ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ।
ଧର୍ମ ଗଡ:-----
(ତର୍ଜମା ବ୍ୟୁରୋ ନ୍ୟୂଜ )
କଳାହାଣ୍ଡି ଜିଲ୍ଲା ର ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ (ନେତ୍ରୋତ୍ସବ) ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଣସର ଗୃହରୁ ଶ୍ରୀଜୀଉ ମାନଙ୍କୁ ମନ୍ଦିରକୁ ଅଣାଯିବା ପରେ ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ଶ୍ରୀ ଜୀଉଙ୍କ ର ସମସ୍ତ ନୀତିକାନ୍ତି ବିଧିମତେ ସଂପନ୍ନ ହୋଇଥିଲା।ଧର୍ମଗଡ଼ ବିଧାୟକ ମୌଷଧି ବାଗ କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ଟ୍ରଷ୍ଟ ର ସଭାପତି ଉପଜିଲ୍ଲାପାଳ ବେଦ ଭୂଷଣ, ଆଇଏଏସ, ବିଡିଓ ଶରତ ଚନ୍ଦ୍ର ସେଠୀ,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି,ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ,ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, କୃପାସିନ୍ଧୁ ପଣ୍ଡା, ସୁରେନ୍ଦ୍ର ମୁନି ସମେତ ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପଟ୍ଟଯୋଷୀ,ଜନ୍ମେଜୟ ନାଏକ, ଗୁଣନିଧି ମାଝୀ, ଲକ୍ଷ୍ମୀକାନ୍ତ ଖମାରୀ, ଇଙ୍ଗିତ କୁମାର ପଣ୍ଡା, ବୈଦ୍ୟନାଥ ବେହେରା ତଥା ବହୁ ଭକ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ଆସନ୍ତା କାଲି ଶ୍ରୀଗୁଣ୍ଡିଚା ଯାତ୍ରା ଓ ୨୮ ତାରିଖ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ। ଧର୍ମଗଡରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଧର୍ମ ଗଡ ରୁ
ବିଦ୍ୟାଧର ସାହୁଙ୍କ ରିପୋର୍ଟ....
Post a Comment