ଭବାନୀପାଟଣା:--(ତର୍ଜମା ନ୍ୟୁଜ)ସାହିତ୍ୟ ଓ କବିତା କ୍ଷେତ୍ରରେ ସୃଜନଶୀଳତା ର ଏକ ମାଇଲ ଖୁଣ୍ଟ ସ୍ଥାପନ ହୋଇଛି ଓ କଳାହାଣ୍ଡି ମାଟିର ମହକ ରୁ ସୃଷ୍ଟି କବିତା ଓ ସାହିତ୍ୟ ର ପରିଚୟ ସମଗ୍ର ବିଶ୍ୱର ସାହିତ୍ୟ ପ୍ରେମୀ ଙ୍କୁ ଆକୃଷ୍ଟ କରିଛି ଏବଂ କଳାହାଣ୍ଡି ମାଟି କୁ ସୃଜନଶୀଳତା କ୍ଷେତ୍ର ରେ ଗୌରାଵନ୍ବିତ କରିଛି ।କବି ଡ଼. ଭବାନୀ ଶଙ୍କର ନିଆଲଙ୍କୁ ଅନ୍ତଃରାଷ୍ଟ୍ରୀୟ ସାହିତ୍ୟ ସଂଗଠନ ଦ ୱାର୍ଲଡ ୟୁନିଅନ ଅଫ ପୋଏଟସ ର ଆନ୍ତର୍ଜାତିକ ନିର୍ଦ୍ଦେଶକ ଭାବରେ ମନୋନୀତ କରିଛନ୍ତି, । ଏହାର ପ୍ରତିଷ୍ଠାତା ତଥା ସଭାପତି ପ୍ରସିଦ୍ଧ କବି ସିଲଭାନୋ ବୋରଟୋଲାଜୀ ଏହି ସୂଚନା ଦେଇଛନ୍ତି ।ସାଧାରଣତଃ ବିଶ୍ୱବ୍ୟାପି ସାହିତ୍ୟ, ସଂସ୍କୃତି ଏବଂ ମାନବୀୟ ଏକତା ପାଇଁ କାର୍ଯ୍ୟରତ ଏହି ସଂଗଠନ, ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ । ଶ୍ରୀଯୁକ୍ତ ସିଲଭାନୋ ଇଟାଲୀ ସ୍ଥିତ ରିକୋ ସହରର ଏକ ପ୍ରସିଦ୍ଧ କବି ଏବଂ ବିଭିନ୍ନ ଆନ୍ତର୍ଜାତିକ ଆୱାର୍ଡରେ ସେ ଭୂଷିତ ହୋଇଛନ୍ତି ।ସେ ଏପର୍ଯ୍ୟନ୍ତ ୨୦ଟି ପୁସ୍ତକର ରଚୟିତା ଅଟନ୍ତି । ଦ ୱାର୍ଲଡ଼ ୟୁନିୟନ ଅଫ ପୋଏଟସ ର ଆନ୍ତର୍ଜାତିକ ନିର୍ଦ୍ଦେଶକ ଭାବେ ମନୋନୀତ ଡ଼. ଭବାନୀ ଶଙ୍କର ନିଆଲ ବର୍ତ୍ତମାନ ଗ୍ରୀସ ସ୍ଥିତ ୱାର୍ଲଡ ରାଇଟର ଏଡିସନର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଏବଂ ଜାପାନ ୟୁନିଭର୍ସାଲ ପୋଏଟ ଏସୋସିଏସନର ସଦସ୍ୟ ଥିବାବେଳେ ଗ୍ଲୋବାଲ ପିସ ଆମ୍ବାସଡ଼ର ଏବଂ ଇଣ୍ଟର ନେସନାଲ ଆମ୍ବାସଡ଼ର ଅଫ ପିସ ପ୍ରଭୃତି ଉପାଧି ରେ ଭୂଷିତ ହୋଇଛନ୍ତି । ବର୍ତ୍ତମାନ ସେ ଭାରତର ସାହିତ୍ୟ ଏବଂ ସଂସ୍କୃତି ଉପରେ କାର୍ଯ୍ୟରତ । ସୂଚନା ଯୋଗ୍ୟ ଯେ,ଡ଼.ନିଆଲଙ୍କ କବିତା ଗୁଡିକ ପୃଥିବୀର ୧୮ଟି ଭାଷାରେ ଅନୁଦିତ ହୋଇଛି । ତର୍ଜମା ପରିବାର କବି ଡ଼ଃ, ଭବାନୀ ନିଆଲ ଙ୍କ ଉତ୍ତୋରତ୍ତର ମଙ୍ଗଳ କାମନା କରୁଛୁ ।
କବି ଡ଼.ଭବାନୀ ଶଙ୍କର ନିଆଲ ୱାର୍ଲଡ ୟୁନିଅନ ଅଫ ପୋଏଟସ ର ଆନ୍ତର୍ଜାତିକ ନିର୍ଦେଶକ ଭାବେ ମନୋନୀତ
By: Tarzama News
0
Tags
କବି ଓ କବିତା



Post a Comment