//BREAKING//
Loading...

ଜିଲ୍ଲା ସ୍ତରୀୟ କପା ଫସଲ କ୍ରୟ ସମ୍ବନ୍ଧୀୟ ବୈଠକ



ଭବାନୀପାଟଣା:--- ( ତର୍ଜମା ନ୍ୟୁଜ) ଚଳିତ ୨୦୨୨ - ୨୩ ମସିହା କପା ଫସଲ ର କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ ବସନ୍ତ ପଣ୍ଡା, ଜୁନାଗଡ଼ର ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ୍, ଧର୍ମଗଡ ଉପଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ଭବାନୀପାଟଣା ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସାହୁ ଆଲୋଚନା ଆରମ୍ଭ କରି ଚଳିତ ବର୍ଷ କପା ଚାଷ ଉପରେ ଆଲୋକପାତ କରିଥିଲେ । ବିଗତ ବର୍ଷ 66616 ହେକ୍ଟର. ତୁଳନା ରେ ଚଳିତ ବର୍ଷ 70780 ହେକ୍ଟର ଜମିରେ କପା ଚାଷ ହୋଇଥିବା ସେ ସୂଚନା ଦେଇଥିଲେ । ବିଗତ ବର୍ଷ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ଅଧିକ ଦରରେ କପା ବିକ୍ରୟ କରି ଲାଭବାନ ହୋଇଥିଲେ । ଏ ବର୍ଷ ମଧ୍ୟ ଚାଷୀ ମାନେ ଅଧିକ ଦରରେ ବିକ୍ରୀ ବଟା କରି ଲାଭବାନ ହେବାର ଆଶ।ବ୍ୟକ୍ତ କରିଥିଲେ। ଚଳିତ ବର୍ଷର କପା ର ସର୍ବନିମ୍ନ ସହାୟକ ମୂଲ୍ୟ ୬୩୮୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଥିବା ସଭାରେ ଆଲୋଚନା କରାଯାଇଥିଲା । ଭାରତୀୟ କପା ନିଗମର ଶାଖା ପରିଚାଳକ ଜିଲ୍ଲାରେ ଚାଲୁଥିବା 3 ଗୋଟି କପା ମଣ୍ଡି ଯଥା :- କର୍ଲାପଡ଼ା, ଉତ୍କେଲା ଓ ଉଛଲା ଠାରେ ଖୋଲିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଥିଲେ । ଲୋକ ପ୍ରତିନିଧିଗଣ ତଥା ଜିଲ୍ଲାପାଳ ମହୋଦୟା ଜିଲ୍ଲାରେ କପାର ବିକ୍ରିବଟା ଯେପରି ସୁଚାରୁରୁପେ ହୋଇ ପାରିବ ସେହି ନିମନ୍ତେ କପା ମିଲ୍ ମାଲିକ, କପା ବ୍ୟବସାୟୀ, ଭାରତୀୟ କପା ନିଗମ ତଥା ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ପ୍ରାୟ 8,00,000 କ୍ୱିଣ୍ଟାଲ କପା ଉତ୍ପାଦନ ହେବ ବୋଲି ସଭାରେ ସୂଚନା ଦିଆଯାଇଥିଲା । ତେଣୁ ଚଳିତ ବର୍ଷ ଜୁନାଗଡ଼ ବ୍ଲକର ତଳଜାରିଙ୍ଗ, ନର୍ଲା ବ୍ଲକର ଟୁଟିଂ ଏବଂ କର୍ଲାମୁଣ୍ଡା ବ୍ଲକର ରିଶିଡା ଠାରେ 3ଟି ଅତିରିକ୍ତ ମଣ୍ଡି ଚାଲୁ କରିବା ନିମନ୍ତେ ମଧ୍ୟ ପ୍ରସ୍ତାବ ରଖା ଯାଇଥିଲା ।ସଭାରେ ଉପସ୍ଥିତ ଥିବା ସମସ୍ତ ଜନପ୍ରତିନିଧି, ପଦାଧିକାରୀବୃନ୍ଦ, ମିଲର, କପା ବ୍ୟବସାୟୀ ଓ ଚାଷୀ ପ୍ରତିନିଧିମାନଙ୍କୁ ସି ଡି ଏ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe