ସମ୍ପ୍ରତ୍ତି ଦେଶରେ ଖୋଲାଖୋଲି ଭାବେ ଗଣତାନ୍ତ୍ରିକ ନୀତି, ଆଦର୍ଶ ଓ କ୍ଷମତା ର ଦୂରୁପଯୋଗ ଗତ କିଛି ବର୍ଷ ହେଲା ବୃଦ୍ଧି ପାଇବାରେ ଲାଗିଛି । ଭୋଟ ପାଇ ସରକାର ରେ କ୍ଷମତାସୀନ ଦଳ ବିରୋଧୀ ମାନଙ୍କ ପ୍ରତି ପ୍ରତିହିଂସା ପରାୟଣ ହୋଇ ରାଜନୈତିକ ଆକ୍ରୋଶ ରଖି ନିଜ କ୍ଷମତା ର ଦୁରୁପଯୋଗ କରିବାକୁ ନିଜର ପାରିବା ପଣିଆ ର ନଗ୍ନ ଓ ନିଚତା ର ପରିଚୟ ଦେବାକୁ ମଧ୍ୟ କୁଣ୍ଠାବୋଧ କରୁ ନାହାନ୍ତି । ସରକାରଙ୍କ ଭୁଲ ତ୍ରୁଟି ବିରୁଦ୍ଧ ସ୍ୱର ଉତ୍ତୋଳନ କରିବା ଗଣତାନ୍ତ୍ରିକ ବ୍ୟବସ୍ଥା ରେ ଥିବା ଅଧିକାର ବଳ ରେ ମୁଁହ ଖୋଲିଲେ ଇଡି, ସିବିଆଇ, ପୋଲିସ, ଲଗେଇ ଅପଦସ୍ଥ କରିବା, ମିଥ୍ୟା କେଶ ରେ ଗିରଫ କରି ଜେଲ ପଠେଇବା କିମ୍ବା ପୁଲିସ ସୁରକ୍ଷା ରେ ଥିଲେ ମଧ୍ୟ ଏନକାଉଣ୍ଟର କରି ମାରିଦେବା କିମ୍ବା ଅନ୍ୟ ଅପରାଧୀ ମାନଙ୍କ ଦ୍ଵାରା ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଙ୍କ ଠାରୁ ଆରମ୍ଭ କରି ଲାଲ ବାହାଦୁର ଶାସ୍ତ୍ରୀ, ଗୁଲଜାରି ଲାଲ ନନ୍ଦା, ଇନ୍ଦିରା ଗାନ୍ଧୀ, ବିଶ୍ଵନାଥ ପ୍ରତାପ ସିଂହ, ଦେବେ ଗୌଡା, ଚନ୍ଦ୍ର ଶେଖର ଜୀ, ରାଜୀବ ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ପର୍ଯ୍ୟନ୍ତ କେତେ ଭି ପ୍ରଧାନ ମନ୍ତ୍ରୀ ଭାବେ ଦେଶ ର ଶାସନ କାଳରେ କେବଳ ଦେଶ, ଜାତି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଯୋଜନା ପ୍ରସ୍ତୁତ ଓ ତାର ସଫଳ ରୂପାୟନ ପାଇଁ ନିଜକୁ ସମର୍ପି ଦେଇଥିଲେ। କେବେ ବି ଦେଶ ର କୌଣସି ରାଜନୈତିକ ଦଳ, ବ୍ୟକ୍ତି ବିଶେଷ ଙ୍କୁ ବ୍ୟକ୍ତିଗତ ଆକ୍ଷେପ କିମ୍ବା ପ୍ରତିହିଂସା ପରାୟଣ ହୋଇ କିମ୍ବା ଆକ୍ରୋଶ ମୂଳକ ଭାବେ ଷଡ଼ଯନ୍ତ୍ର କରି କ୍ଷମତା ର ଦୁରୁପଯୋଗ ଓ ସିବିଆଇ, ଇଡି, ନିର୍ବାଚନ କମିଶନ କିମ୍ବା କୌଣସି ସଂସ୍ଥା କୁ ବ୍ୟବହାର କରି ନାହାଁନ୍ତି କିମ୍ବା ଏପରି କୌଣସି ଦୃଷ୍ଟାନ୍ତ ମୋ ଜାଣିବାରେ ଘଟି ନାହିଁ ।
ଏବେ କିନ୍ତୁ ଗଣତନ୍ତ୍ର ର ସଂଜ୍ଞା ବଦଳି ଯାଇ ଥିବା ଭଳି ଦେଶର ପ୍ରତ୍ୟେକ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ନିର୍ବାଚିତ ପ୍ରତିନିଧି ଙ୍କୁ ସାଂସଦ ରୁ ବହିଷ୍କାର, ପାଇଥିବା ସରକାରୀ ଘରୁ ତୁରନ୍ତ ବାହାର୍ କରିବା, ବିରୋଧୀ ଙ୍କ ଉପରେ ଚାପ ସୃଷ୍ଟି କରି କ୍ଷମତା ବଳରେ ଇଡି, ସିବିଆଇ କାର୍ଯ୍ୟାଳୟରେ ଦିନ ଦିନ ଧରି ଜେରା କରି ଅପଦସ୍ତ କରିବା ସହ ସରକାର ବିରୋଧୀଙ୍କୁ
ଅନେକ ଉପାୟ ଅବଲମ୍ବନ କରି ଅପଦସ୍ତ କରି ଜେଲ ପଠେଇବା ଦେଶର ସମ୍ବିଧାନ, ଗଣତନ୍ତ୍ର ରାଷ୍ଟ୍ର ର ବ୍ୟବସ୍ଥା କୁ ଷଡ଼ଯନ୍ତ୍ର କରି ଧ୍ବସ୍ତ କରି ଏକଛତ୍ର ଶାସନ ର ଭିତ୍ତି ଭୂମି ଦେଈ ଦେଶ ରେ ହିଂସା ସୃଷ୍ଟି କରି ବିବିଧତା ଭିତରେ ଏକତା ର ମୂଳ ମନ୍ତ୍ର କୁ
ସଂପୂର୍ଣ୍ଣ ଧ୍ଵଂସ କରିବା ଭଳି ଷଡ଼ଯନ୍ତ୍ର ଦେଶର ଧର୍ମ ନିରପେକ୍ଷତା, ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି।
ଓଡ଼ିଶା ଭଳି ଶାନ୍ତି ପୂର୍ଣ୍ଣ ରାଜ୍ୟ ରେ ଦୀର୍ଘ ୨୩ବର୍ଷ ଧରି ବିଜେଡ଼ି ଦଳ ନବୀନ ପଟ୍ଟନାୟକ ଙ୍କ ନେତୃତ୍ବରେ ଶାସନ ଦାଇତ୍ୱ ରେ ଅଛନ୍ତି । ଦଳ ଓ ସରକାର ଙ୍କ ଲୋକ ହିତକର ଯୋଜନା ପ୍ରଣୟନ, ଶାସନ କଳ କୁ ପରିଚାଳନା ଗଣତନ୍ତ୍ର ବ୍ୟବସ୍ଥା ରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ ପରିଚାଳନା କରୁଛନ୍ତି ନା ପରଦା ପଛରେ ସରକାରୀ ତନ୍ତ୍ର ଗଣତନ୍ତ୍ର କୁ କବଜା କରି ଗଣତାନ୍ତ୍ରିକ ବ୍ୟବସ୍ଥା କୁ ଛିନ୍ନ ଭିନ୍ନ କରି ଚାଲିଛନ୍ତି ତାହା ସଂପ୍ରତ୍ତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତ କିଛିଦିନ ତଳେ ବିଜେଡ଼ି ବିଧାୟକ ଶ୍ରୀସୌମ୍ୟ ରଞ୍ଜନ ପଟ୍ଟନାୟକ ରାଜ୍ୟ ରେ ଅମଲାତାନ୍ତ୍ରିକ କଳର ନିର୍ବାଚିତ ସରକାରୀ କଳ ର ଅବ୍ୟବସ୍ଥା ଉପରେ ଆଲୋଚନା କରିବା ଘଟଣା ସୌମ୍ୟ ରଞ୍ଜନ ଙ୍କୁ ମହଙ୍ଗା ପଡ଼ିଛି। ତୁରନ୍ତ ସୌମ୍ୟ ବାବୁ ଙ୍କୁ ଦଳୀୟ ଉପସଭାପତି ପଦ ରୁ ବହିଷ୍କାର କରି ଦିଆଗଲା । ଏହା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜ୍ଞାତ ସାର ରେ ହୋଇଛି ନା ରାଜନୀତିକ ଷଡ଼ଯନ୍ତ୍ର ରାଜ୍ୟରେ ରାଜନୀତି ପ୍ରତି ରୁଚି ରଖୁଥିବା ସମସ୍ତେ ନିଶ୍ଚୟ ଅବଗତ ଅଛନ୍ତି । ଏପରିକି ରାଜ୍ୟ ଆଗଧାଡ଼ି ର ସମ୍ବାଦ ସରବରାହ ସଂସ୍ଥା ରେ ଚଢାଉ ଜାରି ରହିଛି।
ତେବେ ଏତେ ଦିନ ଧରି ଶାସକ ଦଳ ସହ ଜଡ଼ିତ ଥାଇ ସୌମ୍ୟ ବାବୁ ରାଜ୍ୟର ଅବ୍ୟବସ୍ଥା ଓ ଅମଲାତନ୍ତ୍ରର ଦୁରୁପଯୋଗ ଅଭିଯୋଗ ଆଣିବା ପରେ ତାଙ୍କ ସଂସ୍ଥା ବିରୁଦ୍ଧରେ ଇଡି ଭଳି ସଂସ୍ଥା କୁ ଗତ ଦୁଇ ଦିନ ହେଲା ଲଗେଇ ଦିଆ ଯାଇଛି । ଉଦ୍ଦେଶ୍ୟ ସୌମ୍ୟ ବାବୁ ଙ୍କ ଉପରେ ଏପରି ଚାପ ପ୍ରୟୋଗ କରି ଭୟଭୀତ କରି ତାଙ୍କ ସ୍ବର କୁ ଚପେଇ ଦେବା ଓ ଏପରି ଭାବରେ ଗଣତାନ୍ତ୍ରିକ ବ୍ୟବସ୍ଥା କୁ ଷଡ଼ଯନ୍ତ୍ର କରି ଧ୍ଵଂସ କରି ଏକ ଛତ୍ର ଶାସନ ର ବୀଜ ବପନ କରିବା ଯାହାକି ରାଜ୍ୟ ଓ ରାଜ୍ୟ ବାସୀ ଙ୍କ ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରିବ। ବିଜୁ ବାବୁ ଙ୍କ ସ୍ବପ୍ନ କୁ ସାକାର କରିବା ଓ ବିଜୁ ବାବୁ ଙ୍କ ନୀତି, ଆଦର୍ଶ କୁ ପାଥେୟ କରି ନବୀନ ପଟ୍ଟନାୟକ ଙ୍କ ଭଳି ଜଣେ ଜ୍ଞାନୀ ,ଗୁଣି, ଶାନ୍ତ ସରଳ ବ୍ୟକ୍ତିତ୍ଵ ଙ୍କ ନେତୃତ୍ୱାଧିନ ସରକାର ଙ୍କ ଏହିପରି ନିମ୍ନ ମାନସିକତା ର ପଦକ୍ଷେପ ଏକଛାତ୍ର ଶାସନ ର ଅୟମାରମ୍ଭ ହୋଇ ପାରେ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ପ୍ରଶ୍ନଚିହ୍ନ ସୃଷ୍ଟି କରି ପାରେ ଓ କରୁଛି ମଧ୍ୟ। କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମଧ୍ୟ ପ୍ରତିହିଂସା ଓ କ୍ଷମତା ର ଦୁରୁପଯୋଗ କରି ସରକାର୍ ଙ୍କ ଆଲୋଚନା ଓ ସମାଲୋଚନା କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ଅପଦସ୍ଥ୍ କରିବା କିମ୍ଵା କ୍ଷମତା ବଳ ରେ ହଇରାଣ କରି ଗୋଲାମ କରି ରଖିବା ଘଟଣା ଗଣତନ୍ତ୍ର ବ୍ୟବସ୍ଥା ରେ ଏକ ଷଡ଼ଯନ୍ତ୍ର ଅଟେ।
ବିଜୁ ବାବୁ ଙ୍କୁ ଜାଣିଥିବା , ତାଙ୍କ ଗଣତନ୍ତ୍ର ପ୍ରତି ତ୍ୟାଗ ଓ ବଳିଦାନ ପ୍ରତି କୁଠାରାଘାତ ସଦୃଶ ଅଟେ । ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିତ୍ଵ, ଲୋକପ୍ରୀୟତା, ଦୃଢ଼ ନେତୃତ୍ଵ ଓ ବିଚାର ଧାରା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ ଅଟେ । ଯଦି ବାସ୍ତବରେ ନବୀନ ପଟ୍ଟନାୟକ ଙ୍କ ନେତୃତ୍ବରେ ଶାସନ ବ୍ୟବସ୍ଥା ଭିତରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧ ରେ ଆକ୍ରୋଶ ମୂଳକ ଭାବେ ଷଡ଼ଯନ୍ତ୍ର କରି ଅପଦସ୍ଥ କରିବା ଘଟଣାକୁ ରାଜ୍ୟ ବାସୀ ମଧ୍ୟ ଉତ୍କଣ୍ଠା ସହ ନଜର ରଖିଛନ୍ତି।
ଏହା ତ ଆରମ୍ଭ ମାତ୍ର ଗଣତନ୍ତ୍ର ରେ ଷଡ଼ଯନ୍ତ୍ର କରିବା ଭଳି ଘଟଣା ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ରେ ବୃଦ୍ଧି ପାଇବା ର ଆଶଙ୍କା ସୃଷ୍ଟି କରିଛି ।
ସୌମ୍ୟ ଙ୍କ ଭଳି ବିଜେଡ଼ି ଶାସକ ଦଳ ର ଅନେକ ନିର୍ବାଚିତ ପ୍ରତିନିଧି ଓ ରାଜନୀତିକ ନେତା ମାନଙ୍କ ଉପରେ ବି ପ୍ରଶାସନିକ ଅକ୍ତିଆର ରେ ଥିବା ଗଣତନ୍ତ୍ର ଉପରେ ଆକ୍ରମଣ ହେବା ସୁନିଶ୍ଚିତ ।
ଗଣତନ୍ତ୍ର ବ୍ୟବସ୍ଥା ଓ ସାମ୍ବିଧାନିକ ଅଧିକାର ବଳ ରେ ସାଧାରଣ ଲୋକଙ୍କ ଦ୍ୱାରା ଭୋଟର ଙ୍କ ଭୋଟ ପାଇ ନିର୍ବାଚିତ ହୋଇ ଥିବା ଯେ କୌଣସି ପ୍ରତିନିଧି ମାନଙ୍କ ଉପରେ ପ୍ରଶାସନିକ ଖଡ୍ଗ ମୁଣ୍ଡ ଉପରେ ପଡିପାରେ । ତେଣୁ ଆଗାମୀ ଝଡ କୁ ମୁକାବିଲା କରିବା ପାଇଁ ଓ ବିଶ୍ଵର ମହାନ ଗଣତାନ୍ତ୍ରିକ ରାଷ୍ଟ୍ର ର ବ୍ୟବସ୍ଥା ଉପରେ ଅଖଣ୍ଡ ଆସ୍ଥା ଓ ବିଶ୍ୱାସ କୁ ସୁଦୃଢ଼ କରିବା ପାଇଁ ଗୋଲାମୀ ମାନସିକତା ତ୍ୟାଗ କରିବା ସମ୍ପ୍ରତ୍ତି ସମୟ ର ଏକ ଆହ୍ଵାନ ଅଟେ । ନଚେତ୍ ଷଡ଼ଯନ୍ତ୍ର ର ଚକ୍ରବ୍ୟୁହ ରେ ପେଶି ହୋଇ ଗଣତନ୍ତ୍ର ଛିନ୍ନ ଭିନ୍ନ ହେବା ସହ ରାଜ୍ୟ ଓ ଦେଶ ରେ ଏକଛତ୍ର ଶାସନ ର ମୂଳଦୁଆ ପଡ଼ି ପ୍ରଶାସନିକ ବ୍ୟବସ୍ଥା ରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ।
ମହମ୍ମଦ ଅଲ୍ଲୀ ଖାଁ
ବରିଷ୍ଠ ସାମ୍ବାଦିକ,
ମୁଖ୍ୟ ସମ୍ପାଦକ,
"ତର୍ଜମା ନ୍ୟୁଜ"



Post a Comment