଼ି ଯୁବ ମାନଂକ ପାଇଁ ପ୍ରେରଣା ର ଉତ୍ସ ହୋଈ ଚାଲି ଯିବା ଅବା ଆମ ପରି ବଡ଼ ଭାଈ ମାନଙ୍କ ଆଜ୍ଞାଧିନ୍ ଲକ୍ଷ୍ମଣ ପରି ଛୋଟ ଭାଈ ଯିଏ ସଦା ସର୍ବଦା ପରିବାରର ସମସ୍ତ ଦୁଃଖ, ସୁଖ, ବିପଦ ସମୟ ରେ ଅଗ୍ରଜ ଭାବରେ ପାଖେ ପାଖେ ଥାଏ ଓ ନିଜକୁ ବଡ଼ ଭାଈ ଭାବି ନେଇ ଆଶ୍ଵସନା ଦେଇ ଥାଏ ସେହି ପରି ଛୋଟ ଭାଈ ର ପରଲୋକ ହୃଦୟ କୁ ଦୋହଲାଇ ଦେଇଛି । 


ଆଜି ବ୍ୟକ୍ତିଗତ ଭାବରେ ହେଉ କିମ୍ବା ସାମୁହିକ ଭାବରେ ହେଉ ଅଶୋକ ପଟ୍ଟନାୟକ ର ଶୂନ୍ୟ ସ୍ଥାନ ପୂରଣ ହେବା ଅସମ୍ଭବ ଅଟେ । ତେବେ ଏହି ସର୍ବ ଗୁଣ ସମ୍ପନ୍ନ ପ୍ରତିଭା ର ଅଧିକାରୀ ର ବିୟୋଗ ମୋ ପାଇଁ ବ୍ୟକ୍ତି ଗତ ଭାବେ ଅପୂରଣୀୟ କ୍ଷତି । ଅମର ଆତ୍ମା ର ସଦାଗତି କାମନା କରିବା ସହ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି ।


ବିଦାୟ ଛୋଟ ଭାଈ ଅଶୋକ, ଅଶ୍ରୁ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ, ଶେଷ ନିଃଶ୍ୱାସ ଯାଏ ତୋ ଶ୍ରୁତି ହୃଦୟ ଭିତରେ ସାଇତି ରହିବ । 🙏🙏🙏😭😭😭




ତୋ ବଡ଼ଭାଇ, ମହମ୍ମଦ ଅଲ୍ଲୀ,


ଆଶୃପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe