ଭବାନୀପାଟଣା:---(ତର୍ଜମା ନ୍ୟୁଜ)ମୁସଲମାନ ଧର୍ମାବଲମ୍ବୀ ମାନଙ୍କ ତୀର୍ଥସ୍ଥଳୀ ପବିତ୍ର ମକ୍କା ଓ ମଦିନା ସରିଫ କୁ ଉମରା ପାଇଁ ଭବାନୀପାଟଣା ସହରରୁ ୧୬ଜଣ ଗତକାଲି ଯାତ୍ରା ଆରମ୍ଭ କରିଛନ୍ତି । ଉମରା ଯାଉଥିବା ମୁସଲିମ ଭାଇ ଭଉଣୀ ମାନଙ୍କୁ ଭବାନୀପାଟଣା ମୁସଲିମ ସମ୍ପ୍ରଦାୟ ଓ ମସଜିଦ କମିଟି, ମଦ୍ରସା କମିଟି ଓ ସମ୍ପର୍କୀୟ ମାନଙ୍କ ତରଫରୁ ସଫଳ ଯାତ୍ରା ପାଇଁ ଭାବ ବିହ୍ଵଳ ବିଦାୟ ସମ୍ବର୍ଦ୍ଧନା ଦିଆ ଯାଇଛି ।ଏଥିସହ ସମସ୍ତ ଉମରା ଯାତ୍ରୀ ଙ୍କୁ ଭବାନୀପାଟଣା ରେଳ ଷ୍ଟେସନ ପର୍ଯ୍ୟନ୍ତ ଶହ ଶହ ମୁସଲିମ ଓ ସ୍ଥାନୀୟ ଅଧିବାସୀ ଛାଡିବାକୁ ଯାଇଥିଲେ ।ସହରର ସମସ୍ତ ମୁସଲିମ ସମ୍ପ୍ରଦାୟ ତରଫରୁ ଉମରା ଯାତ୍ରୀଙ୍କ ଭାବ ବିହ୍ଵଳ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ଯାତ୍ରା ସଫଳତା ପାଇଁ କାମନା କରିଛନ୍ତି । ଏହି ପନ୍ଦର ଦିନ ର ଉମରା ଯାତ୍ରା ପାଇଁ ଗତ ୧୯ତାରିଖ ଦିନ ବରିଷ୍ଠ ଆଇନଜୀବୀ ଅବଦୁଲ ସାଜିଦ ତାଙ୍କ ମାଉସୀଙ୍କ ସହ ବର୍ତ୍ତମାନ ଉମରା ରେ ଯାଇଛନ୍ତି । "ତର୍ଜମା ପରିବାର ତରଫରୁ ସମସ୍ତ ଉମରା ଯାତ୍ରୀ ଙ୍କ ସଫଳ ଯାତ୍ରା କାମନା କରୁଛୁ ।ଏହି ଉମରା ପାଇଁ ଭବାନୀପାଟଣା ସହରର ପ୍ରଦେଶୀ ପଡା ନିବାସୀମୁସ୍ତାଫା ଖାଁ, ଶାହ ନମାଜ ମହମ୍ମଦ, ତାଙ୍କ ଧର୍ମପତ୍ନୀ, ମହମ୍ମଦ ୱସି, ମହମ୍ମଦ ଅବଦୁଲ ଗଫୁର ଓ ତାଙ୍କ ଧର୍ମପତ୍ନୀ, ବଜାରପଡା ନିବାସୀ ଡ଼ଃ, ଇନାୟତ ଅଲ୍ଲୀ ଖାଁ, ତାଙ୍କ ଧର୍ମପତ୍ନୀ ଓ ଝିଅ, ଆଇନଜୀବୀ ନାସିର ହୁସେନ, ତାଙ୍କ ଧର୍ମପତ୍ନୀ ଓ ମାଆ ମହେମୁଦା ବେଗମ, ମହାବୀର ପଡା ର ରଫିଉଦ୍ଦିନ ଜିଲାନି, ତାଙ୍କ ଧର୍ମପତ୍ନୀ ଓ ଭଉଣୀ, ଓ ସ୍ବର୍ଗତ ମୁନିର ବିିଶ୍ୱବନ୍ଧୁ ଙ୍କ ଧର୍ମପତ୍ନୀ ପ୍ରମୁଖ ପବିତ୍ର ମକ୍କା ଓ ମଦିନା ସରିଫ ପାଇଁ ଉମରା ସକାଶେ ଯାତ୍ରା କରିଛନ୍ତି ।
ପବିତ୍ର ମକ୍କା ଓ ମଦିନା କୁ ଉମରା ପାଇଁ ଭବାନୀପାଟଣା ସହରରୁ ୧୬ ଜଣ ଙ୍କ ଯାତ୍ରା ଆରମ୍ଭ:ଭାବବିହ୍ଵଳ ବିଦାୟ ସମ୍ବର୍ଦ୍ଧନା ।
By: Tarzama News
0
Tags
ଭବାନୀପାଟଣା
Post a Comment