ଭବାନୀପାଟଣା:---(ତର୍ଜମା ନ୍ୟୁଜ ) ଭବାନୀପାଟଣା ଉପଖଣ୍ଡ ଉପ ଜିଲ୍ଲାପାଳ ଡ: ବିଶ୍ୱଜିତ୍ ଦାସ ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ବିଷୟରେ ଜାତୀୟ ତଥା ରାଜ୍ୟ ସ୍ତରୀୟ ରାଜନୈତୀକ ଦଳ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ଦାବି ଓ ଆପତ୍ତି ପାଇଁ ଭବାନୀପାଟଣା ଉପଖଣ୍ଡ ନିର୍ବାଚନ ମଣ୍ଡଳୀ ର ରାଜନୈତୀକ ଦଳମାନଙ୍କର ସଭାପତି ଏବଂ ସମ୍ପାଦକ ମାନଙ୍କ ଉପସ୍ଥିତି ରେ ଫର୍ମ ନମ୍ବର -୯,୧୦,୧୧, ୧୧ (କ) ଗୁଡିକ ବିଷୟରେ ଉପ-ଜିଲ୍ଲାପାଳ ଆଲୋକପାତ କରାଇବା ସହ ଉକ୍ତ ଫର୍ମ ଗୁଡିକ ହସ୍ତାନ୍ତର କରାଇ ଥିଲେ ।
ଏହା ବ୍ୟତିତ ଉପ-ଜିଲ୍ଲାପାଳ ରାଜନୈତୀକ ଦଳର ପ୍ରତିନିଧି ମାନଙ୍କୁ ନୂତନ ପଞ୍ଜିକରଣ ଏବଂ ବାଦ୍ ପଡ଼ିଯାଇଥିବା ସମ୍ପ୍ରଦାୟ ମାନଙ୍କୁ ଭୋଟର ତାଲିକା ଭୁକ୍ତ କରିବା ନିମନ୍ତେ ସେମାନଙ୍କର ମତାମତ ଲୋଡ଼ିଥିଲେ। ମୂଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ ଉପ-ଜିଲ୍ଲାପାଳ ରାଜନୈତୀକ ଦଳ ମାନଙ୍କୁ ନିଜ ନିଜ ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।
Post a Comment