//BREAKING//
Loading...

ରାଷ୍ଟୀୟ ଏକତା ବିକାଶ ର କଥା : ରାଷ୍ଟ୍ରୀୟ ଏକତା ଦିବସ ପାଳିତ


ଭବାନୀପାଟଣା :---(ତର୍ଜମା ନ୍ୟୁଜ ) ଭାରତ ସରକାର ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ଆଜି ଲୌହ ମାନବ ସର୍ଦାର ବଲ୍ଲବ ଭାଇ ପଟେଲ ଙ୍କ ଜନ୍ମ ଦିବସ କୁ ଜାତୀୟ ଏକତା ଦିବସ ଭାବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ପାଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଅନ୍ୟତମ ଅତିଥି ଭାବରେ ମେଜର ଡକ୍ଟର ଜୟଦେବ ସାହୁ, ଏନଏସଏସ ଆଞ୍ଚଳିକ କୋର୍ଡିନେଟର ଡକ୍ଟର ଚିତ୍ତରଞ୍ଜନ ଖୁଣ୍ଟିଆ, ଏନଏସଏସ ଜିଲ୍ଲା ପ୍ରୋଗ୍ରାମ ଅଫିସର ଶ୍ରୀ ପ୍ରତାପ ଚନ୍ଦ୍ର ଦାସ, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର, ଅବସର ପ୍ରାପ୍ତ ଆର୍ମି ଅଫିସର ତଥା ଯବାନ ଫିଜିକାଲ ଏକାଡେମୀ ମୁଖ୍ୟ ଭୂପିନ୍ଦ୍ର ନାଏକ ପ୍ରମୁଖ ଅତିଥି ଭାବରେ ଯୋଗଦାନ ଦେଇ ବିଶ୍ୱବିଦ୍ୟାଳୟ ରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇଥିଲା l ପରେ କୁଳପତି ପତାକା ଦେଖେଇ ମାରାଥନ କୁ ଶୁଭାରମ୍ଭ କରିଥିଲେ l ଏଥିରେ ଦୁଇ ସହ ରୁ ଅଧିକ ଯୁବକ ମାନେ ଯୋଗଦେଇ ମାରାଥନ ରେ ଭାଗ ନେଇଥିଲେ l ବିଶ୍ୱବିଦ୍ୟାଳୟ ରୁ କଲେଜ ଛକ, ପ୍ରମାନନ୍ଦପୁର ଛକ ଦେଇ ରେଲୱେ ଷ୍ଟେସନ ପ୍ରଯ୍ୟନ୍ତ ମାରାଥନ ଅନୁଷ୍ଠିତ ହୋଇଥିଲା l ଏହି ମାରାଥନ ରେ ଯବାନ ଫିଜିକାଲ ଏକାଡେମୀ ର ବଂଶୀଧର ସାହୁ ପ୍ରଥମ, ଚୈତନ୍ୟ ମାଝୀ ଦ୍ୱିତୀୟ, ରଜା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ l ରେଲୱେ ଷ୍ଟେସନ ରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମ ରେ ସମସ୍ତ କୃତି ପ୍ରତିଯୋଗିତ ମାନଙ୍କୁ ଅତିଥି ମାନେ ଟ୍ରଫି ଦେଇ ପୁରସ୍କୃତ କରିଥିଲେ l ଆଜିର ଏହି ଏକତା ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ ମାନବ ସମାଜ ରେ ଭାଇଚାରା ଓ ଏକତା ବଜାୟ ରଖିବାପାଇଁ ଏହି ଦିବସ ପାଳନ କରାହେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l ଆଜି ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ଟାଉନ ଥାନା, ଯବାନ ଫିଜିକାଲ ଏକାଡେମୀ କର୍ମକର୍ତା, ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ର ସ୍ବେଛାସେବୀ ଯଶୋବନ୍ତ ରଣା, ଅଭିଷେକ ବେହେରା, ଶମ୍ଭୁ ବିଶି, କୋପ୍ନେଶ୍ଵର ବେମାଲ, ମିଳନ ଭୋଇ, ସାଗର ସାହୁ, ଚୁଳମଣୀ ମାଝୀ, ଭୋଳାସଙ୍କର ପାତ୍ର, ଜନସନ ମାଝୀ, ସୁଶୀଲ ସାହୁ ପ୍ରମୁଖ ସ୍ବେଛାସେବୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe