ପୁଲିସ, ଅବକାରୀ ଟାର୍ଗେଟରେ ବନ୍ଧକନା ରାଧିକା ଢାଵା, ସନ୍ଦେହ ଘେରରେ କାର୍ଯ୍ୟାନୁଷ୍ଠାନ,
*ଚାରିଥର ହେଲାଣି ଚଢ଼ାଉ,
*ବାହାରୁଛି ବିପୁଳ ଦେଶୀ ବିଦେଶୀ ମଦ
*ମାମଳାରୁ ବର୍ତ୍ତିବା ପାଇଁ ରାତାରାତି ବନିଗଲା ଲାଇସେନ୍ସ,
କଲମପୁର -(ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ବନ୍ଧକନା ରାଧିକା ଢ଼ାବା ଉପରେ ବାରମ୍ବାର ପୁଲିସ ଓ ଅବକାରୀଙ୍କ ଦ୍ଵାରା ଚଢ଼ାଉ ହେଉଛି,ଚଡାଉରେ ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ବାହାରୁଛି ହେଲେ ଏହି ଚଡାଉକୁ ଜନସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି, ଯଦି ରାଧିକା ଢାବାକୁ ଲାଇସେନ୍ସ ଦିଆଯାଇଛି ତେବେ ବାରମ୍ବାର ଚଡାଉ ବିପୁଳ ପରିମାଣର ମଦ ଜବତ କରି ନିଆଯାଇଛି କାହିଁକି ଚାରିଥର ହେଲାଣି ଚଡାଉ ହେଲାଣି ଥରେ ଢାବା ମାଲିକାଣୀ ରାଧିକା ଶର୍ମାଙ୍କୁ ଜେଲ ଯିବାକୁ ପଡ଼ିଲାଣି ପୁଣି ଆଜି ଶୁକ୍ରବାର ଦିନ ଅବକାରୀ ଚଡାଉ କରି ବିପୁଳ ପରିମାଣର ମଦ ଜବତ କରିଛି। ଲାଇସେନ୍ସ ପ୍ରାପ୍ତ ଦୋକାନକୁ ବାରମ୍ବାର ଟାର୍ଗେଟର ରହସ୍ୟ ବୁଝାପଡୁ ନ ଥିବା ବେଳେ ଏଥିରେ ଆଉ ଏକ ରହସ୍ୟ ଲୁଚି ଥିବାରୁ ଏହାକୁ ଲୋକେ ଭିନ୍ନ ରୂପରେ ଦେଖୁଛନ୍ତି,ଜେଲ ଯିବା ବେଳକୁ ଲାଇସେନ୍ସ ନଥିଲା,ସେହିଠୁ ବର୍ତ୍ତିବା ପାଇଁ ଅନ୍ୟ ଏକ ଲୋକଙ୍କ ନାଁରେ ଥିବା ଲାଇସେନ୍ସକୁ ବାତିଲ କରିଦେଇ ରାଧିକା ନିଜ ନାମରେ ଆଣିବାକୁ ସକ୍ଷମ ହୋଇଥିଲେ,ମୂଖ୍ୟ ଧାନ ମଣ୍ଡି ଓ ରାସ୍ତା ସମ୍ମୁଖରେ ତଥା ଛୁଆପିଲା ରହି ଥିବା ପରିସରରେ ଏହି କାରବାର କରିବାକୁ ସତରେ ଲାଇସେନ୍ସ ଦିଆଯାଇଛି ନା ଅନ୍ୟ କିଛି କାରଣ ଅଛି ତାହାହିଁ ବଡପ୍ରଶ୍ନ, ଏହାରି ପ୍ରଛଦ ପଛରେ ଜନୈକ ଡାକ୍ତର ଓ ଅଧ୍ୟାପକ ରହି ଥିବା କୁହାଯାଇ ଆସୁଥିବା ବେଳେ ଲୁଚି ରହି ଥିବା ସତ୍ୟ କେବେ ଲୋକଲୋଚନକୁ ଆସିବ ତାହା ଦେଖିବାକୁ ବାକି ରହିଲା।
Post a Comment