//BREAKING//
Loading...

ଜୟପୁର ରେ ବିଶ୍ଵ ବନ୍ଧୁତ୍ୱ ଦିବସ ପାଳିତ!!

 ଜୟପୁର ରେ ବିଶ୍ଵ ବନ୍ଧୁତ୍ୱ ଦିବସ ପାଳିତ!!



ଜୟପୁର:-(ତର୍ଜମା ବ୍ୟୁରୋ ନ୍ୟୁଜ )


ପ୍ରତି ବର୍ଷ ଭଳି ଏଇ ବର୍ଷ ମଧ୍ୟ ଅଗଷ୍ଟ ମାସ ର ପ୍ରଥମ ରବିବାର ଦିନ ଜାତୀୟ ବନ୍ଧୁତ୍ୱ ଦିବସ ଉପଲକ୍ଷେ  ଜୟପୁର ମୁନିସିପାଲ ହାଇସ୍କୁଲ ନଂ -1 ର 79 ମାଟ୍ରିକ ବ୍ୟାଚ ସାଙ୍ଗ ମାନଙ୍କ ଏକ ବିଶେଷ କାର୍ଯ୍ୟକ୍ରମ ସ୍ୱର ଘୁଙ୍ଗୁର ପରିସର ରେ ଅନୁଷ୍ଠିତ ହୋଇଥିଲା l ଏଇ କାର୍ଯ୍ୟକ୍ରମ ରେ ପ୍ରଥମେ ଜଗନ୍ନାଥ ବିଗ୍ରହଙ୍କ ସାମ୍ନା ରେ ଦୀପ ପ୍ରଜ୍ବଳନ କରି ସାଙ୍ଗ ମାନଙ୍କ ମଧ୍ୟରେ ଅତୁଟ ବନ୍ଧୁତ୍ୱ ଏବଂ ସମସ୍ତଙ୍କର ସୁସ୍ଥ ଏବଂ ସୁଖୀ ଜୀବନର ର ପ୍ରାର୍ଥନା କରାଯାଇଥିଲା ତତସହିତ ଛେନା ପୋଡ଼ କାଟିକି  ଜଣେ ଅନ୍ୟ ଜଣଙ୍କୁ ମିଠା ଖୁଏଇକି ବନ୍ଧୁତ୍ୱ ଦିବସର ଶୁଭେଚ୍ଛା ଜଣାଇଥିଲେ l ଶ୍ରୀ ଧିରେନ ମୋହନ ପଟନାୟକ ବନ୍ଧୁତ୍ୱ ଦିବସ ହାଲମାର୍କ ଗ୍ରୀତିଙ୍ଗସ କାର୍ଡ ର ମାଲିକ ଜୋଏସ ମାର୍କ ନିଜର ଗ୍ରୀଟିଙ୍ଗ କାର୍ଡ ର ବ୍ୟବସାୟ ବଢେଇବାକୁ ଜୁଲାଇ 30 ତାରିଖ କୁ ଆନ୍ତର୍ଜାତିକ ବନ୍ଧୁତ୍ୱ ଦିବସ ରୂପେ ଘୋଷଣା କରିଥିଲେ ଏବଂ ସେଇଦିନ ଠାରୁ ବନ୍ଧୁତ୍ୱ ଦିବସ ର ଶୁଭାରମ୍ଭ ହୋଇଥିଲା ଏବଂ ପରେ ପରେ ବିଭିନ୍ନ ଦେଶ ଅଲଗା ଅଲଗା ଦିବସକୁ ନିଜ ନିଜ ଦେଶରେ ବନ୍ଧୁତ୍ୱ ଦିବସ ରୂପେ ପାଳନ କରନ୍ତି l ଇଞ୍ଜିନିୟର ଶ୍ରୀପ୍ରଶାନ୍ତ ସାମନ୍ତରାୟ ପ୍ରାଥମିକ ବିଦ୍ୟାଳୟ ରୁ ଆରମ୍ଭ କରି ବର୍ତ୍ତମାନ ଯାଏଁ ଆମ ବନ୍ଧୁତ୍ୱ ଅକ୍ଷୁର୍ଣ୍ଣ ରହିଛି, କିନ୍ତୁ ଗୋଟେ ପରେ ଗୋଟେ ବନ୍ଧୁଙ୍କୁ ଆମେ ହରାଇବାରେ ଲାଗିଲୁଣି ବୋଲି ଭାବବିହ୍ଵଳ ହୋଇ ନିଜ ଲୁହ କୁ ରୋକି ପାରି ନଥିଲେ l ଶ୍ରୀଭାସ୍କର ପାତ୍ର କହିଲେ ଯେ ସିଏ ସାଙ୍ଗ ମାନଙ୍କ ଠାରୁ ନିଜ ପରିବାର ଠାରୁ ମଧ୍ୟ ଅଧିକ ଭଲ ପାଇବା ପାଇଥାନ୍ତି l ଶ୍ରୀ ହିମାଂଶୁ ମହାପାତ୍ର କହିଥିଲେ ଯେ ଆମେ ସବୁ ହସ, କାନ୍ଦ, ମାନ, ଅଭିମାନ କୁ ନେଇକି ଆମର ବନ୍ଧୁତ୍ୱ କୁ ବଢ଼େଇ ଚାଲିଛୁ l ବାପା ମାଆ ଆମକୁ ଜନ୍ମ ଦେଲେ, କିନ୍ତୁ ଆମେ  ନିଜେ ନିଜେ ଏଇ ବଂଧୁ ମାନଙ୍କୁ ପାଇଲୁ l ଶ୍ରୀଉମାକାନ୍ତ ମହାରଣା ସ୍ଵରଚିତ ଏକ କବିତା ପାଠ କରିଥିଲେ l ଏବଂଶେଷରେ ସବୁ ବଂଧୁ ମିଳିତ ସ୍ୱର ରେ " ୟେ ଦୋସତି ହମ ନେହିଁ ତୋଡେଙ୍ଗେ... ", ଜିନ୍ଦେଗୀ ମିଲ କର ବିତାଏଙ୍ଗେ..." ଭଳି ଗୀତ ବଜାଇ ହସ ଖୁସିରେ ଆଜିର ଦିନ କୁ ଖୁସିର ସହିତ ପାଳନ କରିଥିଲେ l

ଏହି ସମସ୍ତ କାର୍ଯ୍ୟକ୍ରମ ଶ୍ରୀ ନରସିଂହ ପ୍ରସାଦ ଦାସ (ପିଲୁ)ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l


ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଜୟ କୁମାର ପଣ୍ଡା, ରବୀନ୍ଦ୍ର ରଥ, ନାରାୟଣ ସାହୁ, ଜଗଦୀଶ ଚୌଧୁରୀ, ସତ୍ୟ ନାରାୟଣ ମିଶ୍ର, ଗୋପୀ ନାଥ ମହାନ୍ତି, ନାଲ୍ଲା ଶଙ୍କର, ହରି ବେହେରା, ଗଣେଶ ମିଶ୍ର,ଦାମୋଦର ମାଦଳା, ଉମା କାନ୍ତ ସାହୁ, ବୀର ହୋତା,ମନ ମୋହନ ତ୍ରିପାଠୀ , କୁଞ୍ଜ ଲମତା, ଗୁପ୍ତ ଵେବର୍ତ୍ତା, ଗପ୍ତେଶ୍ୱର ସରାବୁ, ତ୍ରିନାଥ ଦାସ,ଚୈତନ୍ୟ ବେହେରା, ନରସିଂହ ନାୟକ, ଅର୍ଜୁନ ବ୍ରହ୍ମା , ଶିବ ନାୟକ, ଲକ୍ଷ୍ମଣ ଗୌଡ଼, ଭେଙ୍କେଟ ରାଓ, ଶିବ ନନ୍ଦ, ବସନ୍ତ ସାହୁ,ମହେନ୍ଦ୍ର ସାମନ୍ତରାୟ, ବାଲେଶ୍ୱର ବେହେରା, ରମେଶ ବେହେରା, ବୃନ୍ଦାବନ ତ୍ରିପାଠୀ, ଶିବାନୀ ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe