//BREAKING//
Loading...

ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀ ର ପ୍ରତିଷ୍ଠା ଦିବସ ପାଳିତ ।

 


ଭବାନୀ ପାଟଣା :--(ତର୍ଜମା ନ୍ୟୁଜ )ମହାବୀର ସଂସ୍କୃତିକ ଅନୁଷ୍ଠାନ ସଭାଗୃହ ର ଆଜି ସନ୍ଧ୍ୟା ସମୟରେ ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀ ର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ଜୟନ୍ତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସ୍ଵନକ୍ଷତ୍ର ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡ଼ଃ, ଅକ୍ଷୟ କୁମାର ନନ୍ଦ, ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରାସ ବିହାରୀ ବେହେରା, ଥୁଆମୂଳ-ରାମପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମୁଣ୍ଡଛିନା ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ।ଉକ୍ତ ସ୍ଵନକ୍ଷତ୍ର ଉତ୍ସବ ରେ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ, ଉପ ସଭାପତି ଶାନ୍ତନୁ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ । ସହ ସାଧାରଣ ସମ୍ପାଦକ ସଂଜୀବ କୁମାର ସିଂହ ସିଂହ ସଭା ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ନାଟ୍ୟ ସମ୍ପାଦକ ଶୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

     ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ସ୍ଵନକ୍ଷତ୍ର ଦିବସରେ ଘୁମୁରା ନୃତ୍ୟର ଇତିହାସ, ନୃତ୍ୟ ପରମ୍ପରା ଉପରେ ବିଷଦ ଆଲୋଚନା ହୋଇଥିବା ବେଳେ ଏହାର ପ୍ରଚାର ଓ ପ୍ରସାର କରିବା ପାଇଁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ପ୍ରସଂଶା କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଏହି ସ୍ଵନକ୍ଷତ୍ର ଦିବସରେ ଅନୁଷ୍ଠାନ ର ବରିଷ୍ଠ ସଭ୍ୟ ଶୁଶୀଳ ବେହେରା, ଜଗଦୀଶ ମଣ୍ଡଳ, ହରଜିନ୍ଦର ସିଂହ, ନାଟ୍ୟଗୁରୁ ଭୀମସେନ ସାହୁ, ଡ଼ଃ ଅଜୟ ମିଶ୍ର, କବି ସୋହନଲାଲ ଅଗ୍ରୱାଲ, ବିରଞ୍ଚି ମୁଣ୍ଡ, ସୁରୁ ବାରିକ, ସୁଶୀଲ ଗହୀର, ଶୁଭ୍ରାଂଶୁ ଶେଖର ସାହୁ ଙ୍କ ସମେତ ଅନୁଷ୍ଠାନ ର ବହୁ ବରିଷ୍ଠ କର୍ମକର୍ତା ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।




Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe