//BREAKING//
Loading...

ନର୍ଲା ବ୍ଲକରେ ୬୦ ରୁ ଅଧିକ ଅସଲି ଜମିରେ ନକଲି ଚାଷୀ ଫସଲ ବୀମା କରିଛନ୍ତି:ଅଡୁଆରେ ଅସଲି ଚାଷୀ......


  ନର୍ଲା:--- (ତର୍ଜମା ନ୍ୟୁଜ):--- ୬୦ ରୁ ଅଧିକ ଅସଲି ଚାଷ ଜମି ରେ ନକଲି ଚାଷୀ ଦ୍ୱାରା କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ର ଫସଲ ବୀମା କରିନେଇ ଥିବା ଘଟଣା ଏବେ ସାମ୍ନା କୁ ଆସିଛି ।କଳାହାଣ୍ଡି ଜିଲ୍ଲାର ସଦର ଉପଖଣ୍ଡ ରେ ଅଧିକାଂଶ ଜମି ଅଣ ଜଳସେଚିତ। ତେଣୁ ପ୍ରତିବର୍ଷ ମରୁଡ଼ି ଆଶଙ୍କା ରହିଥାଏ। ଏଥିପାଇଁ ଚାଷୀମାନେ ନିଜ ନିଜ ଫସଲର ବୀମା କରାଇଥାନ୍ତି। ଚଳିତ ବର୍ଷ ମଧ୍ୟ କମ୍‌ ବୃଷ୍ଟିପାତକୁ ଦୃଷ୍ଟିରେ ରଖି ଚାଷୀମାନେ ବୀମା କରିଛନ୍ତି। ହେଲେ କିଛି ଚାଷୀଙ୍କ ଜମିକୁ ନିଜର ଦର୍ଶାଇ ଅନ୍ୟ କେହି ନକଲି ଚାଷୀ ବୀମା କରାଇ ନେଇଥିବା ଜଣା ପଡ଼ିଛି।ଏହାକୁ ନେଇ ଚାଷୀମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି।ସୂଚନା ଅନୁସାରେ, କିଛିଦିନ ତଳେ ନର୍ଲା ବ୍ଲକ ଅଞ୍ଚଳର କିଛି ଚାଷୀ ବ୍ୟାଙ୍କକୁ ଯାଇ ଫସଲ ବୀମା କରିବା ସମ୍ବନ୍ଧରେ ପଚାରିଥିଲେ। ଶାଖା ପରିଚାଳକ ତଥ୍ୟ ଖୋଜି ସେମାନଙ୍କ ଜମିର ବୀମା ହୋଇ ସାରିଥିବା ପ୍ରକାଶ କରିଥିଲେ। ଏଥିରେ ସଂପୃକ୍ତ ଚାଷୀମାନେ ଚକିତହୋଇଯାଇଥିଲେ। ସେମାନଙ୍କ ଜମିରେ ଆଉ କିଏ ବୀମା କଲା ବୋଲି ପ୍ରଶ୍ନ କରିଥିଲେ। ଏପରି ଗତ ତିନିବର୍ଷ ହେଲା ହୋଇଆସୁଛି। କେହିଜଣେ ଦୁର୍ବୃତ୍ତ ନର୍ଲା ଅଞ୍ଚଳର ଚାଷୀଙ୍କ ଫସଲ ବୀମା କରି ନିଜ ବ୍ୟାଙ୍କ ଆକାଉଣ୍ଟ ଦେଇ ଭଲ ରୋଜଗାର କରୁଥିବା ଅଭିଯୋଗ ହୋଇଛି। ରୁପ୍ରାରୋଡ଼ ପଞ୍ଚାୟତ ଧରଣୀପଦର ଗ୍ରାମର ଚାଷୀ ରଜନୀ ସା ରବିବାର ଏନେଇ ନର୍ଲା ଥାନାରେ ଅଭିଯୋଗ କରି ଥିବା ଜଣା ପଡ଼ିଛି । ସେହିଭଳି ଶ୍ରୀପୁରର ଚାଷୀ ମିତ୍ରସେନ ପଧାନ ପଲମ ଫାଣ୍ଡିରେ ତାଙ୍କ ୧.୮ ଏକର ଜମିର କିଏ ଜଣେ ଅଜଣା ବ୍ୟକ୍ତି ଫସଲ ବୀମା କରିଥିବା ନେଇ ଅଭିଯୋଗ କରିଥିବା ଜଣା ପଡିଛି। ଗିଗିନା ଗ୍ରା:ପ: ଅନ୍ତର୍ଗତ ଶ୍ରୀପୁର ଗ୍ରାମର ୫ ଜଣ, ଘଣ୍ଟମାଳ, ଗାଡ଼େବନ୍ଧ ପ୍ରଭୃତି ଗ୍ରାମର ମୋଟ ୬୦ରୁ ଅଧିକ ଚାଷୀଙ୍କ ଜମିର ଫସଲ ବୀମା କେହି ଜଣେ ଦୁର୍ବୃତ୍ତ କରିସାରିଥିବାରୁ ପ୍ରକୃତ ଚାଷୀକୂଳ ଙ୍କ ମୁଣ୍ଡ ରେ ଚିନ୍ତା ପଶିଛି। ପ୍ରଶାସନ ତୁରନ୍ତ ଏହାର ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe