ପଞ୍ଚାୟତ ଜନପ୍ରତିନିଧି ଏବଂ ମୂରବୀ ମାନଙ୍କୁ ନେଇ ବୈଠକ
ଭବାନୀପାଟଣା ସଦର ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡାବନ୍ଧ ପଞ୍ଚାୟତ ଅଫିସ୍ ଠାରେ ପଞ୍ଚାୟତ ଜନପ୍ରତିନିଧି ଏବଂ ମୂରବୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ଶ୍ରୀ ମଣ୍ଟୁ ନାଏକ ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଶ୍ରୀ ଅବିନାଶ ଠାକୁର ଯୋଗଦେଇ 'ଆମ ଓଡ଼ିଶା, ନବୀନ ଓଡ଼ିଶା ' ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ପ୍ରତ୍ୟେକ ପଞ୍ଚାୟତରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ , ବିକାଶ ଓ ପ୍ରଚାର ପାଇଁ, ଶିକ୍ଷା, କ୍ରିଡା ଭିତ୍ତିଭୂମିର ବିକାଶ ତଥା ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅନ୍ତର୍ଗତ ୫୦ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ବୈଠକରେ କୁଣ୍ଡାବନ୍ଧ ସରପଞ୍ଚ ଶ୍ରୀମତୀ ରୋଜି ପ୍ରଧାନ, ୧୧ଗୋଟି ଓ୍ବାର୍ଡ ର ମେମ୍ବର, ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।
Post a Comment