ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ
ଜୟପୁର:---
( ତର୍ଜମା ବ୍ୟୁରୋ ନ୍ୟୁଜ)
ଜୟପୁରର ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜୟପୁର ମହାରାଣୀପେଟା ସ୍ଥିତ ନଂ ୩ ବିଦେଶୀ ମଦ ଦୋକାନର ବ୍ୟବସାୟୀ ଏବଂ ସୋହଯୋଗୀମାନେ ଆକ୍ରମଣ କରି ମାଡ଼ ମାରିଥିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗକୁ ନେଇ ଜୟପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।ଜୟପୁର ଟାଉନ ଥାନା ଅଧିକାରୀ ତୁରନ୍ତ ଏକ ମାମଲା ନଂ ୨୯୫/୨୩ ରୁଜୁ କରି ଆଇପିସିର ଧାରା ୩୪୧, ୨୯୪, ୩୨୩, ୩୨୫,୫୦୬,୩୪ ଦଫାରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ଜୟପୁର ସହରର ପ୍ରାୟ ସମସ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡିକରେ ଠିପି ଖୋଲି ଖୁଲମ ଖୁଲା ମଦ ବିକ୍ରି କରୁଥିବା ବହୁବାର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ମଧ୍ଯ ସାଧାରଣ, ପୋଲିସ, ଅବକାରୀ ବିଭାଗର ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି କାହିଁକି ପଡୁନାହିଁ ନା ଧରପକଡ଼ ନକରିବାପାଇଁ ଆପ୍ୟାଇତ ହୋଇ ଉଦ୍ଦେଶ୍ୟ ମୂଳକ ଭାବେ ନିରବ ରହୁଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ସହର ମଝିରେ ମଦ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ସେହି ଦୋକାନ ସମ୍ମୁଖରେ ଗୋଟିଏ ପୌର ପାଳିକାର ସରୋଜିନୀ ଭବନ ଗୋଟିଏ ଦାନ୍ତ ଚିକିସ୍ତାଳୟ ଏବଂ ଗୋଟିଏ ସ୍କୁଲ୍ ଓ କଲେଜ୍ ମଧ୍ୟ ରହିଥିବା ସତ୍ତ୍ୱେ ସହର ମଝିରେ ଗୋଟିଏ ମଦ ଦୋକାନକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।ବହୁତ ଦୁଃଖର ବିଷୟ ଓ ସର୍ବାଧିକ ଖୁଚୁରା ମୂଲ୍ୟ ଦର ଠାରୁ ଅଧିକ ଚଢା ଦରରେ ବିଦେଶୀ ମଦ ବିକ୍ରି ହେଉଛି । ରାତି ୧୦ ଟା ପରେ ମଧ୍ୟ ବହୁ ସମୟ ଧରି ମଦ ବିକ୍ରି କରୁଛନ୍ତି ବୋଲି ସ୍ଥାନୟ ଅଞ୍ଚଳବାସୀଙ୍କ ଅଭିଯୋଗ ହେଉଛି, କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ଜୟପୁର ପ୍ରସାଶନ ତରଫରୁ କୌଣଷି ଦୃଷ୍ଟି ଆକର୍ଷଣ ହେଉନାହିଁ । ଯାହା ଫଳରେ ଜୟପୁର ସହରରେ ଦିନକୁ ଦିନ ବିଭିନ୍ନ ପ୍ରକାରର ଅପରାଧିକ ମାମଲା ବଢିବରେ ଲାଗିଛି । ଏହା ପାଇଁ ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର କିଏ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି !



Post a Comment