ଭବାନୀପାଟଣା:------- (ତର୍ଜମା ନ୍ୟୁଜ ) ସମଗ୍ର କଳାହାଣ୍ଡି ଜିଲ୍ଲାରେ ଡ: ବି ଆର ଆମ୍ବେଡକର ଙ୍କ ୧୩୨ତମ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସକାଳ ଘ: ୮.୩୦ ସମୟରେ ଡ, ବି ଆର୍ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ସ୍ମୃତିସଭା ,ଆଲୋଚନାଚକ୍ର ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଯାଇଛି |
ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ , ସଭାମୁଖ୍ୟ ରୂପେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ, ପୌରଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ଏବଂ ମୁଖ୍ୟବକ୍ତା ରୂପେ କୁଳସଚିବ, କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଶ୍ରୀ ପିତାମ୍ବର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିଗଣ ଡ ଆମ୍ବେଦକର ଙ୍କୁ ବିଶିଷ୍ଟ ଜନନେତା,ସମାଜ ସଂସ୍କାରକ, ଅସାଧାରଣ ବ୍ୟକ୍ତିତ୍ଵ , ସମ୍ବିଧାନ ପ୍ରଣେତା , ଗଣତନ୍ତ୍ର ର ମୁଖ୍ୟ ପୁରୋଧା, ବିଶିଷ୍ଟ ରାଜନୀତିଜ୍ଞ, ମହିଳାମାନଙ୍କ ଅଧିକାରରେ ସମାନତା,ସାମାଜିକ ନ୍ୟାୟ ର ପ୍ରତିଷ୍ଠାତା,ଦଳିତ ଓ ନିଷ୍ପେସିତ ଙ୍କ ପ୍ରାଣକର୍ତା ରୂପେ ଅଭିହିତ କରି ତାଙ୍କର ଆଦର୍ଶ ଓ ଜୀବନୀ କୁ ପାଠ କରି ଆଗାମୀ ପିଢ଼ି ଏକ ସଶକ୍ତ , ବଳିଷ୍ଠ ଗଣତନ୍ତ୍ରରେ ଭାରତବର୍ଷ କୁ ଦେଖିବା ଓ ସମସ୍ତେ ସାମାଜିକ ନ୍ୟାୟ ପ୍ରତି ଅଙ୍ଗୀକାର ହେବାକୁ ଆହ୍ବାନ କରିଥିଲେ।
ଏହି ଅବସରରେ ଆଜି ସକାଳ ଘ ୭.୩୦ ସମୟରେ ଅତିରିକ୍ତ ଜିଲ୍ଲାପାଳ ଏବଂ ପୌରାଧ୍ୟକ୍ଷ,ସରକାରୀ ଅଧିକାରୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା,ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତିରେ ନକଟିଗୁଡା ଛକ ସ୍ଥିତ ଏବଂ ରେଲୱେ ଷ୍ଟେସନ ଛକ ସ୍ଥିତ ଡ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରଯାଇଥିଲା। ସକାଳ ଘ ୮.୦୦ ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ଡ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳଙ୍କ ଉପସ୍ଥିତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜ୍ୟପୂଜା କରଯାଇଥିଲା।
ଏହି ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତର ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସଭାମୁଖ୍ୟ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।ସଭାର ଆୟୋଜନ,ସଞ୍ଚାଳନ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା।ସଭାରେ ବିଭିନ୍ନ ମହାବିଦ୍ୟାଳୟରୁ ଛାତ୍ର ଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି,ସରକାରୀ ଅଧିକାରୀ,ବିଭିନ୍ନ ଅନୁଷ୍ଠାନ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ,ହରିଜନ କଲ୍ୟାଣ ସମିତି,ଦଳିତ ମଞ୍ଚ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।






Post a Comment