//BREAKING//
Loading...

ଉତେଇ ଜଳ ସେଚନ ପ୍ରକଳ୍ପ କାମ ରେ ଆସୁନାହିଁ:ଉଠା ଜଳସେଚନ ସଂଯୋଗ ପାଇଁ ମନ୍ତ୍ରୀ କୁ ଦାବି।

 


କର୍ଲାମୁଣ୍ଡା:--(ତର୍ଜମା ନ୍ୟୁଜ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଳା ଗ୍ରାମ ପଞ୍ଚାୟତ ର ଗ୍ରାମ କମିଟି କୁଷକ ଏବଂ ଭଦ୍ରବ୍ୟକ୍ତି ଶିକ୍ଷା ବିତ୍ ସମାଜ ସେବୀ ମିଶି ସ୍ଥାନୀୟ ବଲାଙ୍ଗୀର ଜିଲ୍ଲାର ତୁଷରା ଏନ୍ ଏ ସି ବଙ୍ଗୋମୁଣ୍ଡା ଉଚ୍ଚ ବିଦ୍ୟାପିଠ ଠାରେ ଜଳସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଙ୍କୁ ଉଠାଜଳସେଚନ ସଂଯୋଗ ପାଇଁ ଦାବିପତ୍ର ଦିଆଯାଇଛି ଏଥିରେ ବରୁଣ ଭୋଇ,ସୁଯ୍ଯମଣି ଭୋଇ,ବବୃବାହାନ ଭୋଇ ଏସ୍ ସମିତି ସଭ୍ୟ, ସୁଧିର ଭୋଇ ସମିତି ସଭ୍ୟ,ଟିକେମନ ଭୋଇ, ଲକ୍ଷପତି ରଣା ବୈବସୁତ ସୁନା, ସମାଜ ସେବୀ, ବରୁଣ ସୁନା, ଅବସରପ୍ରାପ୍ତ ଶିକ୍ଷକ, ଯୁବ ନେତା ଭୂବନ ଧରୁଆ ,ଲୁଚନ ଭୋଇ,ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ ଏବଂ ଗଜବାହାଲ ପଞ୍ଚାୟତ ର ସରପଞ୍ଚ ଓ ରିଷିଡା ପଞ୍ଚାୟତ ର ସରପଞ୍ଚ ପୈଉରକେଳା ଗ୍ରାମ ପଞ୍ଚାୟତ ର ସରପଞ୍ଚ ମଧ୍ୟ ଦାବି ପତ୍ର ଦେବାରେ ସାମିଲ ଥିଲେ ପ୍ରକାଶ ଥାଉଁ କି  ଉତେଇ କେନାଲ ରୁ ଜଳ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ତାହା ବିଭାଗୀୟ ଅଧିକାରୀ ଏବଂ ସରକାର ଙ୍କ ଦୃଷ୍ଟି ନ ଥିବାରୁ ଚାଷୀ ଙ୍କ କାମ ରେ ଆସିପାରୁନାହିଁ ତେଣୁ ନିକଟ ରେ ଥିବା ତେଲ ନଦୀ ରେ ଉଠା ଜଳ ସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରିଆସୁଛନ୍ତି ।  ଅଞ୍ଚଳ ର ଚାଷୀ ମାନେ ବିଭିନ୍ନ ସମୟରେ  ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହେଲେ ମଧ୍ୟ କିଛି ସୁଫଳ ମିଳୁନାହିଁ।ଏଣୁ ସମସ୍ତ ଚାଷୀ ଦୃଢ଼ ନିଷ୍ପତ୍ତି ନେଇଛନ୍ତି କି ଯଥାଶୀଘ୍ର ତେଲ ନଦୀ ରୁ ବୃହତ ଉଠା ଜଳସେଚନ  ପ୍ରକଳ୍ପ ପାଇଁ ନିର୍ମାଣ ପାଇଁ ସରକାର ଙ୍କ ପାଖରେ ଦାବି ଉପସ୍ଥାପନ କରିବା ପାଇଁ ଯୋଜନା ପ୍ରସ୍ତୁତ ସହ ମନ୍ତ୍ରୀ ଟୁକୁନୀ ସାହୁ ଙ୍କୁ କମିଟି ମାଧ୍ୟମରେ   ଚାଷୀ ମନଙ୍କର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶାସନ କୁ ମେଘାପ୍ରକଳ୍ପ ପାଇଁ ଦାବି ପତ୍ର ଦିଆଯାଇଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe