//BREAKING//
Loading...

ଓଡ଼ିଆ ଜାତିର ଅପମାନ କାହିଁକି, କୁଆଡେ ଗଲା ବିଜୁ ବାବୁ ଙ୍କ ସ୍ବପ୍ନ, ସ୍ୱାଭିମାନ ଓ ଓଡ଼ିଆ ଜାତି ପ୍ରତି, କାହିଁକି ହତ୍ୟା କରା ଯାଇଛି ବିଜୁ ବାବୁ ଙ୍କ ସ୍ବପ୍ନ କୁ ?

 ଓଡ଼ିଆ ଜାତି ର ସ୍ୱାଭିମାନ ର ପ୍ରତୀକ, ଜୀବନ୍ତ କିମ୍ବଦନ୍ତୀ ବ୍ୟକ୍ତିତ୍ୱ,    ଯିଏ କେବେ ନିଜ ମସ୍ତକ କେବଳ ଭଗବାନ ଙ୍କ ବ୍ୟତୀତ ଆଉ କାହା ଆଗରେ ନୁଆଇଁ ନାହାନ୍ତି, ଭବିଷ୍ୟତ ବଂଶ ଧର ଙ୍କୁ ସ୍ୱାଭିମାନ ର ସହ ବଞ୍ଚିବା ପାଇଁ ପ୍ରେରଣା ଦେଇ ଆଗକୁ ବଢିବା ପାଇଁ ଓ ପ୍ରତ୍ୟେକ ଚେଲେଞ୍ଜ କୁ ଗ୍ରହଣ କରି ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିବାକୁ  ଓଡ଼ିଆ ଜାତି କୁ ପ୍ରେରଣା ଦେଉ ଥିଲେ ସେ ବିଜୁ ବାବୁ ଙ୍କ ସମସ୍ତ ସ୍ବପ୍ନ ଆଜି ଧୂଳିସାତ ହୋଇଛି । ଅତ୍ୟନ୍ତ ଦୁଃଖ ଓ କ୍ଷୋଭ ର ସହିତ ଲେଖିବାକୁ ପଡୁଛି ଯେ, କିପରି କଳାହାଣ୍ଡି ମାଟିରେ ବିଜୁ ବାବୁ ଙ୍କ ନୀତି, ଆଦର୍ଶ କୁ କାଲି ଠାରୁ ଖଣ୍ଡ ଖଣ୍ଡ କରି ହତ୍ୟା କରା ଯାଉଛି । ଜଣେ ସରକାରୀ କର୍ମଚାରୀ ସାଧାରଣ ଲୋକଙ୍କ ଟେକ୍ସ ରୁ ନିଜ ପେଟ ପାଟଣା ଚଳାଉ ଥିବା ସରକାରୀ ଚାକର କିଭଳି ଏକ ନିର୍ଦ୍ଧିଷ୍ଟ ସରକାରୀ ଦଳ ର ନେତା, କର୍ମୀ, ସାଧାରଣ ଲୋକ, ସାବିତ୍ରୀ ଅମାବାସ୍ୟା ପୂଜା ଛାଡି ସ୍ଵାମୀ ଙ୍କ  ସୁସ୍ଥ ଓ ନିରାମୟ ଜୀବନ ପାଇଁ ବ୍ରତ ରଖିବା ଦିନ ସବୁକୁ ଛାଡି ଏ ସରକାରୀ କର୍ମଚାରୀ ଙ୍କ ସଭା ରେ ନିଜ ଘରୁ ପ୍ରାୟୋଜିତ ଗାଡ଼ି ରେ ସଭା ସମିତି ରେ ଉପସ୍ଥିତ ରହି ସେହି କର୍ମଚାରୀ ଙ୍କ ପ୍ରଶଂସା ରେ ନିୟୋଜିତ ହେବା ସହ ଦଳୀୟ ନେତା ଓ କର୍ମୀ ସେହି କର୍ମଚାରୀ ସହ ସାନିଧ୍ୟ ପାଇବା ଓ ତା କାନ୍ଧ ରେ ଲାଗି ଫୋଟୋ ଟିକେ ଉଠେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପାଇଁ ପ୍ରତିଯୋଗିତା କରୁଥିଲେ । ଘୃଣା ଲାଗୁଛି ଯେଉଁ ମାନେ ବିଜୁ ବାବୁ ଙ୍କ ନୀତି ଓ ଆଦର୍ଶ ର ଦ୍ୱାହି ଦେଉଛନ୍ତି ସେମାନେ ବିଜୁ ବାବୁ ଙ୍କ ନୀତି ଆଦର୍ଶ କିପରି ଦେଖିଛନ୍ତି ମୁଁ ଜାଣିନି କିନ୍ତୁ ପିଲାଟି ଦିନରୁ ବିଜୁ ବାବୁ ଙ୍କୁ ଅତି ନିକଟରୁ ଦେଖିବା ର ସୁଯୋଗ ପାଇଛି । ତେବେ ଏହିପରି ଗୂଳାମି ମାନସିକତା ସେଲ୍ଫୀ ଉଠା ପ୍ରତିଯୋଗିତା ରେ ମଶଗୁଲ ନେତା ମାନଙ୍କ ଦ୍ଵାରା ସ୍ଵାଭିମାନୀ କଳାହାଣ୍ଡି ର ମାନ ସମ୍ମାନ କେତେଦୂର ସୁରକ୍ଷିତ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

"ବିଜୁ ବାବୁ ତାଙ୍କ ଜୀବନ କାଳ ଭିତରେ କେବେ ବି କୌଣସି ସରକାରୀ କର୍ମଚାରୀ କେ ଆଜ୍ଞା ନାଇ କହି କି ଜୁହାର ନାଇ କରି । ଶାସନ ରେ ଥିଲେ କି ନାଇ ଥିଲେ ସେ କଳିଙ୍ଗ ବୀର କେବଳ ହୁକୁମ କରୁଥିଲେ ଜେନ ସରକାର ଥିଲେ ବି । ଆଏଜ ଦେଖିଲି ପଣ୍ଡିଆନ ପାଖେ ରାଜନେତା ମାନେ ହାତ ଯୋଡ଼ି ଲେଞ୍ଜ ଚାପି କେନ୍ତା ଦାନ୍ତ ଗିଯାରି କରି ଫୋଟୋ ଉଠା, ଶେଲଫି ଘିଚା ଇମାନେ ଏନ୍ତା ହଉଥିଲେ ଯେନ୍ତା ଲାଗୁଥିଲା ଗୋଟେ ଗୋଟେ ଗୁଲାମ ଠିଆ ହେଇଛନ । ଈମାନେ ବିଜୁ ବାବୁ ଙ୍କ ସପନ ସାକାର କାଣା କରବେ? ଓଲଟା ବିଜୁ ବାବୁ ଙ୍କ ପ୍ରତ୍ୟେକ ମୁହୂର୍ତ୍ତ ନେ ଅପମାନ  କରୁଛନ। ଇଂରେଜୀ ଗୁଲାମ ମାନଙ୍କ ର ବଂଶ ଧର । ଛି ଇ ଏନ୍ତା ଗୁଳାମୀ, ଚାଟୁ କାରିତା ନିଜର ମାଁ ବୁଆ ମାନକର କରିଥିଲେ ଉଦ୍ଧାର ପାଇଥିତେ । ୱା ୱାଆ ରେ ନେତା ଗିରି। "ଓଡ଼ିଆ ଜାତିର ଅପମାନ କାହିଁକି, କୁଆଡେ ଗଲା ବିଜୁ ବାବୁ ଙ୍କ ସ୍ବପ୍ନ, ସ୍ୱାଭିମାନ ଓ ଓଡ଼ିଆ ଜାତି ପ୍ରତି, କାହିଁକି ହତ୍ୟା କରା ଯାଇଛି ବିଜୁ ବାବୁ ଙ୍କ ସ୍ବପ୍ନ କୁ ? 



ଲେଖା ଲେଖିବା ସମୟରେ ମୁଁ ଏତେ ଭାବୁକ ହୋଇ ଯାଇଥିଲି ଯେ, ଅଜାଣତ ରେ କେତେ ବେଳେ କଳାହାଣ୍ଡିଆ ଭାଷା ମିଶେଇ ଲେଖିଲି ମୁଁ ଜାଣି ପାରିଲି ନାହିଁ । ଏଣୁ ଆଶା ମୋ ଭାବନା କୁ ପାଠକ ଭାଷା ଭିତରେ ସୀମିତ ନ ରଖି ସାଦରେ ନିଶ୍ଚୟ ଗ୍ରହଣ କରିବା ସହ ଜଣେ ଓଡ଼ିଆ ଭାବରେ  ଓଡ଼ିଆ ଜାତିର ସମ୍ମାନ ଓ ସ୍ୱାଭିମାନ କେତେ ସୁରକ୍ଷିତ ତାହା ବିଚାର କରିବେ । 

ଏହି ଲେଖାଟି କାହା କୁ ବ୍ୟକ୍ତିଗତ ଆକ୍ଷେପ କିମ୍ବା ଉପଦେଶ ନୁହେଁ ବିଜୁ ବାବୁ ଙ୍କ ନୀତି, ଆଦର୍ଶ, ସ୍ୱାଭିମାନ କୁ ଯେଉଁ ମାନେ ଖଣ୍ଡ ଖଣ୍ଡ କରି ହତ୍ୟା କରି ଚାଲି ଛନ୍ତି ସେହି ମାନଙ୍କ ପାଇଁ ଯିଏ ପ୍ରତ୍ୟେକ ମୁହୂର୍ତ୍ ରେ ବିଜୁ ବାବୁ ଙ୍କୁ ଅପମାନିତ କରି ଚାଲିଛନ୍ତି । ତେବେ ସେ ମାନଙ୍କ ହୃଦୟ ରେ ଓଡ଼ିଆ ଜାତି ର ସ୍ୱାଭିମାନ, ଜାଗ୍ରତ ହେଉ ଏହାହିଁ ବିଶ୍ଵ ନିୟନ୍ତା ଙ୍କ ନିକଟରେ ପ୍ରାର୍ଥନା କରୁଛି ।

ମହମ୍ମଦ ଅଲ୍ଲୀ ଖାଁ, ବରିଷ୍ଠ ସାମ୍ବାଦିକ, 

        କଳାହାଣ୍ଡି । 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe