//BREAKING//
Loading...

ବିଜୁ ଜନତା ଦଳରୁ ଦୁଇ ବିଧାୟକ ନିଲମ୍ବିତ !

 ବିଜୁ ଜନତା ଦଳରୁ ଦୁଇ ବିଧାୟକ ନିଲମ୍ବିତ !


ଭୁବନେଶ୍ୱର:-----

 ( ତର୍ଜମା ବ୍ୟୁରୋ )


      ରାଜ୍ୟ ଶାସକ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ  ଦୁଇ ବିଧାୟକ ଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରିଥିବା ଜଣା ପଡ଼ିଛି।

  ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦସ୍ତଖତ ରେ ଜାରି ଏକ ବିଜ୍ଞପ୍ତି ରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ୨୦୧୭-୧୮ ରୁ ୨୦୧୯-୨୦ ମଧ୍ୟରେ ନିଗମାନନ୍ଦ ଏସୋସିଏଟେଡ ପାର୍ଟନର ଭାବେ ସରକାରୀ ପ୍ରାୟ ୩ କୋଟି ରୁ ଅଧିକ୍ ସରକାରୀ ସବସିଡି ଅର୍ଥ ଆତ୍ମସାତ କରିଥିବା ନେଇ ଲୋକାୟୁକ୍ତ ଙ୍କ ନିକଟରେ ରାଜ୍ୟ। ଦୁର୍ନିତି ନିବାରଣ ସଂସ୍ଥା ଅଭିଯୋଗ ଦାଖଲ କରିଥିଲେ । ସେହିପରି ସମ୍ବାଦ ସଂସ୍ଥା ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ 

ନିଜ ସଂସ୍ଥା ର ୩୦୦ ରୁ ଅଧିକ କର୍ମଚାରୀ ଙ୍କ ନାମ ରେ ଜାଲିଆତି କରି ବ୍ୟାଙ୍କ୍ ରୁ ଋଣ କରି ଜାଲିଆତି କରିଥିବା ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ରାଜ୍ୟ ଅର୍ଥ ନୈତିକ ଅପରାଧ ଶାଖା ପକ୍ଷରୁ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ବିରୁଦ୍ଧରେ ଦଫା 506/467/468/471/420/120B IPC ଅନୁଯାୟୀ ତଦନ୍ତ ଆରମ୍ଭ କରିଛି ।

       ଏଣୁ ବିଜୁ ଜନତା ଦଳ ରୁ ଦୁଇ ଜଣ ଙ୍କୁ ଦଳ ରୁ  ନିଲମ୍ବନ କରିଥିବା ଜଣା ପଡ଼ିଛି ।

    ତେବେ ଶାସକ ଦଳର ଏହି ଦୁଇ ଟାଣୁଆ ବିଧାୟକ ଙ୍କ ନିଲମ୍ବନ ଆଦେଶ କେଉଁ ମୋଡ ନେଇଛି ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe