କୋରାପୁଟ:------(ତର୍ଜମା ନ୍ୟୁଜ ) କୋରାପୁଟ:- କୋରାପୁଟ ଜିଲ୍ଲାରେ ଗୋରୁ ଚାଲାଣ ମାଫିଆ ସକ୍ରିୟ ଥିବା ଜଣା ପଡ଼ିଛି । କୋଟପାଡରୁ ଗୋରୁ ବୋଝେଇ କଣ୍ଟେନର ଭିତରୁ 15ରୁ ଉର୍ଦ୍ଧ୍ବ ଗୋରୁ ଜବତ କରାଯାଇଛି ।ହିନ୍ଦୁ ନବ ବର୍ଷ ପାଳନ ସମୟରେ ହିନ୍ଦୁ ମହାସଂଘ ପକ୍ଷରୁ କୋଟପାଡ଼ ସହରରେ ଏହି ଗୋରୁ ବୋଝେଇ ଟ୍ରକକୁ ଜବତ କରାଯାଇଥିଲା ।ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଗୋ ବୋଝେଇ କଣ୍ଟେନରକୁ ଜବତ କରି ଗୋରୁଙ୍କୁ ଉଦ୍ଧାର କରିଛି। ତେବେ ଏହି ଅଞ୍ଚଳରୁ ନିୟମିତ ଭାବେ ପଡୋଶୀ ରାଜ୍ୟ କୁ ଗୋରୁଚଲାନ କରାଯାଉଥିବା ଘଟଣା ଉପରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।
କୋରାପୁଟ ରୁ ସ୍ବତନ୍ତ୍ର ପ୍ରତିନିଧି ବିଷ୍ଣୁ ପ୍ରିୟା ସାହୁ ଙ୍କ ରିପୋର୍ଟ।



Post a Comment