//BREAKING//
Loading...

ବୈପାରିଗୁଡାରେ ଗୌଡ଼ ଗର୍ଜନ ସମାବେଶ !!!

ବୈପାରିଗୁଡାରେ ଗୌଡ଼ ଗର୍ଜନ ସମାବେଶ !!!

ବୈପାରୀ ଗୁଡ଼ା:----- ( ତର୍ଜମା ନ୍ୟୁଜ )   କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଗୌଡ଼ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଗୌଡ଼ ସମାଜର ଲୋକ ବୈପାରିଗୁଡା ରାଜରାସ୍ତାରେ ବିଭିନ୍ନ ଦାବି ନେଇ ଗର୍ଜନ କରିଥିଲେ । )

ବୈପାରୀ ଗୁଡ଼ା:-----

( ତର୍ଜମା ନ୍ୟୁଜ )

 କୋରାପୁଟ ଜିଲ୍ଲା ବୈପାରିଗୁଡା ଠାରେ ଗୌଡ଼ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଗୌଡ଼ ସମାଜର ଲୋକ ବୈପାରିଗୁଡା ରାଜରାସ୍ତାରେ ବିଭିନ୍ନ ଦାବି ନେଇ ଗର୍ଜନ କରିଥିଲେ । ପ୍ରଥମେ ବିରଖମ୍ବ ମନ୍ଦିର ଛକ ଠାରୁ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଂଚି ସମାଜ ପକ୍ଷରୁ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା। ପୁଣି ଶୋଭାଯାତ୍ରାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା। ସେଠାରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲା କାର୍ଯ୍ୟକାରି ସଭାପତି ସାଥୀରାମ ନାୟକଙ୍କ ନେତୃତ୍ବରେ ବୈପାରିଗୁଡା ପାଠାଗାର ଠାରେ  ଏକ ବୈଠକର ଆୟୋଜନ କରାଯାଇଥିଲା । ଜିଲ୍ଲା ଯାଦବ ମହାସଭା ଦ୍ୱାରା ଆହୁତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ମଦନ ମୋହନ ନାୟକ, ମୁଖ୍ୟବକ୍ତା ଭାବେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼, ସମ୍ମାନୀୟ ଅତିଥି ରୂପେ କବିରାଜ ପରମେଶ୍ୱର ପାତ୍ର ଯୋଗ ଦେଇଥିଲେ । ବ୍ଲକ ସଭାପତି କନ୍ଦା ଗୌଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବୈଠକରେ ଆଲୋଚନା ହୋଇଥିଲା ଯେ,  ଗତ ୧୬-୦୪-୨୦୨୩ରେ ଜୟପୁର ଦଶହରା ପଡ଼ିଆରେ ଯେଉଁ "ଗୌଡ଼ ଅଧିକାର ସମାବେଶ" ଅନୁଷ୍ଠିତ ହୋଇଥିଲା ତାହାର ସୁଦୂର ପ୍ରସାରୀ ପ୍ରଭାବ ସମାଜରେ ପଡ଼ିଛି । କିନ୍ତୁ ଏଥିରେ ସମାଜ ଖୁସି ନାହିଁ । କାରଣ ଯେଉଁ ଦାବି ନେଇ ଏହି ଆନ୍ଦୋଳନ ଆରମ୍ଭ, ସେଥିରେ କିଛି ସଫଳତା ମିଳିନାହିଁ । ପରବର୍ତ୍ତୀ କାଳରେ ସମାଜ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ୧୮-୪-୨୩ରେ ଏବଂ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ୨-୫-୨୦୨୩ ତାରିଖରେ ଦାବିପତ୍ର ପ୍ରଦାନ କରାଯାଇଛି । କିନ୍ତୁ ସରକାରୀ ସ୍ତରରେ କୌଣସି ସୁଫଳ ମିଳିନାହିଁ । ତେଣୁ ଆନ୍ଦୋଳନକୁ ବ୍ଲକସ୍ତର ଯାଏଁ ନେବାକୁ ସ୍ଥିର ହୋଇଛି । ଏହି କ୍ରମରେ ପ୍ରଥମ ବ୍ଲକ ଭାବେ ବୈପାରିଗୁଡା ଠାରେ "ଗୌଡ଼ ଗର୍ଜନ ସମାବେଶ" ଅନୁଷ୍ଠିତ ହୋଇଥିଲା । ସମାଜ ପକ୍ଷରୁ କୁହାଯାଇଛି ଯେ, ଅବିଭକ୍ତ କୋରାପୁଟ ଜିଲ୍ଲା ଜନସଂଖ୍ୟାର ୨୨ ପ୍ରତିଶତ ହେଉଛନ୍ତି ଗୌଡ଼। ସେମାନଙ୍କ ଚାଲିଚଳଣି, ଜୀବନଶୈଳୀ, ସାମାଜିକ ସ୍ଥିତି, ଆର୍ଥିକ ମାନଦଣ୍ଡକୁ ତର୍ଜମା କଲେ ଜଣାଯାଏ, ଅନ୍ୟ ଜାତି ମାନଙ୍କ ତୁଳନାରେ ବହୁ ପଛରେ , ସରକାର ସେମାନଙ୍କୁ ୨୦୮ ଜାତି ମଧ୍ୟରେ ପଛୁଆ ବର୍ଗ ଅନ୍ତର୍ଭୁକ୍ତ କରିଛନ୍ତି, ଯଦ୍ୱାରା କୌଣସି କ୍ଷେତ୍ରରେ ବି ସେମାନଙ୍କୁ ସଂରକ୍ଷଣ ମିଳୁ ନାହିଁ । ପ୍ରତି କ୍ଷେତ୍ର ଶିକ୍ଷା ହେଉ କି ଚାକିରୀ କିମ୍ବା ରାଜନୀତି, ଗୌଡ଼ ଭାଗିଦାରୀ ଜିଲ୍ଲାରେ ୧ ପ୍ରତିଶତ ବି ନାହିଁ । ସଂସଦରେ ରାଜ୍ୟରୁ ଗୌଡ଼ ଲୋକ ନାହାନ୍ତି, ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବି କେହି ନାହାନ୍ତି, ଏପରିକି ବିଧାନସଭାରେ ବି ସ୍ଥିତି ନ କହିବା ଭଲ । ଏହିସବୁ କାରଣ ଯୋଗୁଁ ଶାସନତନ୍ତ୍ରକୁ ନେଇ ନିସଙ୍ଗତ ମନେ କରୁଥିବା ଗୌଡ଼ ମାନେ କହିଛନ୍ତି । ତେଣୁ ସେମାନଙ୍କ ୭ ଦଫା ଦାବି ମୁଖ୍ୟମନ୍ତ୍ରୀ ଶୁଣନ୍ତୁ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଡମ୍ବୁରୁ ଗୌଡ଼, ଉପ ସଭାପତି ଲଳିତ ଗୌଡ଼,ଧନ ଗୌଡ଼ ,ହର ଗୌଡ଼, ସାଧାରଣ ସମ୍ପାଦକ ପୀତବାସ ଗୌଡ଼, ଉଦୟ ନାଥ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

 ( ବ୍ୟୁରୋ ନ୍ୟୁଜ ଜୟପୁର)ବୈପାରୀ ଗୁଡ଼ା:-----

 ( ବ୍ୟୁରୋ ନ୍ୟୁଜ ଜୟପୁର)

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe