//BREAKING//
Loading...

ଭବାନୀପାଟଣା ଠାରେ ଭାରତ ସରକାରଙ୍କ ନମୁନା ପଞ୍ଜୀକରଣ ପଦ୍ଧତି (Sample Registration System)ରେ ମୋବାଇଲ ଆପ୍ ବ୍ୟବହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ


 

ଭବାନୀ ପାଟଣା.(ତର୍ଜମା ନ୍ୟୁଜ):-- ଭାରତ ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ ଓଡିଶା ଭୁବନେଶ୍ବର ପକ୍ଷରୁ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ନମୁନା ପଞ୍ଜୀକରଣ ପଦ୍ଧତିର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀ ଶୁଭେନ୍ଦୁ ମୁଣ୍ଡଙ୍କ ଉପସ୍ଥିତିରେ ଭୁବନେଶ୍ବର ଜନଗଣନା ନିର୍ଦ୍ଦେଶାଳୟ ରୁ ଆସିଥିବା ସହକାରୀ ନିର୍ଦ୍ଦେଶକ ଶ୍ରୀ ଜୟକୃଷ୍ଣ ଭୋଇ, ନୋଡାଲ ଅଫିସର ଭାବେ ଶ୍ରୀ ହେମନ୍ତ କୁମାର ନାଏକ ଉପସ୍ଥିତ ଥିଲେ l ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ଉପେନ୍ଦ୍ର କୁମାର ନାଏକ ଏବଂ ସହକାରୀ ପ୍ରଶିକ୍ଷକ ରଞ୍ଜନ କୁମାର ମେହେର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରୁ ଆସିଥିବା 34 ଜଣ ସାମୟିକ ଗଣନା କାରୀମାନଙ୍କୁ ମୋବାଇଲ୍ ଆପ୍ ମାଧ୍ୟମରେ ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ସଠିକ୍ ତଥ୍ୟ ସଂଗ୍ରହ କରି ଭାରତର ମହା ପଞ୍ଜିକାରଙ୍କ ଦ୍ଵାରା ବିକଶିତ ୱେବ୍ ପୋର୍ଟାଲ୍ ରେ କିପରି ଅପଲୋଡ କରିବେ ତାହାର ବିଶଦ ଆଲୋଚନା କରିଥିଲେ l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe