ଭବାନୀପାଟଣା:---(ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା ବ୍ଲକଗ୍ରାଣ୍ଟ (ନୂତନ ଅନୁଦାନ )ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କର ଶତାଧିକ ଶିକ୍ଷକ କର୍ମଚାରୀ କଳାହାଣ୍ଡି ଜିଲ୍ଲା ଶିକ୍ଷାଧିଶ ଙ୍କ ଜରିଆରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପାଞ୍ଚଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରିଛନ୍ତି ।ଜିଲ୍ଲା ଶିକ୍ଷାଧିଶ ଙ୍କ ତରଫରୁ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରେମଲାଲ ଦୁବେ ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଆଲୋଚନା କରି ସରକାରଙ୍କୁ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଉକ୍ତ ଦାବିପତ୍ରରେ ପୂର୍ଣ ୭ମ ବେତନ ଅବିକଳ ରୂପେ ପ୍ରଦାନ, ଅବସର ବୟସ ୬୨ ବର୍ଷ କୁ ବୃଦ୍ଧି,ବ୍ଲକଗ୍ରାଣ୍ଟ ସ୍କୁଲ ମାନଙ୍କରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ,ତଥା ଏହି ବର୍ଗର ବିଦ୍ୟାଳୟ ଗୁଡିକୁ ଶିଘ୍ର ସରକାରୀ କାରଣ ପାଇଁ ଉଲ୍ଲେଖ ରହିଛି ।ଜିଲ୍ଲା ସଭାପତି ସୁରେନ୍ଦ୍ର ପଟ୍ଟନାୟକ ଙ୍କ ସମେତ ସୁଦାମ ଚରଣ ମିଶ୍ର, ସୁରେଶ ଚନ୍ଦ୍ର ସାହୁ,ରଞ୍ଜନ ସ୍ୱାଇଁ, ସବ୍ୟସାଚୀ ଥାପ୍ପା, ଧ୍ରୁବ ଚରଣ ନାଗ, ଶ୍ରବଣ ଜାଲ ପ୍ରମୁଖ ନେତୃତ୍ୱ ନେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ।



Post a Comment