//BREAKING//
Loading...

ଡ଼ଙ୍ଗରଗଡ଼ ଜଳ ପ୍ରପାତକୁ ଇକୋଟୋରିଜମ ମାନ୍ୟତା ଦାବୀନେଇ ସାମୁହିକ ପର୍ବତାରୋହ

 


ଭବାନୀପାଟଣା:---(ତର୍ଜମା ନ୍ୟୁଜ)  ଭବାନୀପାଟଣା ସ୍ଥିତ କଲମ ଗ୍ରାମପଞ୍ଚାୟତର ଡ଼ଙ୍ଗରଗଡ଼ ଜଳପ୍ରପାତକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦାବୀନେଇ ସାମୁହିକ ପର୍ବତାରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗ୍ରାମ ଦେବୀ ଦେବତାଙ୍କ ପୂଜା,ବୁଢ଼ାରାଜା ଓ ମାଁ ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ ପର୍ବତାରୋହଣ କାର୍ଯ୍ୟକ୍ରମ ହୋଇଥିଲା । ସ୍ଥାନୀୟ କର୍ଲାପଡା ଫରେଷ୍ଟର ଅଫିସର ମାନଙ୍କର ଟିମ ଆଉ ସ୍ଥାନୀୟ କର୍ଲାପଡା ଥାନାର ଫାଣ୍ଡିବାବୁ ଅସିତ ପଣ୍ଡା ଓ ତାଙ୍କ ଟିମ ସହ ଏସ.ଏଚ.ଜି ମହିଳା, ଗାଁ କମିଟି, ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ କମିଟିର ସଦସ୍ୟ ସଦସ୍ୟା, ପଦାଧିକାରୀ ଏବଂ ମୁଖ୍ୟ ଉପଦେଷ୍ଟାଙ୍କର ନେତୃତ୍ୱରେ ପର୍ବତାରୋହଣ କାର୍ଯ୍ୟକ୍ରମ ହୋଇଥିଲା ଏବଂ ପାଖାପାଖି ୫ଟି ଜଳପ୍ରପାତକୁ ଯାଇକି ସେଠି ସେମାନେ ଦେଖି ପରିଦର୍ଶନ କରିଥିଲେ ଏବଂ ଉଲ୍ଲେଇ ଆସି ସରିଲାପରେ ଏକ ସାଧାରଣ ସଭାର ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କୃଷ୍ଠଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦର ମୁଖ୍ୟ ଉପଦେଷ୍ଟା ଡ଼. ଭବାନୀ ଶଙ୍କର ନିଆଲ ଯୋଗଦାନ ଦେଇଥିଲେ । ଏଥିରେ ବକ୍ତା ଭାବେ ମହେନ୍ଦ୍ର ବାଗ, ଶଶୀଦେବ ମାଝୀ,ଚନ୍ଦ୍ରସେନା ବାଗ, କୀର୍ତ୍ତନ ମାଝୀ,ଲିଙ୍ଗରାଜ ଆଜାଦ ସମେତ ସୁରେଶ ମହାନନ୍ଦ,ଚକ୍ରଧର ସେଠି, ଭବାନୀ ସାହୁ,ଧବଳେଶ୍ୱର ମହାପାତ୍ର,ଶାନ୍ତି ସ୍ୱରୂପ ପଣ୍ଡା,ପ୍ରଦୀପ ଦାସ, ସଚିନ ଜୈନ,ମଧୁସୂଦନ ନାଗ, ସେନାପତି ନାଏକ, ଖୁସିରାମ ସାହୁ ସମେତ କହ୍ନୁ ମାଝୀ, ଜନ୍ମେଜୟ ମାଝୀ, ଦେବ ମାଝୀ, ଜୟରାମ ମାଝୀ, ଭବାନୀ ବାଗ, ଟିକେ ଶବର, ଜଗନ୍ନାଥ ଶବର, ମାଧବ ମାଝୀ,ଚନ୍ଦ୍ରିକା ମାଝୀ, ମଞ୍ଜୁସୁତା ମାଝୀ, ନୀଲେ ମାଝୀ, ହେମଦେଇ ମାଝୀ , ବଳିଷ୍ଟ ଯୁଆଡ଼, ରମେଶ ବିଶି,ଡବଲ ମାଝୀ , ସଭାମାଝୀ ଓ କଲମ ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ଥିଲେ ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe