ଭବାନୀପାଟଣା:--------( ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା କୋଷଗାର ଅଧିକାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।ଜିଲ୍ଲା କୋଷାଗାର ବରିଷ୍ଠ (ଓଏଫଏସ) ଅଧିକାରୀ ମହମ୍ମଦ ବୁରହାନ ଆଜି ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି ।ଦୀର୍ଘ ତିନିବର୍ଷ ପାଞ୍ଚମାସ କୋଷଗାର ଅଧିକାରୀ ଭାବରେ କାର୍ଯ୍ୟକରୀ ବୁରହାନ ବାବୁ ସମସ୍ତଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ।ଜିଲ୍ଲା କୋଷଗାର ରେ ଷ୍ଟ୍ରଙ୍ଗ ରୁମ ନିର୍ମାଣ ସହ ଅନେକ ବ୍ଲକ ମାନଙ୍କରେ ଉପ କୋଷଗାର ନିର୍ମାଣ,ପେନସନ ଓ ଦରମା ଉପରେ ନିର୍ଭରଶୀଳ ମାନଙ୍କୁ ତ୍ୱରିତ ପ୍ରାପ୍ୟ ପ୍ରଦାନ ପାଇଁ କାର୍ଯ୍ୟକରି ଲୋକପ୍ରିୟ ହୋଇ ପାରିଥିଲେ ।ଭବାନୀପାଟଣା ର ମୂଳ ବାସିନ୍ଦା ହେଲେ ମଧ୍ୟ ଚାକିରୀ ଜୀବନ ଆରମ୍ଭ ରୁ ଦୀର୍ଘ ତିରିଶ ବର୍ଷରୁ ଅଧିକ ସମୟ, ସମ୍ବଲପୁର, ବଲାଙ୍ଗୀର, ରାଉରକେଲା, ବ୍ରହ୍ମପୁର, ଭଞ୍ଜନଗର, କଟକ , ଝାରସୁଗୁଡା, ବଡ଼ବିଲ ପ୍ରଭୁତି ସ୍ଥାନରେ ନିଷ୍ଠାର ସହ ନିଜ ଦାୟିତ୍ୱ ସମ୍ପାଦନ କରି ଜଣେ ଲୋକପ୍ରିୟ କର୍ତବ୍ୟନିଷ୍ଠ ଅଧିକାରୀ ଭାବରେ ପରିଚିତ ଥିଲେ । ଏହି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଓ ୬୦ତମ ଉତ୍ସବ କୁ ଚିର ସ୍ମରଣୀୟ କରିବା ପାଇଁ ଜିଲ୍ଲା କାରାଗାର ର ସମସ୍ତ କର୍ମଚାରୀ, ଜିଲ୍ଲାର ସମସ୍ତ ଉପ କୋଷାଗାର ଅଧିକାରୀ, ପରିବାର ବର୍ଗ ଙ୍କ ସମେତ ବୁରହାନ ବାବୁ ଙ୍କ ସାଙ୍ଗସାଥି, ପୂର୍ବତନ ଅଧ୍ୟକ୍ଷ, ତଥା ଅଧ୍ୟାପକ ଡ଼ଃ, ଅଜୟ ମିଶ୍ର, ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ, ଜିଲ୍ଲା ଅମଲା ସଙ୍ଘ ସଭାପତି ସୁକାନ୍ତ ମହାପାତ୍ର, ରୂପ କେଶରୀ ଦଳେଇ, ଆଇନଜୀବୀ ଶୁଭ୍ରାଂଶୁ ସାହୁ, ପ୍ରଦୀପ ପଣ୍ଡା,ପ୍ରକାଶ ସାହୁ, ପଟୱନ୍ତ ସିଂହ, ଙ୍କ ସମେତ ବହୁ ଶୁଭ ଚିନ୍ତକ, ପରିବାର ବର୍ଗ ଉପସ୍ଥିତ ରହି ଜନ୍ମଦିନ ର ଶୁଭେଚ୍ଛା ସହ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।ଉତ୍ତରରେ ବିଦାୟୀ କୋଷାଗାର ଅଧିକାରୀ ମହମ୍ମଦ ବୁରହାନ ଜିଲ୍ଲାରେ କାର୍ଯରତ କୋଷାଗାର କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇ କାର୍ଯ୍ୟାଳୟ କୁ ଆସୁଥିବା ପେନସନ ଭୋଗୀ, ଦରମା ଉପରେ ନିର୍ଭର ଶୀଳ କର୍ମଚାରୀ ମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଓ ପରିବେଶ କୁ ନିର୍ମଳ ରଖିବା ଏବଂ କଳାହାଣ୍ଡି ବାସୀ ଙ୍କ ନିଷ୍ଠାପର ଭାବରେ ସେବା ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ । ନୂତନ ଜିଲ୍ଲା କୋଷାଗାର ଅଧିକାରୀ ପ୍ରଦୀପ କୁମାର ମଲ୍ଲିକ ଉକ୍ତ ଅବସରରେ ଉପସ୍ଥିତ ସମସ୍ତ ଅତିଥି ଙ୍କୁ ସ୍ୱାଗତ କରିବା ସହ ଜିଲ୍ଲା କୋଷଗାର ର ସମସ୍ତ କର୍ମଚାରୀ ମିଳିତ ଭାବେ ଭାବ ବିହ୍ଵଳ ହୋଇ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ ।ଏହି ଅବସରରେ ଅତିରିକ୍ତ କୋଷାଗାର ଅଧିକାରୀ ଦିବାକରମହାହୁତି, ବରିଷ୍ଠ କିରାଣୀ ପ୍ରମୋଦ କୁମାର ତ୍ରିପାଠୀ ଙ୍କୁ ମଧ୍ୟ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
ଜନ୍ମଦିନରେ ଅବସର କାଳୀନ ସମ୍ବର୍ଦ୍ଧନା ।
By: Tarzama News
0





Post a Comment