//BREAKING//
Loading...

ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ନୂତନ କର୍ମକର୍ତ୍ତା ନିର୍ବାଚନ ।


 କଲାହାଣ୍ଡି :- (ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ବାର୍ଷିକ ସାଧାରଣ ସଭା o ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ସଭା ପ୍ରାରମ୍ଭ ରେ ଶହୀଦ, କୃତିସନ୍ତାନ ଓ ଦିବଂଗତ ସଦସ୍ୟ ଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସିଂହ ବାର୍ଷିକ ବିବରଣୀ ଉପସ୍ଥାପନ କରି ଥିବା ବେଳେ କୋଷାଧ୍ୟକ୍ଷ ପ୍ରଦୀପ ସିଂହ ଅଡ଼ିଟ ରିପୋର୍ଟ ଉପସ୍ଥାପନ କରିଥିଲେ। ଅନୁଷ୍ଠାନ ର ନୂତନ କର୍ମକର୍ତ୍ତା ଭାବେ ଶ୍ରୀ ଜୟନ୍ତ କୁମାର ବେହେରା, ସଭାପତି, ଶ୍ରୀ ଶାନ୍ତନୁ କୁମାର ବେହେରା, ଉପସଭାପତି, ଶ୍ରୀ ସତ୍ୟ ନାରାୟଣ ସିଂହ, ସାଧାରଣ ସମ୍ପାଦକ, ଶ୍ରୀ ସଂଜୀବ କୁମାର ସିଂହ, ଯୁଗ୍ମ ସାଧାରଣ ସମ୍ପାଦକ, ଶ୍ରୀ ପ୍ରଦୀପ କୁମାର ସିଂହ, କୋଷାଧ୍ୟକ୍ଷ, ଶ୍ରୀ ସୁଶାନ୍ତ କୁମାର ସିଂହ, ନାଟ୍ୟ ସମ୍ପାଦକ, ଶ୍ରୀ ସୁଶୀଲ କୁମାର ଗହୀର କ୍ରୀଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇ ଥିବା ବେଳେ ଅଶ୍ୱିନ କୁମାର ନେଗୀ, ସୁବୋଧ କୁମାର ପଣ୍ଡା, ଜଗଦୀଶ ମଣ୍ଡଳ, ରାଜେନ୍ଦ୍ର କୁମାର ବେହେରା, କାର୍ତିକେଶ୍ୱର ପଣ୍ଡା, ବିଷ୍ଣୁ ପ୍ରଧାନ, ସଞ୍ଜୟ କୁମାର ଓ କ୍ଷୀରସିନ୍ଧୁ ନାଏକ କାର୍ଯ୍ୟକାରି ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ଆଇନଜୀବୀ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଏବଂ ଗୋପାଳ ସ୍ବାମୀ ବୈଠାରୁ ନିର୍ବାଚନ ପରିଚାଳନା କରିବା ସହ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ । ନିର୍ବାଚନ ପରେ ଚଳିତ ବର୍ଷ ସମ୍ମାନିତ ହେବାକୁ ଥିବା କୃତି ସନ୍ତାନ ମାନଙ୍କୁ ଚୟନ କରାଯାଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe