ଭବାନୀପାଟଣା:--(ତର୍ଜମା ନ୍ୟୁଜ)ସ୍ଥାନୀୟ ବିବେକ କଂଫେରେନ୍ସ ହଲ ଠାରେ କଳାହାଣ୍ଡି ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ *ସଡକ ସୁରକ୍ଷା ଓ ଜୀବନ ରକ୍ଷା* କର୍ମଶାଳା ଅନୁଷ୍ଠିତ ହୋଇଥିଲା। ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ଜୀବନ ହେଉଛି ଅମୂଲ୍ୟ, ସମସ୍ତେ ଦୁଇ ଚକିଆ ଯାନ ଚଲାଇବା ବେଳେ ହେଲମେଟ ଓ ଚାରିଚକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟଟ ସହ ସରକାରଙ୍କ ସମସ୍ତ ନୀତି ନିୟମ ମାନି ଚଳିଲେ ଦୁର୍ଘଟଣା ରୁ ବଞ୍ଚିପାରିବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ। ବିବେକସେନା ର ଉପଦେଷ୍ଟା ମଣ୍ଡଳୀ ର ବରିଷ୍ଠ ସଦସ୍ୟ ନବୀନ ସା ଓ ବିବେକସେନା ର ଶିଶୁ ଚିତ୍ରକଳା ଜିଲ୍ଲା ମୁଖ୍ୟ ମୁକୁନ୍ଦ ରେଡ୍ଡୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ନିକଟ ଭବିଷ୍ୟତରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନ ଙ୍କୁ ନେଇ ଏକ ସଡକ ସୁରକ୍ଷା ଓ ଜୀବନ ରକ୍ଷା ଉପରେ ଏକ ଚିତ୍ର କଳା ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଶ୍ରୀ ରେଡ୍ଡୀ ସୂଚନା ଦେଇଥିଲେ। ନରେଶ ସୁନାନୀ, ସୁଶାନ୍ତ ନାଏକ, ବସନ୍ତ ନାଏକ, ବୃଷଭ ଦାସ ଉପସ୍ଥିତ ରହି ସହଯୋଗ କରିଥିଲେ।
Post a Comment