//BREAKING//
Loading...

ଜିଲ୍ଲା ଅମଳା ସଙ୍ଘ ର ଜରୁରୀ ବୈଠକ ।


 

ଭବାନୀପାଟଣା:----(ତର୍ଜମା ନ୍ୟୁଜ )  ଭବାନୀପାଟଣା ସ୍ଥିତ ଅମଳା ଭବନ ଠାରେ କଳାହାଣ୍ଡି ଜିଲ୍ଲା ଅମଳା ସଂଘର ପରିବର୍ଦ୍ଧିତ ଜରୁରୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ କୁମାର ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ପୂର୍ବତନ ସଭାପତି କେଦାରନାଥ ସେଠି ମୁଖ୍ୟ ଅତିଥି, ଶ୍ରୀ ରୂପକୁମାର ଦଳେଇ ସମ୍ନାନିତ ଅତିଥି ଏବଂ ଶ୍ରୀ ଅଭିମନ୍ୟୁ ମହାନନ୍ଦ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ ।ଉକ୍ତ ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଅମଳା ସଙ୍ଘ ସଭ୍ୟ / ସଭ୍ୟା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ଜିଲ୍ଲା ସ୍ତରୀୟ ଅମଳା ମାନଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା ।ପ୍ରାକୃତିକ ବିପର୍ଯ୍ୟୟ, ନିର୍ବାଚନ ଓ ଅନ୍ୟାନ୍ୟ ଜରୁରୀ କାଳୀନ ସରକାରୀ କାର୍ଯ୍ୟ ବିନାଛୁଟି ରେ ସମ୍ପାଦନ କରୁଥିବା ଅମଳା ମାନେ ସଂପ୍ରତ୍ତି ଅବହେଳା ର ଶିକାର ହେଉଥିବା ବୈଠକରେ ପ୍ରକାଶ ପାଇଥିଲା ।ରାଜ୍ୟ ସଚିବାଳୟ ଓ ମୁଖ୍ୟ ଦପ୍ତର ର ଅମଳା ମାନେ ଯେଉଁ ହାର ରେ ଦରମା ସହ ଗ୍ରେଡ ପେ ପାଉଛନ୍ତି ତାହା ଜିଲ୍ଲା ସ୍ତରରେ କାର୍ଯ୍ୟରତ ଅମଳା ମାନଙ୍କ ପାଇଁ ରାଜ୍ୟ ସରକାର ଏ ଯାଏଁ ଲାଗୁ କରି ନାହାନ୍ତି ।


ଏଣୁ ଜିଲ୍ଲା ସ୍ତରରେ କାର୍ଯ୍ୟରତ କନିଷ୍ଠ ସହାୟକ ମାନଙ୍କ ଦରମା ସହ ଗ୍ରେଡ ପେ ୪୨୦୦/-ଟଙ୍କା କରିବାକୁ ସରକାରଙ୍କୁ ଉକ୍ତ ବୈଠକରେ ଦାବି କରାଯାଇଛି । ଏ ସମ୍ପର୍କରେ ରାଜ୍ୟ ଅମଳା ସଂଘର ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ ଅମଳା ଜିଲାପାଳ ଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଥିବା ସହ ଆସନ୍ତା ନଭେମ୍ବର ୨୭ ତାରିଖ ଦିନ ଭୁବନେଶ୍ୱର ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ସମାବେଶ ରେ ଜିଲ୍ଲାର ସମସ୍ତ ଅମଳା ଯୋଗଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଏହି ବୈଠକରେ ରତ୍ନାକର ଧଙ୍ଗଡ଼ାମାଝୀ, ଜିତେନ୍ଦ୍ର ମୁଣ୍ଡ, ବ୍ରଜ ମୁଣ୍ଡ, ତ୍ରିବିକ୍ରମ ଶଗଡ଼ିଆ, ବିଶ୍ୱନାଥ ମୁଣ୍ଡ ସକ୍ରିୟ ସହଯୋଗ କରିଥିବା ବେଳେ ମନୋରଞ୍ଜନ ଛତ୍ରପାଳ ଧନ୍ୟବାଦ ଅର୍ପଣ କରିଥିଲେ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe