//BREAKING//
Loading...

ଜିଲ୍ଲାପାଳ, ଏସପି, ଓ ଯୋଗାଣ ଅଧିକାରୀଙ୍କ ଭବାନୀ ପାଟନା ପେଟ୍ରୋଲ ପମ୍ପ ମାନଙ୍କରେମିଳିତ ଚଢାଉ ।

 ଭବାନୀପାଟଣା : ତା. ୧୮.୦୫.୨୦୨୬ -(ତର୍ଜମା ନ୍ୟୁଜ)




ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବାର ଅଭିଯୋଗ କ୍ରମେ ଆଜି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.), ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା (ଭା.ପୋ.ସେ.) ଓ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ ମିଳିତ ଭାବରେ ଭବାନୀପାଟଣା  ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଅଚାନକ ଚଢାଉ କରିଥିଲେ । ଚଢାଉ ସମୟରେ ପଣ୍ଡା ଫୁଏଲସ ରେ ୧୨୮୯୧ ଲିଟର ଡିଜେଲ ଏବଂ ୧୩୨୪୫  ଲିଟର ପେଟ୍ରୋଲ ଗଚ୍ଛିତ ଥିବା ଜଣା ପଡିଥିଲା ।  ସେହିପରି ପ୍ରଧାନ ଫୁଏଲସରେ ୫୦୩୮  ଲିଟର ଡିଜେଲ ଏବଂ ୬୮୮୦  ଲିଟର ପେଟ୍ରୋଲ ଗଚ୍ଛିତ  ଥିବା ଜଣା ପଡିଥିଲା । ବର୍ତମାନ ସୁଦ୍ଧା ଜିଲ୍ଲାରେ ୪୫୦୮୨୫ ଲିଟର ଡିଜେଲ ଏବଂ ୬୧୩୯୭୮ ଲିଟର ପେଟ୍ରୋଲ ଗଚ୍ଛିତ ଅଛି ।  ଯଥେଷ୍ଟ ପରିମାଣରେ ପେଟ୍ରୋଲ ଓ ଡିଜେଲ  ମହଜୁଦ ଥିବା  ଓ ନିୟମିତ ଯୋଗାଣ ଜାରି ରହି ଥିବାରୁ ଜିଲ୍ଲାପାଳ, ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ ଓ  ଆତଙ୍କିତ ହୋଇ ପେଟ୍ରୋଲ ପମ୍ପ ମାନଙ୍କରେ ଭିଡ ନ ଜମାଇବା ପାଇଁ ଅନୁରୋଧ କରିଥିଲେ। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନ - ୧୯୫୫ ଅନୁଯାୟୀ କଠୋର କାର୍ଯାନୁଷ୍ଠାନ  ନେବା କୁ ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାର ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe