//BREAKING//
Loading...

ବୃନ୍ଦାବନ ସ୍ମାର୍ଟ ସ୍କୁଲ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ।


 

ଭବାନୀପାଟଣା:----( ତର୍ଜମା ନ୍ୟୁଜ )  ଭବାନିପାଟଣା ସ୍ଥିତ ବୃନ୍ଦାବନ ସ୍ମାର୍ଟ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଗତ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବରେ ସ୍ଥାନୀୟ ପୋଲିସ ହାଇସ୍କୁଲର ଏନ୍ ସି ସି ଶିକ୍ଷକ ଲେଫ୍ଟନାଣ୍ଟ ଗଙ୍ଗାଧର ନନ୍ଦ ଓ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ଶରତ କୁମାର ଖଟୁଆ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅରୁଣ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ, ଯେଉଁଥିରେ ପ୍ରଥମ ଦୁଇ ଦିନ ଛୁଆ ମାନଙ୍କ ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ରହିଥିବା ବେଳେ ତୃତୀୟ ଦିନ ମା ବାପା ଓ ଜେଜେମାଆ , ଜେଜେବାପାଙ୍କ ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର ଆୟୋଜନ କରାଯାଇଛି । ପୁରସ୍କାର ବିତରଣ ଦ୍ବିତୀୟ ଓ ତୃତୀୟ ଦିନ ଶେଷରେ କରିବା ପାଇଁ ବ୍ଯବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦିକା ରୁନୁ ବାଳା ପାଣିଗ୍ରାହୀ, ଶିକ୍ଷୟତ୍ରୀ ସୁଧା ଦେଇ, ନିୟତି ମୁଣ୍ଡ, ହେମଲତା ପଟ୍ଟନାୟକ, ରଶ୍ମି ମହାରଣା, ଭାରତୀ ପ୍ରଧାନ , ସୁପ୍ରଦା ପଣ୍ଡା, ଶିକ୍ଷକ ସାର୍ଥକ ରଞ୍ଜନ ମିଶ୍ର, ଗଜପତି ମାଝୀ, ସହାୟିକା ମାନିନୀ ପ୍ରଧାନ, ଜିତା ନାୟକ ପ୍ରମୁଖ ସହଯୋଗ କରୁଥିବା ଜଣା ପଡ଼ିଛି ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe