ଭବାନୀପାଟଣା:---(ତର୍ଜମା ନ୍ୟୂଜ ) କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ବୃନ୍ଦାବନ ସ୍ମାର୍ଟ ସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ହଲ୍ ଠାରେ ତା ୨୪.୦୩.୨୩ ଦିନ ୪ଟା ସମୟରେ ପାଳିତ ହୋଇଯାଇଛି। ଛୋଟ କଅଁଳ ବୟସରୁ ପିଲାମାନଙ୍କ ଭିତରେ ଶିକ୍ଷା, ସଂସ୍କୃତି ଓ କଳାର ଏକ ଅପୂର୍ବ ନିଦର୍ଶନ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭବାନିପାଟଣା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା, ମୁଖ୍ୟ ବକ୍ତା ଭାବେ ଚିନ୍ମୟ ମିଶନ ଭବାନିପାଟଣା ର ଆଚାର୍ଯ୍ୟ ସ୍ବାମୀ ଅମେୟାନନ୍ଦ ସରସ୍ଵତୀ ଜୀ, ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେ, ଆକାଶବାଣୀ ଭବାନିପାଟଣାର ଡେପୁଟି ଡାଇରେକ୍ଟର (ଇଂଜିନିୟରିଂ) ଶ୍ରୀ ଭୂବନେନ୍ଦ୍ରନ୍ ଭି. ପି., ବିଦ୍ୟାଳୟ ର ଟ୍ରଷ୍ଟି ଶ୍ରୀମତୀ ରୁନୁବାଳା ପାଣିଗ୍ରାହୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଶ୍ରୀ ହେମନ୍ତ କୁମାର ମୁଣ୍ଡ ସଭା ପରିଚାଳନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା ଶ୍ରୀ ଅରୁଣ କୁମାର ପାଣିଗ୍ରାହୀ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ ଓ ବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ରରେ ସଫଳତା ବିଷୟରେ ଆଲୋକପାତ କରିଥିଲେ। ଅତିଥିମାନେ ପିଲାମାନଙ୍କୁ ଭବିଷ୍ୟତରେ ଗୋଟିଏ ସଫଳ ଓ ଉତ୍ତମ ମଣିଷ ହେବାପାଇଁ ଦିଗ୍ଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୭ଟି ନୃତ୍ୟ ପରିବେଷଣ ସହିତ ୩ଟି ନାଟକ ମଞ୍ଚସ୍ଥ ହୋଇଥିଲା।
ଶ୍ରୀ ଜୟରାମ ସାହୁ ଓ ତାଙ୍କ ସହଯୋଗୀଙ୍କ ନିର୍ଦ୍ଦେଶନାରେ ପିଲାମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଛୋଟ ପିଲାଙ୍କ ନୃତ୍ୟ ପରିବେଷଣ ଓ ନିଖୁଣ ଅଭିନୟ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପୁନମ ସାହୁ ଓ ଅର୍ଣଭ ପ୍ରଧାନଙ୍କୁ ଓ ଅନ୍ତର୍ଜାତୀୟ ସ୍ତରରେ ଅଲିମ୍ପିଆଡ ପରୀକ୍ଷା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୁମାରୀ ଆରାଧ୍ୟା ଚଲାନଙ୍କୁ ସମ୍ମାନୀତ କରାଯାଇଥିଲା।ଏହାପରେ ଶ୍ରେଷ୍ଠ ବାଳକ, ଶ୍ରେଷ୍ଠ ବାଳିକା, ଶ୍ରେଷ୍ଠ ଶିକ୍ଷକ/ ଶିକ୍ଷୟିତ୍ରୀ, ଶ୍ରେଷ୍ଠ ପରିଚାରିକା, ଶତପ୍ରତିଶତ ଉପସ୍ଥାନ ଥିବା ଛାତ୍ରୀ ଛାତ୍ରଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଯଥା ନିୟତି ଦାଶ, ହେମଲତା ପଟ୍ଟନାୟକ, ପାୟଲ ମହାନନ୍ଦ, ସୁଧାମୟୀ ବଞ୍ଜାରୀ, ସାର୍ଥକ ରଞ୍ଜନ ମିଶ୍ର, ଗଜପତି ମାଝୀ, ଭାରତୀ ପ୍ରଧାନ, ପ୍ରଭାତୀ ଗୋପାଲ, ରଶ୍ମୀ ମହାରଣା, ସୁପ୍ରଦା ପଣ୍ଡା, ସୃତି ଦାସ, ମାନିନୀ ପ୍ରଧାନ, ଜିତା ନାୟକ, ରିନା ନାଏକ, ଲକ୍ଷ୍ମୀପ୍ରିୟା ସ୍ବାଇଁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ ଓ ବିଭିନ୍ନ ବ୍ୟବସ୍ଥା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୩ ରୁ ୮ ବର୍ଷ ବୟସର ପିଲାମାନଙ୍କ ଉପସ୍ଥାପନା (ଆଙ୍କରିଂଗ) ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।




Post a Comment