ଭବାନୀପାଟଣା:--(ତର୍ଜମା ନ୍ୟୁଜ):--ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କଳାହାଣ୍ଡି ଜିଲ୍ଲାର ଆଦର୍ଶ ପଞ୍ଚାୟତ ଶଗଡା ଅନ୍ତର୍ଗତ ନାଗଝରୀ ବିଦ୍ୟାଳୟ ଠାରେ ଆଜି ବୃକ୍ଷରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାକୁଡ, ଯୁବନେତା ଦିନେଶ ବଗର୍ତୀ, ରବିଚନ୍ଦ୍ର ନାଏକ, ସେନାପତି ନାଏକ, ମୋହନ ଗହୀର, ଦୁଷ୍ମନ୍ତ ମାଝୀ, ପଞ୍ଚାୟତ ସଭାପତି ଶୁକ୍ରୁ ନାଏକ, ଜିତେନ୍ଦ୍ର ମାଝୀ, ସଞ୍ଜୟ ନାଏକ, ବିଜୟ ମାଝି, ଘନ ମାଝୀ, କାନ୍ତ ଦଳପତି, ଖଗେ ନାଏକ ପ୍ରମୁଖ ଯୋଗଦେଇଥିଲେ । ଭର୍ଚୁଆଲ ମାଧ୍ୟମରେ ରାଜସଭା ସାଂସଦ ସୁଜିତ କୁମାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ସଦରବ୍ଲକ ଅନ୍ତର୍ଗତ ନାଗଝରି ଆଦର୍ଶ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।
By: Tarzama News
0
Post a Comment