//BREAKING//
Loading...

ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ପାଇଁ କଳାହାଣ୍ଡି ଜିଲ୍ଲପାଳଙ୍କୁ ସ୍ମାରକ ପତ୍ର


 


ଭବାନୀପାଟଣା :---( ତର୍ଜମା ନ୍ୟୁଜ) ଜଙ୍ଗଲ ଅଧିକାର ଆଇନ ୨୦୦୬ କାର୍ଯ୍ୟକାରିତାକୁ ନେଇ ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଜଙ୍ଗଲ ଅଧିକାର ଆଇନ ୨୦୦୬ କାର୍ଯ୍ୟକାରିତା ଓ ଏହାର ସରକାରୀ ସ୍ତରରେ ତଥା ଗ୍ରାମାଞ୍ଚଳରେ ରହୁଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କର ଏଯାଏଁ କୌଣସି ସୁଫଳ ମିଳି ନ ଥିବାରୁ ଆଇନ ପ୍ରଣୟନ ହୋଇ ୧୬ବର୍ଷ ବିତିଯାଇଥିଲେ ମଧ୍ୟ ଏହାର କାର୍ଯ୍ୟକାରିତାକୁ ନେଇ କଳାହାଣ୍ଡି ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଜିଲ୍ଲାସ୍ତରୀୟ ଜଙ୍ଗଲ ଅଧିକାର କମିଟି କଳାହାଣ୍ଡିଙ୍କୁ ସାଇନିଙ୍ଗ କଳାହାଣ୍ଡିର ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ସ୍ମାରକ ପତ୍ର ସଂଖ୍ୟା ଟି/ଏସ/କେ-୨୯୦/୨୩ ତା.୧୫.୦୬. ୨୦୨୩ରେ ପ୍ରଦାନ କରିଛନ୍ତି । ଏହି ସ୍ମାରକ ପତ୍ରରେ ଆଇନର ବିଭିନ୍ନ ଦିଗକୁ ତର୍ଜମା କରି ନିମ୍ନଲିଖିତ ବିଷୟକୁ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କର ଦାବୀ ପୂରଣରେ ସହାୟକ ହେବାପାଇଁ ଦାବୀ କରିଛନ୍ତି । ଏହି ଆଇନ କୁ କାର୍ଯକାରୀ କରୁଥିବା ସରକାରୀ କର୍ମଚାରୀ ଓ ଅଫିସରଙ୍କ ଦକ୍ଷତା ବୃଦ୍ଧି । ଗ୍ରାମ୍ୟ ସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକ । ପ୍ରତ୍ୟେକ ଜଙ୍ଗଲ ଅଧିକାର କମିଟି ପାଖରେ ରାଜସ୍ବ ଓ ଜଙ୍ଗଲ ମେପ ତଥା ଜିପିଏସ ରିଡିଙ୍ଗ କୁ ପହଞ୍ଚାଇବାର ବ୍ୟବସ୍ଥାକୁ ସୁନିଶ୍ଚିତ କରାଇବା । ଜିଲ୍ଲା, ବ୍ଲକ ଓ ଗ୍ରାମପଞ୍ଚାୟତ ସ୍ତରରେ ଏକ ହେଲ୍ପଲାଇନ ସେଣ୍ଟର ଖୋଲାଯିବା ଯେଉଁଠି ଦାବିଦାର ମାନେ ତାଙ୍କ ଦାବୀ ଓ ସମସ୍ୟା ଜଣାଇପାରିବେ । କେବଲ ଆଦିବାସୀଙ୍କୁ ଛାଣିଦେଇ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଏସସି, ଓବିସି) ଓ ଅନ୍ୟାନ୍ୟ ଜାତିର ଦାବିକୁ ଗ୍ରହଣ କରି ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ନେବା । ଏଥି ନିମନ୍ତେ ଆବଶ୍ୟକ ଆଇନଜୀବି ଓ ଏଦିଗରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କୁ ସଂଶ୍ଲିଷ୍ଟ କରି ସେମାନଙ୍କୁ ପେନାଲ ମାଧ୍ୟମରେ ଚୟନ କରିବା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ଦାବିଦାର ମାନଙ୍କ ଦାବିକୁ ସୁନିଶ୍ଚିତ କରାଇବା । ଗୋଷ୍ଠୀ ସମ୍ବଳ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର କୁ ଗ୍ରାମସଭା / ଜଙ୍ଗଲ ଅଧିକାର କମିଟିକୁ ହସ୍ତାନ୍ତର କରିବା । ପ୍ରତ୍ୟେକ ଗାଁ ଗାଁ କୁ ଏକ ସ୍ୱତନ୍ତ୍ର ରଥ ( ଜଙ୍ଗଲ ଅଧିକାର ଆଇନ ) ବ୍ୟାପକ ପ୍ରଚାର ପ୍ରସାର କରିବା । ଗ୍ରାମ୍ୟ ସ୍ତରରେ ଗ୍ରାମ ସଭାକୁ ସଶକ୍ତ କରାଇବା । ଯେଉଁମାନେ ଏ ଯାଏଁ ଜଙ୍ଗଲ ଜମି ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ କରି ପୁରା ପ୍ରକ୍ରିୟା ସହ ପଟ୍ଟା ପାଇବା ଦିଗରେ ପଦକ୍ଷେପ ନେବା । ଜିଲ୍ଲାସ୍ତରରେ ସମ୍ପୃକ୍ତ ଅଧିକାରୀ ମାନେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ପାଇଥିବା ବ୍ୟକ୍ତିଗତ, ଗୋଷ୍ଠୀଗତ, ଗୋଷ୍ଠୀ ସମ୍ବଳ ଓ ଡାଟାବେଶ ନିର୍ଭୁଲ ଓ ସଠିକ ତଥ୍ୟ ଜିଲ୍ଲା ୱେବ ସାଇଟରେ ଦେବାକଥା । ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜିଲ୍ଲା ସ୍ତରରେ କାର୍ଯକାରୀ କରୁଥିବା ସଂସ୍ଥା ଯଥା ବି.ଡବ୍ଲୁଓ, ଆଇଟିଡିଏ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସ୍ୱତନ୍ତ୍ର ହେଲ୍ପ ଲାଇନ ସ୍ଥାପନ । ସୂଚନା ଯୋଗ୍ୟ ଯେ, ସ୍ମାରକ ପତ୍ରର ପ୍ରତିଲିପି ମୁଖ୍ୟ ଶାସନ ସଚିବ ୫ଟି ଏବଂ ପିସିସିଏଫ ଓଡିଶାଙ୍କୁ ମଧ୍ୟ ଡ଼. ନିଆଲ ପ୍ରଧାନ କରିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe