ଭବାନୀ ପାଟଣା:- କଳାହାଣ୍ଡି ଉତ୍ତର ବନଖଣ୍ଡ, ଭବାନୀ ପାଟଣା ରେଞ୍ଜ ର ସାନ୍ତପୁର ସେକ୍ସନ ର ଝିକିମିକି ଠାରେ ୪ ତାରିଖ ଦିନ ୭୩ ତମ ବନମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଅବସର ରେ ରେଞ୍ଜର ପଦ୍ମନାଭ କୁମ୍ଭାର, ଫରେଷ୍ଟର ରତ୍ନାକର ଧାରୁଆ, ଦାଦପୂର ସମିତି ସଭ୍ୟା ଶ୍ରୀମତି ମିଲେନ୍ଦ୍ରି ଝାଙ୍କର, ୱାର୍ଡ ସଭ୍ୟା ସୁକାନ୍ତି ସୁନା, ଆଶା ଦିଦି ବେଲ ଗଉଡ, ଙ୍କ ସମେତ ଗ୍ରାମର ପରିବେଶ ପ୍ରେମୀ ଓ ଫରେଷ୍ଟ ପାର୍କ ଭବାନୀ ଶଙ୍କର ପରିଚ୍ଛା, ଫରେଷ୍ଟ ଗାର୍ଡ ଇନ୍ଦୁ ଭୂଷଣ ଧଙ୍ଗଡା ମାଝୀ ଙ୍କ ସହ ଗ୍ରାମର ଶ୍ରମିକ ମାନେ ଉପସ୍ଥିତ ରହି ଚାରା ଗଛକୁ ପୂଜାର୍ଚ୍ଚନା କରି ସେହି ଗ୍ରାମର ଡଙ୍ଗର ଦେବତା ଙ୍କୁ ପୂଜାର୍ଚ୍ଚନା କରି ବୃକ୍ଷ ରୋପଣ କରି ଥିଲେ ।



Post a Comment