//BREAKING//
Loading...

ଗ୍ୟାସ ଏଜେନ୍ସୀ ମାଲିକ ଙ୍କ ଦବଙ୍ଗିରି ଓ ମନୋମୁଖୀ କାର୍ଯ୍ୟକଳାପ !!!!

 ଗ୍ୟାସ ଏଜେନ୍ସୀ ମାଲିକ ଙ୍କ ଦବଙ୍ଗିରି ଓ ମନୋମୁଖୀ କାର୍ଯ୍ୟକଳାପ !!!!



ଜୟପୁର:-------

 ( ତର୍ଜମା ବ୍ୟୁରୋ ନ୍ୟୂଜ )


କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ଜାମୁଣ୍ଡା ମା ମୁତ୍ୟାଲାମା ଗ୍ୟାସ  ଏଜେନ୍ସି ମାଲିକଙ୍କ ମନମୁଖୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି । ବିଶେଷ ସୂତ୍ରରୁ ଏ ନେଇ ଖବର ପ୍ରକାଶ ପାଇବା ପରେ ଆମ ସମ୍ବାଦଦାତା ଗ୍ରାଉଣ୍ଡ ଜିରୋକୁ ଯାଇ ଅନୁସନ୍ଧାନ କରିବାରୁ ପ୍ରକୃତ ଘଟଣା ଜଣା ପଡ଼ିଛି ।ଘଟଣାଟି ହେଲା ଚଣ୍ଡାଳଗୁଡ଼ା,କୁର୍ମାକୋଟ,ଭୂଷଙ୍ଗଗୁଡ଼ା,ଏହି ପରି ଅନେକ ଜାଗାରେ ବେଆଇନ ଭାବରେ  ଗ୍ୟାସ ସିଲିଣ୍ଡର ଗୁଡ଼ିକୁ କିଛି ନିରୀହ ଆଦିବାସୀଙ୍କୁ କିଛି ଟଙ୍କାର ପ୍ରଲୋଭନ ଦେଖାଇ ତାଙ୍କ ଘରେ ରଖିଛନ୍ତି,ଏହି ଖବର ପାଇବା ପରେ ଆମ ସମ୍ବାଦଦାତା ଉକ୍ତ ଜାଗାରେ ପହଞ୍ଚଥିଲେ, କୂର୍ମାକୋଟ ଠାରେ 20ଟି ସିଲିଣ୍ଡର ଏବଂ ଭୂଷଙ୍ଗଗୁଡ଼ା ଠାରେ 60ଟି ଗ୍ୟାସ ଭର୍ତି ସିଲିଣ୍ଡର ରଖିଥିବା ଦେଖିବାକୁ ପାଇଥିଲେ। ସିଲିଣ୍ଡର ରଖିଥିବା ଲୋକଙ୍କ ସହିତ ଏହି ସିଲିଣ୍ଡର ରଖିବା ଆଇନ ସମ୍ମତ ନୁହେଁ ଏବଂ ତାର ଭୟବହତା ବିଷୟରେ ବୁଝାଇଥିଲେ ଏହା ପରେ ଆମ ସମ୍ବାଦଦାତା ଯାମୁଣ୍ଡା ଯାଇ ମା ମୂତ୍ୟାଲାମା ମାଲିକଙ୍କ ସହିତ କଥାବାର୍ତ୍ତା ହେବାକୁ ଚାହିଥିଲେ, ଆପଣ ମାନଙ୍କୁ କହି ରଖୁଛୁ ମା ମୁତ୍ୟାଳାମା ଗ୍ୟାସ ଅଜେନ୍ସି ଦ୍ରୌପଦୀ ଭତରାଙ୍କ ନାମରେ ଥିବା ବେଳେ ତାଙ୍କ ସ୍ଵାମୀ ରାମଭତରା ଏଜେନ୍ସିର ଭଲମନ୍ଦ ବୁଝିଥାନ୍ତି, ଏଣୁ ଆମ ସମ୍ବାଦଦାତା ଯେତେବେଳେ ରାମ ଭତରାଙ୍କ ସହ କଥା ହେବାକୁ ଚାହିଁଲେ ସେ କଥା ହେବେ କଣ ହଠାତ୍ ରାଗିଯାଇ ମନ ଇଚ୍ଛା କଥାବାର୍ତ୍ତା କଲେ ଯାହାକି ଆମ ସିକ୍ରେଟ କ୍ୟାମେରାରେ ରେକର୍ଡ ରହିଛି । ଏ ହେଉଛି 22 ତାରିଖର ଘଟଣା,24 ତାରିଖ ଦିନ ପୁଣି ବିଶେଷ ସୂତ୍ରରୁ ଖବର ପାଇଲେ ଯେ ଏଜେନ୍ସି ମାଲିକ ନିଜ ପିକଅପ୍ ଭ୍ୟାନରେ 70ଟି ସିଲିଣ୍ଡର ବେଆଇନ ଭାବେ ପାଡୁଆ ଚାଲାଣ କରୁଛନ୍ତି, ଏ ନେଇ ଆମ ସମ୍ବାଦଦାତା ରାଣୀତୋଟା ଫାଣ୍ଡି ଅଧିକାରୀ ସଞ୍ଜୟ ମଣ୍ଡଳଙ୍କୁ ସମସ୍ତ ବିଷୟ କହି ଗ୍ୟାସ ଏଯେନ୍ସି ମାଲିକ ଙ୍କ ଦୁର୍ନୀତିକୁ ରୋକିବା ପାଇଁ ସହାୟତା ମାଗିଥିଲେ ।ASI ସଞ୍ଜୟ ମଣ୍ଡଳ ତୁରନ୍ତ ପଦକ୍ଷେପ ନେଇ ଉକ୍ତ ଗାଡିକୁ ଅଟକାଇ ଜବତ କରିଥିଲେ ।ଏହି ସମୟରେ ଏଜେନ୍ସି ମାଲିକ ପୁଣି ରାଗିଯାଇ ଆମ ସମ୍ବାଦଦାତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରେ ମାରିଦେବି,ଏବଂ ତୁମକୁ ଆଦିବାସୀ ଏକ୍ଟ ଏଟ୍ରୋସିଟି କେଶ୍ ରେ ଫସାଇବା ଭଳି ଅନେକ ଧମକଦେଲେ । ASI ମଣ୍ଡଳ ଜବତ ଗାଡ଼ିଟିକୁ ନନ୍ଦପୁର ଥାନାରେ ଜିମା ଦେଇଥିଲେ ।ଏ ନେଇ ଆମ ସମ୍ବାଦଦାତା ଏକ ଲିଖିତ ଅଭିଯୋଗ ନନ୍ଦପୁର ଥାନାରେ ଦେବା ପରେ, ଅଭିଯୋଗ ଅନୁସାରେ କେଶ୍ ନମ୍ୱର 75 ଅନୁଯାୟୀ ଧାରା 294ଏବଂ506 ଅନୁସାରେ ପୋଲିସ୍ ଅଭିଯୁକ୍ତଙ୍କୁ କୋର୍ଟ fourward କରିଥିବା ଜଣାପଡ଼ିଛି । ସତ୍ୟ ଘଟଣା କୁ ଓ ଦୁର୍ନୀତି ର ପରଦା ଫାସ କରୁ ଥିବା ସାମ୍ବାଦିକ ମାନଙ୍କୁ  ଚୋରା ବ୍ୟବସାୟୀ ମାନଙ୍କ ଦ୍ଵାରା ଦିନକୁ ଦିନ ଆକ୍ରମଣ, ଧମକ ପୂର୍ଣ୍ଣ ଫୋନ୍, କରିବା ପରି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାର କର୍ତ୍ତବ୍ୟ ରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ କଠୋର ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe