//BREAKING//
Loading...

ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ


 ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ   ମ ,ରାମପୁର :---- ( ତର୍ଜମା ନ୍ୟୁଜ )   

କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦ ର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜୟନ୍ତୀ ପାଳନ ପାଇଁ  ଏକ ପ୍ରସ୍ତୁତି ବୈଠକ ସଂସଦ ଗୃହରେ  ଅନୁଷ୍ଠିତ ହୋଇଥିଲା l ସମ୍ପାଦକ  ହେମନ୍ତ ସାହୁ  ସମସ୍ତଙ୍କୁ ସ୍ବାଗତ କରିବା ସହିତ ଭୀମ ଭୋଇ ଜୟନ୍ତୀ ର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଏହା ପରେ ଆଗାମୀ ଅଗଷ୍ଟ ମାସ ତିରିଶ ତାରିଖ ଦିନ ହେବାକୁ ଥିବା ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ସଭ୍ୟ ମାନଙ୍କ ମଧ୍ୟ ରେ ଆଲୋଚନା ହେଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁରେନ୍ଦ୍ର ମହାଖୁଡ, ବରିଷ୍ଠ  ସଦସ୍ୟ ସଂକୀର୍ତ୍ତନ ଘିଭେଲା, ଉଦୟ ନାଏକ,ହୃଦାନନ୍ଦ ସାହୁ, ପରମାନନ୍ଦ ବିଶି, ନାରାୟଣ ମହାଲିକ,ରାକେଶ ଶତପଥୀ, ମାନସ ରଞ୍ଜନ ପ୍ରହରାଜ,ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe