//BREAKING//
Loading...

ନୂତନ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ସ୍ୱାଗତ


 

ଭବାନୀପାଟଣା:---(ତର୍ଜମା ନ୍ୟୁଜ)  ନୂତନ ଭାବରେ କଳାହାଣ୍ଡି ଜିଲ୍ଲାରେ ଯୋଗ ଦେଇଥିବାରୁ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପାଢ଼ୀ ଙ୍କୁ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ଦ୍ୱାରା ସ୍ୱାଗତ କରାଯାଇଅଛି I ସଂଘ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ, ସମ୍ପାଦକ ଶ୍ରୀଯୁକ୍ତ ସନ୍ଦୀପ କୁମାର ମିଶ୍ର,ଉପସଭାପତି ଶ୍ରୀଯୁକ୍ତ ଅରୁଣ ରଥ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଦୀପକ କୁମାର ସାଗର, ରଂଜିତ ସାହୁ, ଏବଂ ଖେଳାଳି ମାନେ ଉପସ୍ଥିତ ଥିଲେ I 


ସମ୍ପାଦକ, ସଭାପତି ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ନୂତନ କ୍ରୀଡା ଅଧିକାରୀ ଜିଲ୍ଲାରେ ବ୍ୟାଡ଼ମିଣ୍ଟନ ର ବିକାଶ ନେଇ ଅଭିଭାଷଣ ରଖିଥିଲେ I ଜିଲ୍ଲାରୁ ବଲାଙ୍ଗୀରକୁ ଖେଳିବା ପାଇଁ ଯାଉଥିବା ଜୁନିଅର ପିଲାମାନଙ୍କୁ ସଂଘ ତରଫରୁ କ୍ରୀଡା ଅଧିକାରୀଙ୍କ ଦ୍ୱାରା ଟି ସାର୍ଟ ବଣ୍ଟନ କରାଯାଇଥିଲା I


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe