( ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଏମ .ରାମପୁର ବ୍ଲକ ଅନ୍ତର୍ଗତ ରେଗେଡ଼ା ସ୍ଥିତ ଗ୍ରୀନ୍ ପାର୍କ୍ ଷ୍ଟାଡିୟମ୍ ଠାରେ ମାଁ ରାଏଗଡେନ୍ ସ୍ପୋର୍ଟସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି। କଶୃପଡା ବନାମ୍ ଗଜ୍ବାହାଲ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଗଜ୍ବାହାଲ୍ ଟସ ଜିତି ବ୍ୟାଟିଙ୍ଗ କରି ନିଧାରିତ ୧୦ ଓଭର ୬ ଉଇକେଟ ହରାଇ ୮୧ ରନ ସଂଗ୍ରହ କରିଥିବା ବେଳେ କଶୃପଡା ୮.୩ ଓଭର ଓ ୨ ଉଇକେଟ ହରାଇ ୮୫ ରନ କରି ଚାମ୍ପିୟାନ ହୋଇଥିଲେ।
ଏହି ମ୍ୟାଚ ରେ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀ ଓ କ୍ଳବ ର ସମସ୍ତ ସଦସ୍ୟ ଙ୍କୁ ଉତ୍ସାହିତ କରିବା ସହ ଖେଳ ଦେହ ଓ ମନ କୁ ଶୁଦ୍ଧ ଓ ନିରୋଗୀ ରଖେ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ। ସଂମ୍ମାନିତ ଅତିଥି ରୂପେ ରେଗେଡ଼ା ସରପଞ୍ଚ ଦୀପ୍ତିରାଣୀ ସାହୁ,ସମିତି ସଭ୍ୟ ଗେଲ କମ୍ପ, ନାଏବ ସରପଞ୍ଚ ସନ୍ଧ୍ୟା ରାଣୀ ବାଗ, କ୍ଷୀର ସାଗର ଦାଶ କ୍ଲବ ସଭାପତି ଗୁଣନିଧି ଭୋଇ ଉପସ୍ଥିତ ଥିବା ବେଳେ ପ୍ରଶାନ୍ତ ଦାଶ ପ୍ରମୁଖ ସହଯୋଗ କରିଥିଲେ।
Post a Comment