//BREAKING//
Loading...

କଳାହାଣ୍ଡି କରଣ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ଏବଂ ନୂତନ କର୍ମକର୍ତ୍ତା ଚୟନ


 


ଭବାନୀପାଟଣା,  (ତର୍ଜମା ନ୍ୟୁଜ) କଳାହାଣ୍ଡି କରଣ ସମାଜ ଚିତ୍ରଗୁପ୍ତ ମନ୍ଦିରର ସଭାଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ  ଦିବଙ୍ଗତ ସ୍ୱର୍ଗାରୋହଣ କରିଥିବା ସମାଜର ସଭ୍ୟ ଏବଂ ସଭ୍ୟାଙ୍କ ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ ଏବଂ ସଭାପତି ରାମ ଶଙ୍କର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର  ଚଳିତ ବର୍ଷ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୂଙ୍କ ପୂଜନୋତ୍ସବ ବିଷୟରେ ଆଲୋଚନା, ବାର୍ଷିକ ବିବରଣୀ ପଠନ, ସମାଜର ଆୟ ଏବଂ ବ୍ୟୟ ଅନୁମୋଦନ, ୨୦୨୨ ରୁ ୨୦୨୭ପାଇଁ ନୂତନ କର୍ମକର୍ତ୍ତା ଚୟନ ସମ୍ପର୍କରେ ଏହି ସାଧାରଣ ସଭାରେ ଆଲୋଚନା କରାଯାଇଥିଲା ।  ବିଗତ ବର୍ଷର ବିବରଣୀ ପାଠ କରିଥିଲେ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ, ଆୟ ଏବଂ ବ୍ୟୟ ସମ୍ପର୍କରେ ବିବରଣୀ ରଖି ଶ୍ରୀମତୀ ବସନ୍ତ କୁମାରୀ ପଟ୍ଟନାୟକ ବିଭିନ୍ନ ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ପୂଜାରେ ବାର୍ଷିକ ଉତ୍ସବ ପାଳନ ପାଇଁ ଉଭୟ ପୁରୁଷ ଓ ମହିଳା ବିଭାଗ ଦ୍ୱାରା ପ୍ରତିଯୋଗୀତାର ଆୟୋଜନ ସମ୍ବନ୍ଧିୟ ଆଲୋଚନା କରାଯାଇଥିଲା । ତଥା ଆଗାମୀ ପୂଜା ନିମନ୍ତେ ଚାନ୍ଦା ବିଷୟରେ ଆଲୋଚନା କରିଥିଲେ । ପୂର୍ବବର୍ଷ ଯେଉଁ କମିଟି ରହିଥିଲା ସେହି କମିଟିକୁ ପୁର୍ନବାର ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ ଅନୁମୋଦନ କରି କାର୍ଯ୍ୟକରିବା ପାଇଁ ମତ ପ୍ରକାଶ ପାଇଥିଲା । ସଭାପତି ରାମଶଙ୍କର ଦାସ, ଉପ-ସଭାପତି ମନୋ ରଞ୍ଜନ ଦାସ, ହିମାଂଶୁ ଶେଖର ପଟ୍ଟନାୟକ, କାଳିନ୍ଦୀ ଚରଣ ପଟ୍ଟନାୟକ, ସାଧରଣ ସଂପାଦକ ଭାବେ ପ୍ରଦୀପ କୁମାର ପଟ୍ଟନାୟକ, ଯୁଗ୍ମ-ସଂପାଦକ ଅର୍ଜୁନ ଚରଣ ପଟ୍ଟନାୟକ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ସହ-ସଂପାଦକ କୁମୁଦ ରଂଜନ ପଟ୍ଟନାୟକ, ସୀମାଞ୍ଚଳ ପୃଷେଠ୍‌, ପ୍ରମୋଦ କୁମାର ପଟ୍ଟନାୟକ, ଫକୀର ଚନ୍ଦ୍ର ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀମତୀ ବସନ୍ତ କୁମାରୀ ପଟ୍ଟନାୟକ, କଳାହାଣ୍ଡି କରଣ ସମାଜର ଯୁବ ସଙ୍ଗଠକ ଭାବେ ପ୍ରଦୀପ କୁମାର ଦାସଙ୍କୁ ଚୟନ କରାଯାଇଛି । ଉପଦେଷ୍ଠା ମଣ୍ଡଳୀ ମଧ୍ୟରେ ଏଥର ନୂତନ ଭାବେ ଦିଲୀପ ଦାସଙ୍କୁ ମନୋନୀତ କରାଯାଇଛି। ଆଜିକାର ସଭାରେ କେସିଙ୍ଗା ବ୍ଲକରୁ ରମେଶ ଚନ୍ଦ୍ର ପଟ୍ଟନାୟକ, ନଳୀନ ପଟ୍ଟନାୟକ, ରୂପ୍ରା ରୋଡରୁ ପୁଷ୍ପକ ମହାନ୍ତୀ, ଜୟପାଟଣାରୁ ଜଗମୋହନ ପଟ୍ଟନାୟକ, ନର୍ଲାରୁ ସୁରେଶ ଚନ୍ଦ୍ର ଦାସ ଏବଂ ଲାଞ୍ଜିଗଡ ବ୍ଲକରୁ ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe