//BREAKING//
Loading...

ଭବାନୀପାଟଣାରେ ଜିଲ୍ଲା ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ।


 

ଭବାନୀପାଟଣା:---( ତର୍ଜମା ନ୍ୟୁଜ )  ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ରାଜ୍ୟ ଆଇନ ସେବା ପ୍ରାଧିକରଣ ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗ ରେ ସ୍ଥାନୀୟ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଏବଂ ଦୌରା ଜଜ୍ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ କାନୁନଗୋ ଓ ସମ୍ମାନିତ ଅତିଥି ରୂପେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇଥିଲେ ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଶୁଭ ଗୌତମ ମିଶ୍ର ଏହି ଶିବିର ଆୟୋଜନ ର ଉଦେଶ୍ୟ ଉପରେ ସମ୍ୟକ୍ ସୂଚନା ଦେଇଥିଲେ ।ଏହି ଅବସରରେ ଅର୍ଥାଭାବ ହେତୁ ଆଇନ ସହାୟତା ପାଇବାକୁ ଯୋଗ୍ୟ ବ୍ୟକ୍ତି ନିଜର ନାର୍ଯ୍ୟ ଅଧିକାର ଓ ନ୍ୟାୟ ସହ ଆଇନଗତ ସାହାଯ୍ୟ କିଭଳି ପାଇପାରିବେ ଏବଂ ସରକାରଙ୍କ ବିଭିନ୍ନ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ,ତଥା ନିଜକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରିବା ପାଇଁ ସଚେତନତା ଉପରେ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଓ ଦୌରା ଜଜ୍ ଆଇନ ସେବା ପୃଷ୍ଠଭୂମି, ନିଃଶୁଳ୍କ ଆଇନ ସେବା,ଆଇନ ସେବା ପାଇଁ ଯୋଗ୍ୟତା ତଥା ଆଇନ ସହାୟତା ଉପରେ ବିସ୍ତୃତ ଭାବେ ମତ ପ୍ରକାଶ କରି ସମାଜର ନିସ୍ୱ,ଦଙ୍ଗା ପ୍ରପଡ଼ିତ,ଶିଶୁ ଓ ମହିଳାଙ୍କ ପାଇଁ ଆଇନ ସହାୟତା ଓ ଏ ଦିଗରେ ବ୍ୟାପକ ସଚେତନତା ଉପରେ ଗୁରୁତ୍ବ ଏବଂ ମେଗା ଆଇନ ସଚେତନତା ଶିବିର ସ୍ଥାପନ ଉପରେ କହିଥିଲେ।ଶିବିରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀଯୁକ୍ତ ଶୁଭଞ୍ଜନ ମହାନ୍ତି,ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ (ପୋକ୍ସୋ) ଶ୍ରୀଯୁକ୍ତ ସୁବ୍ରତ କୁମାର ପଟ୍ଟନାୟକ,ବରିଷ୍ଠ ଦେୱାନି ଜଜ୍ ଶ୍ରୀମତୀ ସମାପିକା ମହାନ୍ତି, ରେଜିଷ୍ଟାର ଦେୱାନି ଅଦାଲତ ଶ୍ରୀମତୀ ରଶ୍ମିରେଖା ପାତ୍ର,ବରିଷ୍ଠ ଦେୱାନି ଜଜ୍ (ମହିଳା ଅଦାଲତ )ଶ୍ରୀମତୀ ଅନୁଶୃତି ଚୌଧୁରୀ,ବରିଷ୍ଠ ଦେୱାନି ଜଜ୍ ( ଏଲ୍ ଆର୍ ଏଣ୍ଡ ଏଲ୍ ଟିଭି) ଶ୍ରୀଯୁକ୍ତ ଶ୍ରିଦୀପ ମିଶ୍ର,ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କେସିଙ୍ଗା ଶ୍ରୀଯୁକ୍ତ ହୃଷୀକେଶ ଖେମୁଣ୍ଡୁ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୟପାଟଣା ଶ୍ରୀଯୁକ୍ତ ପ୍ରତାପ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।


ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଦ୍ଵାରା ଘରୋଇ ହିଂସା, ଏସିଡ ଆଘାତ,ଯୌତକ ନିର୍ଯାତନା ଉପରେ କ୍ଷୁଦ୍ର ନାଟିକା ପରିବେଷଣ କରି ଆଇନ ସହାୟତା ଉପରେ ସଚେତନତା ସୃଷ୍ଟି କରିଥିଲେ। ମସ୍ୟ ବିଭାଗ,ପ୍ରାଣୀ ସମ୍ପଦ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଶ୍ରମ ବିଭାଗ ତରଫରୁ ହିତାଧିକାରୀଙ୍କୁ ଅତିଥିଙ୍କ ଦ୍ଵାରା ଆର୍ଥିକ ସହାୟତା ବଣ୍ଟନ କରାଯାଇଥିଲା।ଏହି ଅବସରରେ ବିଭିନ୍ନ ବିଭାଗ ଦ୍ଵାରା ଷ୍ଟଲ୍ ସ୍ଥାପନ କରାଯାଇ ବିଭିନ୍ନ ସ୍କିମ୍ ର ସୂଚନା ହିତାଧିକାରୀମାନଙ୍କୁ ଦିଆଯାଇଥିଲା।ଅଧ୍ୟାପକ ଶ୍ରୀ ଶୁଭେନ୍ଦୁ ମହାପାତ୍ର ଏବଂ ନମିତା ମିଶ୍ର ସଭା ସଂଯୋଜନା କରିଥିଲେ।ଶିବିରରେ ବାର୍ କର୍ମକର୍ତ୍ତା, ଆଇନଜୀବୀ,ଡି ଏଲ୍ ଓ , ଡି ପି ଏମ (ଓ ଏଲ୍ ଏମ), ଜି ଏମ ,ଡି ଆଇ ସି, ଡି ଆଇ ପି ଆର୍ ଓ , ଡି ଏସ୍ ଏସ୍ ଓ, ଡି ଏଫ୍ ଓ, ଓରମାସ ଅଧିକାରୀ, ହିତାଧିକାରୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe