//BREAKING//
Loading...

ଜିଲ୍ଲା ମୁଖ୍ୟ କାରାଗାର ରୁ ବିଚାର ଧୀନ କଏଦୀ ଫେରାର i


 କଳାହାଣ୍ଡି ଜିଲ୍ଲା କାରାଗାରରୁ ଜଣେ କଏଦୀ ଫେରାର ଘଟଣା ଜେଲର ସୁରକ୍ଷା ବ୍ୟବସ୍ଥା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତିନୋଟି ଚୋରି ମାମଲାରେ ଜଣେ ବିଚାରାଧୀନ କଏଦୀ ଜଗନ୍ନାଥ ଶବର ଜେଲ ପାଚେରୀ ଡେଇଁ ଫେରାର ହେବା ଏକ ସାମାନ୍ୟ ଘଟଣା ନୁହେଁ ଏଥିପାଇଁ ଜେଲ ଅଧୀକ୍ଷକଙ୍କ ସମେତ ଜେଲ ଓ୍ବାର୍ଡର କୁ ନିଲମ୍ବନ କରାଯିବା ପାଇଁ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଦୁଇ ବର୍ଷ ତଳେ ପୋକ୍ସୋ ଆକ୍ଟରେ ସଜା କାଟୁଥିବା ଦୁଇ ଜଣ କଏଦୀ ଜିଲ୍ଲା କାରାଗାର ଭବାନୀପାଟଣାରୁ ଫେରାର ହୋଇଥିଲେ। ବାରମ୍ବାର କଏଦୀ ମାନେ କିଭଳି ଭାବରେ ଜେଲ ସୁରକ୍ଷା ବ୍ୟବସ୍ଥାକୁ ମାତ ଦେଇ ଫେରାର ହେବାରେ ସଫଳ ହେଉଛନ୍ତି ତାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ରାଜ୍ୟରେ ଥିବା ସମସ୍ତ ଜେଲକୁ ସରପ୍ରାଇଜ ଭିଜିଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ ରହିଥିଲେ ସୁଧା ଜେଲ ପରିଦର୍ଶନରେ କତୃପକ୍ଷ ମାନଙ୍କ ଅବହେଳା ଏଥିରୁ ସ୍ପଷ୍ଟ ବାରି ହେଉଛି। ଜେଲରେ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ମାନେ ସଜା କାଟୁଥିବା ବେଳେ ଏହିଭଳି ଚରମ ଅବହେଳା ଓ ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଜେଲ ଡିଜି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଯୁବ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଠାକୁର ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe