କଳାହାଣ୍ଡି ମାଟିର ଅନ୍ୟତମ ସୁଯୋଗ୍ୟ ସନ୍ତାନ, ସୁନାମଧନ୍ୟ ଶିକ୍ଷାବିତ, ଛାତ୍ର ବସ୍ଛଳ, ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ଯିଏ ନିଜ ଛାତ୍ର ମାନଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଓ ସମାଜ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପ୍ରେରଣା ଓ ଦିଗଦର୍ଶନ ଦେବାରେ କେବେ ବି ଅବହେଳା କରି ନାହାନ୍ତି ସେଇ ବିଶ୍ୱକର୍ମା, ବିନ୍ଧାଣି ଯିଏ କେତେ ଯେ, ସୁଯୋଗ୍ୟ ଛାତ୍ର ସୃଷ୍ଟି କରିଛନ୍ତି ସେଇ ମହାନ ବ୍ୟକ୍ତିତ୍ୱ ସମ୍ମାନନୀୟ ଲଳିତ ମୁଣ୍ଡ ଆଜ୍ଞା ଆଜି ପରଲୋକ ଗମନ କରିଛନ୍ତି । ବ୍ରଜମୋହନ ହାଇସ୍କୁଲ ୧୯୭୪ ମାଟ୍ରିକ ବ୍ୟାଚ ର ଅତି ପ୍ରିୟ ଗୁରୁ , ମାର୍ଗ ଦର୍ଶକ ଯିଏ ଛାତ୍ର ମାନଙ୍କ ସଫଳତା ରେ ନିଜକୁ ଗର୍ବ ଅନୁଭବ କରନ୍ତି ସେହି ପରି ଜଣେ ବିରଳ ବାସ୍ତବ ବାଦୀ ବ୍ୟକ୍ତିତ୍ୱ ଙ୍କ ପରଲୋକ କଳାହାଣ୍ଡି ଜିଲ୍ଲାରେ ଏକ ଶୁନ୍ୟତା ସୃଷ୍ଟି କରିଛି ।ବ୍ୟକ୍ତି ଗତ ଭାବେ ଓ ୧୯୭୪ ମସିହା ବ୍ରଜମୋହନ ହାଇସ୍କୁଲ ବ୍ୟାଚ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଉଛୁ। ସ୍ବର୍ଗତ ଲଳିତ ମୁଣ୍ଡ ଆଜ୍ଞା ଙ୍କ ପରଲୋକ ରେ ଗଭୀର ଶୋକ ପ୍ରକାଶ କରି ପୂର୍ବତନ ମନ୍ତ୍ରୀ ଶ୍ରୀ ରାସ ବିହାରୀ ବେହେରା, ବ୍ରଜମୋହନ ହାଇସ୍କୁଲ ପୁରାତନ ଛାତ୍ର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ, ସୁଧାଂଶୁ ଶେଖର ଦେଓ, ରାମ ଶଙ୍କର ଦାସ,ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ, ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଜୟଦେବ ଷଢଙ୍ଗୀ, ଡ଼ଃ ଚିନ୍ତାମଣି ମହାପାତ୍ର, ଡ଼ଃ, ରଶ୍ମିରଞ୍ଜନ ଶତପଥୀ, ଭାରତୀ ଶତପଥୀ, ଡ଼ଃ, ରବି ନାରାୟଣ ସେନାପତି, ଓଡିଶା ଅଲମ୍ପିକ ସଙ୍ଘ ସଭାପତି ଜଗମୋହନ ପଟ୍ଟନାୟକ, ଅବଦୁଲ୍ଲା ଖାଁ, ଙ୍କ ସମେତ ବହୁ ପୁରାତନ ଛାତ୍ର ଶୋକବାର୍ତା ରେ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।
ଲୋକପ୍ରିୟ ଶିକ୍ଷାବିତ ଲଳିତ ମୁଣ୍ଡ ଙ୍କ ପରଲୋକ ।
By: Tarzama News
0
Tags
ଶୋକ ବାର୍ତ୍ତା



Post a Comment