//BREAKING//
Loading...

କଳାହାଣ୍ଡି ବାରଙ୍ଗପାଲିଆ ପଧାନ ପରିବାର ର ପ୍ରଥମ କୁଳ ମହୋତ୍ସବ ପାଳିତ


 

ନର୍ଲା :-(ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରତନପୁର(ଆମ ପଡା)ଠାରେ ପ୍ରଥମ ବାରଙ୍ଗପାଲିଆ ପଧାନ ପରିବାର ର କୁଳ ମହୋତ୍ସବ ପାଳିତ ହୋଇ ଯାଇଛି ।କଳାହାଣ୍ଡି ଜିଲାର  ଆଠଟି ବ୍ଳକ ର ୭୧ ଟି ଗ୍ରାମରେ ଥିବା ୨୩୦୦ରୁ ଅଧିକ ପରିବାର ସଦସ୍ୟ   ପ୍ରଥମ ଥର ପାଇଁଏକତ୍ରିତ ହୋଇ ଗ୍ରାମରେ ମଶାଲ ଶୋଭାଯାତ୍ରା , କୂଳଦେବୀ ରାମଚଣ୍ଡୀ ଙ୍କ ସାମୁହିକ  ପୂଜାର୍ଚନା କରିଥିଲେ ।ଏହି ଅବସରରେ କୁଳ ସଭାପତି ଗିରିଷ ଚନ୍ଦ୍ର ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ପାଦକ ଆଦିତ୍ୟ ପଧାନ ବିବରଣୀ ପାଠ କରିଥିଲେ ।

ଉପସଭାପତି କୃଷ୍ଣ ଚନ୍ଦ୍ର ପଧାନ, ମୁଖ୍ୟବକ୍ତା ପ୍ରକୃତିବନ୍ଧୁ, କବି କ୍ଷୀତିପତି ପଧାନ, କୋଷାଧ୍ୟକ୍ଷ ବୃନ୍ଦାବନ ପଧାନ, ସଂଯୋଜକ ପ୍ରଦୀପ ପଧାନ, ଭାଷା ସାହିତ୍ୟ ଗବେଷକ ଜଗଦୀଶ ପଧାନ, ଜିଲ୍ଲା କୂଳଥା ସମାଜ ସଭାପତି କେଶବ ଭୋଇ, ସମ୍ପାଦକ ବିଜୟ ଭୋଇ, ମନ୍ଦିର ସଭାପତି ପୂର୍ଣଚନ୍ଦ୍ର ପଧାନ,  ବଂଶ ସୁରକ୍ଷା ସଭାପତି କେଶବ ବିଶ୍ୱାଳ ଓ ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ଭୋଇ ଙ୍କ ସମେତ କୁଳ ର ବହୁ ବରିଷ୍ଠ  ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।ପ୍ରାରମ୍ଭ ରେ ଟିତକେଲା  ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ କଳାହାଣ୍ଡି ସାମ୍ବାଦିକ ସଙ୍ଘ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ ଙ୍କୁ  ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଗୋଟିଏ ପରିବାର ର ଶତାଧିକ ସଦସ୍ୟ ସଦସ୍ୟା ମାନଙ୍କ ଗହଣରେ ପରିବାର ର ଗୌରବମୟ ଇତିହାସ ଓ ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତ ପରିବାର ଏକତ୍ରିତ ହୋଇ   ସମାଜର ଉନ୍ନତି ପାଇଁ  ଉଦ୍ୟମ କରିବା ପାଇଁ ମତ ପ୍ରକାଶ ପାଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe